Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାତ୍ରୀଙ୍କ ମୃତ୍ୟୁ ନେଇ SCB କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ, ଘଟଣାରେ CRS ତଦନ୍ତ କରିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
Headlines 02- କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ପରେ ମଙ୍ଗୁଳି ଚୌଦ୍ବାରରେ ଅଟକିଥିବା ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବରରୁ ବାହାରିଥିବା ସ୍ବତନ୍ତ୍ର ଟ୍ରେନ୍, ଭାୟା ନରାଜ ଦେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛି । ଘଟଣାରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଇଷ୍ଟକୋଷ୍ଟ ରେଲୱେ । ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି । ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି । କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ୍ ନଂ- ୭୨୦୫୧୪୯୫୯୧, ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫, ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି ।
Headlines 03- କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ପୂର୍ବତଟ ରେଲୱେ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ଜଣେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷର ସହାୟତା ପ୍ରଦାନ କରାଯିବ । ଜଣେ ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ ଏବଂ ୨ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।
Headlines 04- (OAA) ଓଡ଼ିଶା ଅଲିମ୍ପିକ୍ସ ସଂଘ ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣ ପରେ ସମୀର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ଏହା ମୋ ଜୀବନର ବଡ଼ ଉପଲବ୍ଧି, ରାଜ୍ୟବାସୀ ଖୁସି ହେବେ' ଏବଂ 'ଅଲିମ୍ପିକ୍ସ ପାଇଁ ଓଡ଼ିଶାରୁ ଅଧିକ ପିଲା ସୃଷ୍ଟି କରିବା ଲକ୍ଷ୍ୟ ରହିଛି' ।
Headlines 05- ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (OPSC) ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି । ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଛି । ପୂର୍ଣ୍ଣ ସଂଖ୍ୟା ଠାରୁ ୬ ନଂ କମ୍ ଥିବା ପରୀକ୍ଷାର୍ଥୀ ଅଭିଯୋଗ କରିବା ପରେ ତ୍ରୁଟି ମାନିଛନ୍ତି OPSC କର୍ତ୍ତୃପକ୍ଷ । ଏହା ମୁଦ୍ରଣଜନିତ ତୃଟି ଏବଂ ଏହା ଉପରେ OPSC ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।
Headlines 06- କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପ୍ରଥମ ଦିନରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଗଲା। ପ୍ରତ୍ୟେକ ଘର ପାଇଁ ୧.୨୦ ଲକ୍ଷ ଟଙ୍କା, ତା ସହିତ ବିଭିନ୍ନ ଯୋଜନାରେ ମିଳିବ ଶୌଚାଳୟ, ରନ୍ଧନ ଗ୍ୟାସ, ସ୍ୱଚ୍ଛ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ । ୩ ବର୍ଷରେ ୫ ଲକ୍ଷ ଘର ଦିଆଯିବ ଓ ଏହି ବାବଦକୁ ଖର୍ଚ୍ଚ ହେବ ୭,୫୫୦ କୋଟି ଟଙ୍କା ।
Headlines 07- ୧.୪ କୋଟି ଟଙ୍କାର ଓନଲାଇନ୍ ଟ୍ରେଡିଂ ନିବେଶ ଠକେଇ ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସିଆଇଡି, ସାଇବର ଅପରାଧ ୟୁନିଟ୍, ଅପରାଧ ଶାଖା । ଟ୍ରାଞ୍ଜାକ୍ସନ୍ ବିବରଣୀଗୁଡ଼ିକ ସମ୍ପର୍କରେ ତନାଘନା କରିବା ପରେ ଏହି ମାମଲାକୁ ସଫଳତାର ସହ ସାମ୍ନାକୁ ଆଣିଛନ୍ତି । ଅଭିଯୁକ୍ତମାନଙ୍କୁ କର୍ଣ୍ଣାଟକ ଏବଂ ତାମଲନାଡୁର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ଜଣେ ମହିଳାଙ୍କ ସମେତ ମୋଟ ୭ଜଣ ଏହି ମାମଲାରେ ଗିରଫ ହୋଇଥିବା ସୂଚନା ମିଳିଛି ।
Headlines 08- ଓଡ଼ିଆ ଅସ୍ମିତାର ବାର୍ତ୍ତା ବହନ କରୁଥିବା ଆମର ଏହି ସଂସ୍କୃତି ଓ ପରମ୍ପରାକୁ ମହା ଆଡ଼ମ୍ବରର ସହକାରେ ପାଳନ କରିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆ ଯାଇଛି। ଦୀର୍ଘ ୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ (ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ) ଆୟୋଜନ କରାଯିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।
Headlines 09- କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଚୋରି ବାଇକ୍ ସିଜ୍ କରିବାକୁ ପୋଲିସ ଆସିଥିବା ସମୟରେ ଏହି ଆକ୍ରମଣ ହୋଇଛି । ପୂର୍ବକୋଟ ହାଟ ନିକଟରେ ଅନ୍ୟ ପୋଲିସ କର୍ମଚାରୀଙ୍କ ସମେତ IIC ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ତେଲେଙ୍ଗା ବସ୍ତିର ମହିଳାମାନେ ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଥିବା କୁହାଯାଉଛି ।
Headlines 10- ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଗଜପତି, ଗଂଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରାଯାଇଛି । ଆଜି ଠାରୁ ବିଭିନ୍ନ ଜାଗାରେ ଧିରେ ଧିରେ ତାପମାତ୍ରା କମିବ ବୋଲି କହିଛି ପାଣିପାଗ କେନ୍ଦ୍ର । ୨ କି ୩ ଦିନ ପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଦକ୍ଷିଣ ଓଡ଼ିଶାରେ ୨,୩ ଓ ୪ ତାରିଖରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।