Advertisement
Article Detail0/zeeodisha/odisha2680253
Zee OdishaTop 10 NewsTOP 10 News: ସୁନ୍ଦରଗଡ଼ ସଡ଼କ ଦୁର୍ଘଟଣାରେ ୨ ମୃତ, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

TOP 10 News: ସୁନ୍ଦରଗଡ଼ ସଡ଼କ ଦୁର୍ଘଟଣାରେ ୨ ମୃତ, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଗୁରୁବାର ଦିନ ସୁନ୍ଦରଗଡ଼ ତେଲେଣ୍ଡିହି-ଟାଙ୍ଗରମୁଣ୍ଡା ରାସ୍ତାରେ ଏକ ଘରୋଇ ବସ୍ ରାସ୍ତାରୁ ଖସି ୧୦ ଫୁଟ ତଳକୁ ଖସି ପଡ଼ିବାରୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 13 March 2025
Top 10 News Headlines 13 March 2025

Top 10 News Headlines 13 March 2025: H1. Sundargarh Road Accident: ଗୁରୁବାର ଦିନ ତେଲେଣ୍ଡିହି-ଟାଙ୍ଗରମୁଣ୍ଡା ରାସ୍ତାରେ ଏକ ଘରୋଇ ବସ୍ ରାସ୍ତାରୁ ଖସି ୧୦ ଫୁଟ ତଳକୁ ଖସି ପଡ଼ିବାରୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଏହା ସମେତ ୪୦ ରୁ ଅଧିକ ଆହତ ହୋଇଛନ୍ତି। ଆହାତଙ୍କ ମଧ୍ୟରୁ ୬ ଜଣ ଅବସ୍ତା ଗୁରୁତର ରହିଛି। ଏହି ଦୁର୍ଘଟଣା ସଦରଥାନା ଟାଙ୍ଗରମୁଣ୍ଡା ନିକଟରେ ହୋଇଛି। 

H2. PM Awas-Gramin Yojana survey: ରାଜ୍ୟରେ ଜାନୁଆରୀ ୨୪ରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ। ଏନେଇ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଛି। ଶେଷ ତାରିଖକୁ ଆହୁରି ୧୭, ୧୮ ଦିନ ଥିବାରୁ ଅଧିକ ଲୋକ ସାମିଲ୍‌ ହେବାର ସମ୍ଭାବନା ରହିଛି।

H3. Crime Branch arrests Raja Chakra: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର  ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। 

Add Zee News as a Preferred Source

H4. Snakebite Deaths In Odisha: ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଥିବା ସୂଚନା ଅନୁଯାୟୀ ସାରା ଓଡ଼ିଶାରେ ଗତ ଦୁଇ ବର୍ଷ ମଧ୍ୟରେ ସର୍ପାଘାତରେ ମୋଟ ୧୮୫୯ ଜଣଙ୍କର ମୃତ୍ୟୁ ହୋଇଛି।

H5. Rayagada Class X Girl Dies: ଗୁରୁବାର ଦିନ ରାୟଗଡା ଜିଲ୍ଲାର ରମନାଗୁଡ଼ା ଥାନା ଅନ୍ତର୍ଗତ ଗଣପତିଗୁଡ଼ା ଗାଁରେ ଅନଲାଇନ୍ ଗେମିଂ ଯୋଗୁଁ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ସାଇନା ସାହୁ (୧୫) ବୋଲି ଚିହ୍ନଟ କରାଯାଇଛି।

H6. CSIR-IMMT and CSIRO collaboration: ବିଶ୍ୱର ତୃତୀୟ ଟାଇଟାନିୟମ ଗଚ୍ଛିତ ଦେଶ ଭାବେ ପରିଚିତ ଭାରତରେ ହେବ ଅତ୍ୟାଧୁନିକ ଗବେଷଣା। ଏନେଇ ଅଷ୍ଟ୍ରେଲିଆର ବୈଜ୍ଞାନିକ ସଂସ୍ଥା ଭୁବନେଶ୍ୱରେରେ ଥିବା ଖଣିଜ ଓ ସାମଗ୍ରୀ ପ୍ରଯୁକ୍ତି ପ୍ରତିଷ୍ଠାନ ସହ ଏକ ବୁଝାମଣା ସ୍ୱାକ୍ଷର କରିଛି। ସିଏସ୍‍ଆଇଆର୍‍ର ଏହି ନିଜସ୍ୱ ଗବେଷଣା କେନ୍ଦ୍ରରେ ଏଥିଲାଗି ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। 

H7. IRB Constable Recruitment: ଗୁରୁବାର ଦିନ ଓଡ଼ିଶା ହାଇକୋର୍ଟ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ (IRB) ପାଇଁ କନଷ୍ଟେବଳ ନିଯୁକ୍ତି ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ପୂର୍ବରୁ ହାଇକୋର୍ଟର ଏକ ସିଙ୍ଗଲ ବେଞ୍ଚ ଅଧିକ ବୟସ୍କ ପ୍ରାର୍ଥୀମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇଥିଲେ। 

H8. Odisha Assembly adjourned again: ରାଜ୍ୟ ବିଧାନସଭାରେ ଆଜି ବିଜେଡିର ପ୍ରତିବାଦ ଓ ବିକ୍ଷୋଭ ହେତୁ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଗୋଟିଏ ମାତ୍ର ପ୍ରଶ୍ନକୁ ବାଚସ୍ପତି ନେବାକୁ ଚାହିଁଥିଲେ ମଧ୍ୟ ତାହା ବି ସମ୍ଭବ ହୋଇପାରି ନାହିଁ। ଫଳରେ ପ୍ରଶ୍ନକାଳକୁ ବାତିଲ କରି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

H9. Mercury Touches 40' In Odisha: ଭାରତୀୟ ପାଣିପାଗ ବିଭାଗ (IMD) ଗୁରୁବାର ଦିନ ଓଡ଼ିଶାରେ ଚଳିତ ସିଜିନର ସର୍ବାଧିକ ତାପମାତ୍ରା ରେକର୍ଡ କରିଛି। ଝାରସୁଗୁଡା ୪୧.୪ ଡିଗ୍ରୀ ସେଲସିୟସ୍ ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି। ଏହା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅତ୍ୟନ୍ତ ଉଚ୍ଚ ତାପମାତ୍ରା ଅନୁଭୂତ ହୋଇଛି।

H10. Harry Brook IPL Ban: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଏହା ପୂର୍ବରୁ ବିସିସିଆଇ ଏକ ବଡ଼ ଆକ୍ସନ ନେଇଛି। ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି। କହିରଖୁଛୁ ଯେ ବ୍ରୁକ ଚଳିତ ବର୍ଷର IPL ଖେଳିବାକୁ ମନା କରିଦେଇଥିଲେ।

About the Author