Top 10 News Today:


COMMERCIAL BREAK
SCROLL TO CONTINUE READING

01- ଆଜି ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସଂସଦକୁ ଆସିବା ପରେ ସମସ୍ତ ସାଂସଦ ଶପଥପାଠ କରିଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଥିଲେ । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥପାଠ କରାଇଥିଲେ । ଏଥିସହ ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ।


02- ନିଜ ଗାଁ କେନ୍ଦୁଝର ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଗ୍ରାମବାସୀ । ପ୍ରଥମେ ସେ ରାଇକଳାରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ଝୁମ୍ପୁରା ବ୍ଲକ ଯାଇଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଗହଳୀ ପରିଲକ୍ଷିତ ହୋଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ରାଇକଳା ସ୍ଥିତ ଘରେ ଭୋଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।


03- ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସଭାରେ ଦଳର ପ୍ରତିନିଧି ନଥିଲେ ମଧ୍ୟ, ରାଜ୍ୟସଭାରେ କିପରି ଦଳର ସାଂସଦମାନେ ବିରୋଧୀ ଦଳର ଭୂମିକା ନିଭାଇବେ ସେନେଇ ଆଲୋଚନା ହୋଇଛି । ନବୀନ ନିବାସରେ ବିଜେଡି ରାଜ୍ୟସଭା ସାଂସଦମାନେ ପହଞ୍ଚିବା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟସଭାରେ ଦଳ କିପରି ଆଭିମୁଖ୍ୟ ରଖିବ ସେ ସମ୍ପର୍କରେ ମନ୍ତ୍ର ଦେଇଛନ୍ତି ନବୀନ ।


04- ଦଙ୍ଗା ପରେ ଧିରେ ଧିରେ ବାଲେଶ୍ୱରକୁ ଫେରୁଛି ଶାନ୍ତି । ଆଜିଠୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ସହିତ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ବାଭାବିକ ହୋଇଛି । ଫଳରେ ଲୋକମାନେ ଆଶ୍ୱସ୍ତିଲାଭ କରିଛନ୍ତି । ଦଙ୍ଗା ପରଠୁ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।


05- ଜୁନ ୨୫ ଅର୍ଥାତ୍ ଆସନ୍ତା କାଲି ବିଜେପି କଳା ଦିବସ ପାଳନ କରିବାକୁ ଯାଉଛି। ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ତେଣୁ ଏହି ଦିନକୁ ବିଜେପି କଳା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ଗଣତନ୍ତ୍ର ଏବଂ ଭାରତରେ ସମ୍ବିଧାନ କଂଗ୍ରେସ ଶାସନ ସମୟରେ ଅଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଥିବା ନେଇ ବିଜେପି ଅଭିଯୋଗ କରିଛି। ଆସନ୍ତାକାଲି ଏହି ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ।


06- 5T ସ୍କୁଲରେ ଦୁର୍ନୀତି ହୋଇଥିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏଥିସହ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ଖୁବ୍‌ଶୀଘ୍ର ପୂରଣ କରାଯିବ । ବିଗତ ଦିନରେ ଅନେକ ନକଲି ଶିକ୍ଷକ ଧରାପଡ଼ିଛନ୍ତି ତେଣୁ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ହେବ । ବଦଳି ପରେ ସ୍କୁଲ ଯାଉନଥିବା ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍କୁଲ ଯାଇ ପିଲାଙ୍କୁ ପାଠ ପଢାଇବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।


07- ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାବ ଦେବ । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, କିଛି କହିଲା ସମୟରେ ମୁଖ୍ୟମନ୍ତ୍ରୀ ପଦ ମର୍ଯ୍ୟାଦା ରଖନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟ ଉପରେ ପ୍ରତାପ ଦେବ ପ୍ରତିକ୍ରିୟା ରଖି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ଦୁର୍ଭାଗ୍ୟଜନକ । ସେତେବେଳେ କାହିଁକି କହିଲେନି ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି ।


08- ଲକ୍ଷ୍ମୀପୁର ନାରାୟଣପାଟଣାରେ ଅଜଣା ରୋଗ ଆତଙ୍କ ଦେଖିବାକୁ ମିଳିଛି । ମାତ୍ର ସପ୍ତାହକ ମଧ୍ୟରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଶିଶୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଡିପ୍‌ଥେରିଆ ସନ୍ଦେହରେ ଶିଶୁମାନଙ୍କୁ କୋରାପୁଟ ଓ ଲକ୍ଷ୍ମୀପୁର ଅଞ୍ଚଳରେ ଥିବା ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ, ରାଜ୍ୟରେ ଡିପଥେରିଆ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 


09- ଆଜି ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ଟି-୨୦ ବିଶ୍ବକପ୍ ସୁପର ଏଇଟ୍ ପର୍ଯ୍ୟାୟରେ ଆଜିର ମ୍ୟାଚଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସୁପର ଏଇଟରେ ଦୁଇଟିଯାକ ମ୍ୟାଚ ଜିତି ସେମିଫାଇନାଲ ପାଇଁ ନିଜର ସ୍ଥାନ ପକ୍କା କରିସାରିଛି ଭାରତ । ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଓ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇବାରେ ସଫଳ ହୋଇଥିଲା ଭାରତ । କିନ୍ତୁ ଅଷ୍ଟ୍ରେଲିଆ ଟିମ୍ ସୁପି ଏଇଟରେ ଆଫଗାନିସ୍ତାନଠାରୁ ପରାଜୟର ସାମ୍ନା କରିଥିଲା । ତେଣୁ ଆଜିର ମ୍ୟାଚ ଜିତିବା ପରେ ସେମିଫାଇନାଲକୁ ପ୍ରବେଶ କରିବାକୁ ଅଷ୍ଟ୍ରେଲିଆର ମଧ୍ୟ ଚେଷ୍ଟା ରହିବ ।


10- ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଲଭ୍ ବାର୍ଡ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ। ଇନଷ୍ଟାଗ୍ରାମରେ ବିବାହ ସମୟର ଫଟୋ ଅପଲୋଡ କରିବା ପରେ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି । ଅନେକ ନାମିଦାମୀ କଳାକାରଙ୍କୁ ଏହି ବିବାହ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।