Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ଆଜି ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବମୁଖର ହୋଇଛି ପରିବେଶ । ପରସ୍ପରକୁ ରଙ୍ଗିନ ଅବିର ଲଗାଇ ହୋଲିର ଅଭିନନ୍ଦନ ଜଣାଇଛନ୍ତି ଦେଶବାସୀ । ହୋଲି ଖେଳ ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଦିନ ୧୨ଟାରୁ ୧ଟା ମଧ୍ୟରେ ହୋଲି ଖେଳ ସାରିବା ନିମନ୍ତେ ପରାମର୍ଶ ଦେଇଥିଲେ କଟକ ଡିସିପି ଋଷିକେଶ ଖିଲାରୀ । ନଦୀ ତୁଠ ଏବଂ ପ୍ରମୁଖ ପୋଖରୀ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା ।
Headlines 02- କଟକରେ ବନ୍ଧୁକ କାରଖାନା ଠାବ ନେଇ STF ଡିଆଇଜି ପ୍ରେସମିଟ୍ କରି କହିଛନ୍ତି ଯେ, ଘଟଣାରେ ଘର ମାଲିକ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ରାଜ୍ୟ ବାହାରର ଏବଂ ଘର ମାଲିକ କଞ୍ଚା ମାଲ୍ ଯୋଗାଉ ଥିଲେ ବୋଲି ସୂଚନା ରହିଛି । ଘର ମାଲିକ କିଛି ବର୍ଷ ପୂର୍ବରୁ ଆସି ବୟାଳିଶ ମୌଜାରେ ରହୁଥିଲା ଉତ୍ତର ପ୍ରଦେଶରୁ ଆସି ଏଠାରେ କ୍ଷୀର ବେପାର କରୁଥିଲା ବୋଲି ସୂଚନା ଦିଆଯାଇଛି ।
Headlines 03- ତ୍ରିଭାଷୀ ନୀତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଡିଏମକେ ଅର୍ଥାତ୍ ଦ୍ରାବିଡ ମୁନେତ୍ର କାଝଗମ ସରକାର ଟଙ୍କା ଚିହ୍ନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଟଙ୍କା ପ୍ରତୀକକୁ ହଟାଇ ତାମିଲ ଅକ୍ଷର ସହିତ ବଦଳାଯାଇଥିବାର ସୂଚନା ମିଳିଛି। ବିଶେଷ କଥା ହେଉଛି ଯେ ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ସଂସଦରେ ଜାତୀୟ ଶିକ୍ଷା ନୀତିରେ ହିନ୍ଦୀକୁ ଲାଗୁ କରିବା ବିଷୟରେ ବିତର୍କ ଚାଲିଛି। ତେବେ ଟଙ୍କା ଚିହ୍ନ ବଦଳିବା କାହିଁକି ନେଲେ ରାଜ୍ୟ ସରକାର। ଯାହାକୁ ନେଇ ବିବାଦ ଉଷ୍ମ ହୋଇଥିଲେ ମଧ୍ୟ ସେନେଇ ରାଜ୍ୟ ସରକାର କୌଣସି ମନ୍ତବ୍ୟ ଦେଇନାହାନ୍ତି।
Headlines 04- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଗଣ ନିର୍ବାସନ ଅଭିଯାନ ଆରମ୍ଭ ହେବା ପରଠାରୁ ଭାରତ ଆମେରିକାରେ ୩୮୮ ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଚିହ୍ନଟ କରିଛି ଏବଂ ସେମାନେ ସମସ୍ତେ ନିଜ ଦେଶକୁ ଫେରି ଆସିଛନ୍ତି ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ଜାଣିବାକୁ ପାଇଛି। ଏଥିରେ ଅମୃତସରରେ ବିମାନ ଯୋଗେ ଆସିଥିବା ଅବୈଧ ପ୍ରବାସୀ ଏବଂ ତୃତୀୟ ଦେଶ, ବିଶେଷକରି ପାନାମାରୁ ଫେରିଥିବା ଏବଂ ଅନ୍ତର୍ଜାତୀୟ ପ୍ରବାସ ସଂଗଠନର ସହାୟତାରେ ଫେରାଇ ଅଣାଯାଇଥିବା ପ୍ରବାସୀ ଅନ୍ତର୍ଭୁକ୍ତ।
