Advertisement
Article Detail0/zeeodisha/odisha2696865
Zee OdishaTop 10 NewsTop 10 News: ଆହୁରି ୮ ଟି ସହରରେ ଚାଲିବ ଆମା ବସ୍ ସେବା, ଲୋକସଭାରେ ଇମିଗ୍ରସନ୍‍ ଆଣ୍ଡ ଫରେନର୍ସ ବିଲ୍‍ ପାସ୍, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News: ଆହୁରି ୮ ଟି ସହରରେ ଚାଲିବ 'ଆମା ବସ୍ ସେବା', ଲୋକସଭାରେ ଇମିଗ୍ରସନ୍‍ ଆଣ୍ଡ ଫରେନର୍ସ ବିଲ୍‍ ପାସ୍, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: 'ଆମା ବସ୍ ସେବା' ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେଉଁଝର, ବାରିପଦା, ଜୟପୁ, ବାଲେଶ୍ୱର ଓ ରାୟଗଡ଼ାରେ ଆରମ୍ଭ ହେବାକୁ ଯାଉଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 27 March 2025
Top 10 News Headlines 27 March 2025

Top 10 News Headlines 27 March 2025: H1. CRUT To Expand Ama Bus Service To 8 More Cities: 'ଆମା ବସ୍ ସେବା' ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେଉଁଝର, ବାରିପଦା, ଜୟପୁର (କୋରାପୁଟ), ବାଲେଶ୍ୱର ଓ ରାୟଗଡ଼ାରେ ଆରମ୍ଭ ହେବାକୁ ଯାଉଛି। ଯାହା ଓଡ଼ିଶାରେ ସହରାଞ୍ଚଳ ପରିବହନର ଏକ ଗୁରୁତ୍ୱପୂର୍ଣ୍ଣ ବିସ୍ତାରକୁ ଚିହ୍ନିତ କରିବ। ଗୁରୁବାର ଦିନ ଅନୁଷ୍ଠିତ ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (CRUT)ର ୪୯ ତମ ବୋର୍ଡ ବୈଠକରେ ଏହି ଘୋଷଣା କରାଯାଇଛି।

H2. BJD MLAs Sprinkle Ganga Water In Odisha Assembly: ବିଜେଡି ବିଧାୟକମାନେ ଆଜି ବିଧାନସଭାରେ ପ୍ରତିବାଦ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ଏହି କ୍ରମରେ ସେମାନେ 'ଗୃହକୁ ପବିତ୍ର' କରିବା ପାଇଁ ଗଙ୍ଗା ଜଳ ସିଞ୍ଚନ କରିଛନ୍ତି। ବିଧାୟକମାନେ ବିଧାନସଭା ଭିତରେ ଏବଂ ବାହାରେ ଗଙ୍ଗା ଜଳ ସିଞ୍ଚନ କରି ପ୍ରତିବାଦ କରିଥିଲେ। ଏବଂ ଦାବି କହିଥିଲେ ଯେ ସେମାନେ ପବିତ୍ ଗଙ୍ଗା ଜଳ ସହିତ ଗୃହ ଏବଂ ଏହାର ଚାରିପାଖକୁ ପବିତ୍ର କରିବାକୁ ଚାହୁଁଛନ୍ତି।

H3. Congress Protest Turns Violent: ଆଜି ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ କରିବା ପାଇଁ କଂଗ୍ରେସ ଦଳ ରାଜଧାନୀରେ ଏକ ପ୍ରତିବାଦ ରାଲି କରିଛି। ଏହା ପ୍ରତିବାଦ ରାଲି ଭୁବନେଶ୍ୱରର ଲୋୟର ପିଏମଜିରେ ସେତେବେଳେ ଉତ୍ତେଜନା ପୂର୍ଣ୍ଣ ହୋଇଥିଲା ଯେତେବେଳେ ପୋଲିସ ଓଡ଼ିଶା କଂଗ୍ରେସ କର୍ମୀଙ୍କ ଉପରେ ଲାଠିଚାର୍ଜ କରିଥିଲା। କଂଗ୍ରେସ କର୍ମୀ ମାନେ ମଧ୍ୟ ପୋଲିସ ଉପରକୁ ପଥର ଏବଂ ଚେୟାର ମାଡ଼ କରିଥିଲେ। ଏହି କ୍ରମରେ ଅନେକ ଆହତ ହୋଇଛନ୍ତି।

Add Zee News as a Preferred Source

H4. Mid-Day Meals For Classes IX and X: ୨୦୨୫-୨୬ ଆର୍ଥିକ ବର୍ଷରୁ ଓଡ଼ିଶାର ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗରମ ରନ୍ଧା ମଧ୍ୟାହ୍ନ ଭୋଜନ ପାଇବେ। ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ସ୍ତରକୁ ଉନ୍ନତ କରିବା ଏବଂ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା, ଉପସ୍ଥାନ ଏବଂ ପ୍ରତିଧାରଣ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ପଦକ୍ଷେପକୁ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ବିଚାର ବିମର୍ଶ ପରେ ଏହି ଅନୁମୋଦନ କରାଯାଇଛି।

