Top 10 News Headlines: ଓସ୍କୁଲ ପିଲାମାନଙ୍କର ପୁଷ୍ଟିସାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ସପ୍ତାହରେ ତିନୋଟି ପୁଷ୍ଟିସାର ଯୁକ୍ତ ଲଡୁ ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ଲଡୁ ସୋମବାର, ମଙ୍ଗଳବାର ଓ ଗୁରୁବାର ଦିନ ସକାଳ ସଭା ସମୟରେ ଦିଆଯିବ ଏବଂ ପ୍ରତି ଲଡୁ ପାଇଁ ୩.୫୦ ଟଙ୍କାରେ ଯୋଗାଇ ଦିଆଯିବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
)
Top 10 News Headlines 26 March 2025: H1. Nutrient-rich laddoos to school students: ସ୍କୁଲ ପିଲାମାନଙ୍କର ପୁଷ୍ଟିସାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ସପ୍ତାହରେ ତିନୋଟି ପୁଷ୍ଟିସାର ଯୁକ୍ତ ଲଡୁ ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ଲଡୁ ସୋମବାର, ମଙ୍ଗଳବାର ଓ ଗୁରୁବାର ଦିନ ସକାଳ ସଭା ସମୟରେ ଦିଆଯିବ ଏବଂ ପ୍ରତି ଲଡୁ ପାଇଁ ୩.୫୦ ଟଙ୍କାରେ ଯୋଗାଇ ଦିଆଯିବ। ଏହି ପୁଷ୍ଟିସାର ଯୁକ୍ତ ଲଡୁ ୧ ଏପ୍ରିଲ ୨୦୨୫ ରୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରଥମ ରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯିବ।
H2. Odish govt on kendu leaf workers: ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ କେନ୍ଦୁ ପତ୍ର ହିତାଧିକାରୀଙ୍କ ପାଇଁ କଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ଘୋଷଣା ଅନୁଯାୟୀ ସରକାର ୨୦୨୪ କେନ୍ଦୁ ପତ୍ର ଫସଲ ବର୍ଷ ପାଇଁ ୮,୫୯,୪୪୯ କେନ୍ଦୁ ପତ୍ର ଉତ୍ତୋଳନକାରୀଙ୍କୁ ୨୫% ହାରରେ ୫୨.୬୩ କୋଟି ଟଙ୍କାର ଲାଭ ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ ୮୩.୯୨% ହିତାଧିକାରୀ ମହିଳା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
H3. Stones pelted at Puri-Rourkela Vande Bharat Express: ବୁଧବାର ଦିନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ କିଛି ଦୁର୍ବୃତ୍ତ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ର କାଲୁଙ୍ଗା ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଏହି ପଥର ଫିଙ୍ଗା ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସର ଦୁଇଟି ବଗିର ଝରକା କାଚ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ଅତି କମରେ ତିନି ଜଣ ଯାତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।
H4. Commissionerate Police Traffic Advisory: ଆସନ୍ତା କାଲି ଅର୍ଥାତ୍ ୨୭ ମାର୍ଚ୍ଚରେ କଂଗ୍ରେସ ଦଳ ରାଜ୍ୟ ବିଧାନସଭା ଚାରିପାଖରେ ଏକ ବଡ଼ ଧରଣର ବିକ୍ଷୋଭ ପାଇଁ ଘୋଷଣା କରିଥିବାରୁ ଟ୍ରାଫିକ୍ ସମାସ୍ୟା ଆଶଙ୍କା କରି କମିଶନରେଟ୍ ପୋଲିସ ଏକ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରିଛି।