Headlines 05- ଟ୍ରେନ ହାଇଜାକ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଜାଫର ଏକ୍ସପ୍ରେସ ହାଇଜାକ ପଛରେ ଭାରତର ହାତ ଥିବା ନେଇ ପାକିସ୍ତାନ ଅଭିଯୋଗ ଆଣିଥିଲା । ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ପାକିସ୍ତାନର ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିବା ସହ 'ଅନ୍ୟକୁ କହିବା ଆଗରୁ ନିଜକୁ ନିଜେ ଦେଖୁ ପାକିସ୍ତାନ' କହିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।
Headlines 06- ଆମେରିକାର ଡେନଭର ବିମାନ ବନ୍ଦରରେ ବଡ଼ ଅଘଟଣ ସାମ୍ନାକୁ ଆସିଛି। ବିମାନ ବନ୍ଦରରେ ଆମେରିକାନ ଏୟାରଲାଇନ୍ସରେ ଏକ ଫ୍ଲାଇଟରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସମୟରେ ଏଥିରେ ୬ ଜଣ କ୍ରିୟୁ ମେମ୍ବରଙ୍କ ସମେତ ମୋଟ ୧୭୮ଜଣ ଯାତ୍ରୀ ଥିଲେ। ତୁରନ୍ତ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ କରାଯାଇଥିଲା ।
Headlines 07- ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମେଟ୍ରୋ କାମ ଯେମିତି ଚାଲିବା କଥା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । କିଭଳି ଆର୍ଥିକ ଦୃଷ୍ଟିରୁ ଏହା ସମ୍ଭବପର ହୋଇପାରିବ ସମୀକ୍ଷା ହେବ ବୋଲି କୃଷ୍ଣଚନ୍ଦ୍ର କହିଥିଲେ ।
Headlines 08- ସାରଥିଙ୍କୁ ନେଇ ପୁଣି ଥରେ ନୂଆ ବିବାଦ ସାମ୍ନାକୁ ଆସିଛି । ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀମାନେ ଭୁବନେଶ୍ବର ଓ ଜୟପୁରରେ ସାରଥିଙ୍କ ପୂଜାର୍ଚ୍ଚନା କରିଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଭୁବନେଶ୍ବର କାର୍ଗିଲ ବସ୍ତିରେ ସତସଙ୍ଗ ଆୟୋଜନ କରାଯାଇଛି । ଜୟପୁର ନିକଟ ଫାମ୍ପୁଣିରେ ବି ଭଜନ କୀର୍ତ୍ତନ କରିଛନ୍ତି ଅନୁଗାମୀମାନେ । ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରାଯାଇଥିବା ଚିତ୍ରରେ ଦେଖିବାକୁ ମିଳିଛି ।
Headlines 09- ଆଜି ହୋଲି ପାଇଁ ସମଗ୍ର ଦେଶ ଉତ୍ସବମୁଖର ଥିବା ସମୟରେ ବଲିଉଡରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଆୟନ ମୁଖାର୍ଜୀଙ୍କ ପିତା ତଥା ବରିଷ୍ଠ ଅଭିନେତା ଦେବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ସେ ଆଜି (ମାର୍ଚ୍ଚ ୧୪) ଶୁକ୍ରବାର ଦିନ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦେବ ମୁଖାର୍ଜୀଙ୍କ ମୃତ୍ୟୁ ଖବର ଆସିବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।
Headlines 10- ଆଜି ରାଜ୍ୟର ପାରଦ ଉପରମୁହାଁ ହୋଇଛି । ଦିନ ସାଢ଼େ ୨ଟା ସୁଦ୍ଧା ୪୦ ଡିଗ୍ରୀ ଟପିଛି ୨ ସହର । ପୂର୍ବାହ୍ନ ସାଢ଼େ ୧୧ଟାରେ ଝାରସୁଗୁଡ଼ା ସହରର ତାପମାତ୍ରା ୩୬.୬ ଡିଗ୍ରୀ ରହିଥିଲା । କେନ୍ଦୁଝରରେ ୩୬ ଡିଗ୍ରୀ, ସମ୍ବଲପୁରରେ ୩୫.୬ ଡିଗ୍ରୀ, ରାଉରକେଲା ଓ ବାଲେଶ୍ୱର ୩୫.୨ ରହିଥିବାବେଳେ ହୀରାକୁଦରେ ୩୫ ଡିଗ୍ରୀ ଏବଂ ଭୁବନେଶ୍ୱର ତାପମାତ୍ରା ୩୪.୬ ଡିଗ୍ରୀ ରହିଥିଲା ।