H5. Odisha Vigilance Nabs Anganwadi Supervisor: ଗୁରୁବାର ଦିନ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ଅଙ୍ଗନୱାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସେ ୫୦,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ ଏବଂ ଗ୍ରହଣ କରୁଥିଲେ। ଲକ୍ଷ୍ମୀପୁର ବ୍ଲକ ଅଧୀନରେ ଥିବା ଜଣେ ନବନିଯୁକ୍ତ ଅଙ୍ଗନୱାଡି କର୍ମୀଙ୍କୁ ତାଙ୍କ କାମ ସହଦରେ କରାଇଦେବା ପାଇଁ ଏହି ଲାଞ୍ଚ ମାଗିଥିଲେ।

H6. Home Guard Candidate Dies: ବୁଧବାର ଦିନ ଦେବଗଡ଼ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ଜଣେ ପ୍ରାର୍ଥୀଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ନାମ ସାହେବା ଦେହୁରୀ (୧୯) ବୋଲି ଜଣାପଡିଛି। ସେ ଦେବଗଡ଼ ଜିଲ୍ଲାର ରିଆମାଲ ବ୍ଲକର ବୁଡିଡୋ ଗ୍ରାମର ବାସିନ୍ଦା ପ୍ରଦୀପ କୁମାର ଦେହୁରୀଙ୍କ ପୁଅ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ₹୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

H7. Immigration and Foreigner’s Bill Passed in Loksabha: ଆଜି ଲୋକସଭାରେ ଇମିଗ୍ରସନ୍‍ ଆଣ୍ଡ ଫରେନର୍ସ ବିଲ୍‍ ବା ପ୍ରବାସ ଓ ବିଦେଶୀ ବିଧେୟକ ୨୦୨୫ ପାରିତ ହୋଇଛି। ଏହା ଆଇନରେ ପରିଣତ ହେଲେ ୪ଟି  ପୁରୁଣା ଆଇନର ଅନ୍ତ ଘଟିବ। ଏହି ଆଇନଗୁଡ଼ିକ ଭିତରେ ରହିଛି ପାସ୍‍ପୋର୍ଟ ଆଇନ ୧୯୨୦, ବିଦେଶୀ ପଞ୍ଜିକରଣ ଆଇନ ୧୯୩୯, ବିଦେଶୀ ଆଇନ ୧୯୪୬ ଏବଂ ପ୍ରବାସ ଆଇନ ୨୦୦୦। ଭାରତକୁ ସାଧୁ ଉଦ୍ଦେଶ୍ୟ ନେଇ ଆସୁଥିବା ବ୍ୟକ୍ତିଙ୍କୁ ଏହି ଆଇନ ସ୍ୱାଗତ କରିବା ସହ ସମସ୍ତ ସୁବିଧା ଯୋଗାଇନଦେବ। କିନ୍ତୁ ଯେଉଁମାନେ ମନ୍ଦ ଉଦ୍ଦେଶ୍ୟ ନେଇ ଆସୁଛନ୍ତି ସେମାନଙ୍କୁ ୫ ଲକ୍ଷ ଟଙ୍କାର ଜୋରିମାନା ସହ ୫ ବର୍ଷ ଯାଏ ଜେଲ୍‍ ବ୍ୟବସ୍ଥା ଏହି ଆଇନରେ ରହିଛି। 

H8. Amit Shah on Bangladeshi infiltration: ଦେଶରେ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ପଶ୍ଚିମବଙ୍ଗର ତୃଣମୂଳ ସରକାର ପ୍ରୋତ୍ସାହନ ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ପଶ୍ଚିମବଙ୍ଗ ସରକାରଙ୍କୁ ସହଯୋଗ ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ତାହାକୁ ହେୟଜ୍ଞାନ କରାଯାଉଛି। ଫଳରେ ମାତ୍ର ୪୫୦ କିଲୋମିଟର ସୀମାରେ ବାଡ଼ ପକାଇବା ସମ୍ଭବ ହୋଇପାରୁ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।ଆଜି ପ୍ରବାଶ ଓ ବିଦେଶୀ ବିଧେୟକ ୨୦୨୫ ବାବଦରେ ସୂଚନା ଦେବା ବେଳେ ବିଭିନ୍ନ ସାଂସଦଙ୍କ ଉଦବେଗକୁ ଲକ୍ଷ୍ୟକରି ସେ ଏହି ଉତ୍ତର ରଖିଛନ୍ତି।

H9. Putin To Visit India: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗସ୍ତ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଋଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ଦିନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୁତିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି। ଯଦିଓ ପୁତିନଙ୍କ ଗସ୍ତ ତାରିଖ ପ୍ରକାଶ କରାଯାଇ ନାହିଁ। ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପ୍ରଥମ ଥର ପାଇଁ ହେବ ଯେତେବେଳେ ଋଷ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିବେ।

H10. SRH vs LSG IPL 2025: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ସପ୍ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୯ ୱିକେଟ ହରାଇ ୧୯୦ ରନ କରିଛି। ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ୍ ହେଡ୍ ସର୍ବାଧିକ ୪୭ ରନ୍ କରିଥିଲେ। ଲକ୍ଷ୍ନୌ ପାଇଁ ଶାର୍ଦ୍ଦୁଳ ଠାକୁର ୪ଟି ୱିକେଟ ନେଇଥିଲେ। 

About the Author