H5. Law Minister On Congress party: ବୁଧବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଂଗ୍ରେସ ଦଳ ଉପରେ ଅଭିଯୋଗ କରି କହିଛନ୍ତି ଯେ ସେ ଓଡ଼ିଶା ବିଧାନସଭାକୁ ପଙ୍ଗୁ କରିବା ପାଇଁ ଏକ ସେମାନେ ସୁଚିନ୍ତିତ ଷଡ଼ଯନ୍ତ୍ର ରଚନା କରୁଛନ୍ତି। ବିଧାନସଭା ଭଳି ପବିତ୍ର ଗୃହରେ କଂଗ୍ରେସ ନେତାମାନେ ଅଶ୍ଲୀଳ ଭାଷା ପ୍ରୟୋଗ ସହ ଘଣ୍ଟ-ଘଣ୍ଟା ବଜାଇ କୀର୍ତ୍ତନ କରୁଛନ୍ତି।
H6. Vigilance Arrests Jatni MEO: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଜୋଶୀଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ୍ କରିଛି। ପାଟ୍ଟଜୋଶୀଙ୍କ ସମ୍ପତ୍ତି ଯାଞ୍ଚ କରାଯିବା ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପର୍ଦ୍ଦାଫାସ ହୋଇଛି। ଯେଉଁଥିରେ ଭୁବନେଶ୍ୱରରେ ଚାରୋଟି ଉଚ୍ଚ ମୂଲ୍ୟର ଫ୍ଲାଟ୍, ବ୍ରହ୍ମପୁରରେ ଦୁଇଟି ବହୁମହଲା କୋଠା, ୧୧ଟି ଜମି ପ୍ଲଟ୍, ପ୍ରାୟ ୪୭୫ ଗ୍ରାମ ଓଜନର ସୁନା ଅଳଙ୍କାର, ୧୭ ଲକ୍ଷ ଟଙ୍କା ନଗଦ ଓ ୯୦ ଲକ୍ଷ ଟଙ୍କାରୁ ଅଧିକ ଜମା ଅନ୍ତର୍ଭୁକ୍ତ ରହିଛି।
H7. Odisha Vigilance arrests amin: ବୁଧବାର ଦିନ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ତହସିଲର ଅମିନ ଶିଶିର କୁମାର ନାୟକଙ୍କୁ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁଯାୟୀ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜମି ରେକର୍ଡ (ROR) ବିଭାଜନ ପାଇଁ ଆବଶ୍ୟକ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବା ବଦଳରେ ଜଣେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଅଭିଯୁକ୍ତଙ୍କୁ ଧରାପଡ଼ିଛନ୍ତି।
H8. UPI service down: ଆପଣ ଯଦି ଅନଲାଇନ୍ ପେମେଣ୍ଟ କରୁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ଉପଯୋଗୀ ଖବର ଅଛି। ଆପଣ ଏହି ସମୟରେ GPay, PhonePe, Paytm କିମ୍ବା Bhim UPI ବ୍ୟବହାର କରିପାରିବେ ନାହିଁ। ଆପଣଙ୍କୁ କହି ରଖୁଛୁ ଯେ UPI ହଠାତ୍ ଡାଉନ୍ ହୋଇଛି। ଦେଶର ଅଧିକାଂଶ ସହରର ଉପଭୋକ୍ତାମାନେ ଅନଲାଇନ୍ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
H9. Rahul Gandhi On Om Birla: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଦିନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଗମ୍ଭୀର ଆରୋପ ଆଣିଛନ୍ତି। କଂଗ୍ରେସ ସାଂସଦ କହିଛନ୍ତି ଯେ ଯେତେବେଳେ ସେ ଲୋକସଭା ଗୃହରେ କିଛି କହିବାକୁ ଠିଆ ହୁଅନ୍ତି, ତାଙ୍କୁ କହିବାକୁ ଦିଆଯାଏ ନାହିଁ। ଯେତେବେଳେ ସେ ଗୃହରେ କହିବାକୁ ଠିଆ ହେଲେ ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଦିଆଗଲା। ଏହା ସମେତ ଓମ୍ ବିର୍ଲା ରାହୁଲ ତାଙ୍କୁ ଗୃହର ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ।
H10. RR vs KKR IPL 2025: ଆଜି IPL 2025 ର ଷଷ୍ଠ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ (RR) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ଖେଳାଯାଉଛି। ଗୌହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। RR KKR ପାଇଁ ୧୫୨ ରନର ଟାର୍ଗେଟ ରଖିଛି। ଟସ୍ ହାରିବା ପରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୧ ରନ୍ ସ୍କୋର କରିଥିଲା।