Advertisement
Article Detail0/zeeodisha/odisha2701063
Zee OdishaTop 10 NewsTop 10 News: ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ IFS ନିଧି ତିୱାରୀ ଏବଂ ଅନ୍ୟ ଖବର

Top 10 News: ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ IFS ନିଧି ତିୱାରୀ ଏବଂ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ IFS ନିଧି ତିୱାରୀ ଏବଂ ଅନ୍ୟ ଖବର

Top 10 News Today

Headlines 01- ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି IFS ନିଧି ତିୱାରୀ । ପୂର୍ବରୁ ନିଧି ପିଏମ୍‌ଓରେ ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ।

Headlines 02- କେନ୍ଦୁଝରର ସହିଦ ଯବାନ ରାଜକିଶୋର ମୁଣ୍ଡାଙ୍କଙ୍କୁ ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେନା ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 'ସହିଦଙ୍କ ଘର ମୋ ନିର୍ବାଚନ ମଣ୍ଡଳୀରେ ଏବଂ ମୋ ଗାଁ ପାଖରେ । ମୁଁ ତାଙ୍କ ପରିବାରକୁ ଜାଣେ । ରାଜକିଶୋରଙ୍କ ଆତ୍ମାର ସଦଗତି କାମନା କରୁଛି ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି।

Add Zee News as a Preferred Source

Headlines 03- କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ୨୪ ଘଣ୍ଟା ପରେ କଟକ ନିର୍ଗୁଣ୍ଡି ଷ୍ଟେସନରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଶେଷ ହେବା ପରେ ଟ୍ରାକରେ ଗଡ଼ିଛି ଟ୍ରେନ୍ । ଆଜି ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ରେଲୱେ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

Headlines 04- ଏପ୍ରିଲ୍‌ ପହିଲାରୁ ବ୍ୟାଙ୍କ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିପାରେ । ଆସନ୍ତାକାଲିଠୁ ନୂଆ ଆର୍ଥକ ବର୍ଷ ୨୦୨୫-୨୦୨୬ ଆରମ୍ଭ ସହ ଆୟକରଠୁ ଆରମ୍ଭ କରି ଜିଏସଟି, ଡିଜିଟାଲ ପେମେଣ୍ଟ ପରି ଅନେକ ସେକ୍ଟରରେ ବହୁ ନିୟମ ପରବର୍ତ୍ତନ ହେବ । ତେଣୁ ଏଣିକି ସପ୍ତାହକୁ ୨ ଦିନ ବ୍ୟାଙ୍କ ବନ୍ଦ ରହିବ । 

Headlines 05- ପୁଣିଥରେ ଦନ୍ତେୱାଡାରେ ବଡ଼ ଧରଣର ଏନ୍‌କାଉଣ୍ଟର ଖବର ସାମ୍ନାକୁ ଆସିଛି । ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜଣେ ମାଓବାଦୀଙ୍କ ମୃତଦେହ ମିଳିଛି । ଏଥିସହ ଏକାଧିକ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତ ମହିଳା ନକ୍ସଲ ନାଁ ରେଣୁକା ଏବଂ ତାଙ୍କ ଘର ତେଲେଙ୍ଗାନା ୱାରଙ୍ଗଲ ଜିଲ୍ଲାରେ ବୋଲି ଜଣାପଡିଛି । ଦଣ୍ଡକାରଣ୍ୟ ସ୍ପେଶାଲ୍‌ ଜୋନାଲ୍‌ କମିଟି (DKSZC)ର ସଦସ୍ୟ ଥିଲେ ରେଣୁକା । ତାଙ୍କୁ ଧରାଇ ଦେବାକୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।

Headlines 06- ଇଦ୍ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସମୂହ ନମାଜ ପାଠ କରାଯାଇଛି । ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ ହେଉଛି ଇଦ୍ । ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳୁଛନ୍ତି ଇସଲାମ୍ ଧର୍ମାବଲମ୍ବୀ ଲୋକମାନେ । ଏଥିପାଇଁ ବିଭିନ୍ନ ମସଜିଦ ଚଳଚଞ୍ଚଳ ହୋଇଉଠିଛି । 

Headlines 07- ୧୫ରୁ ୨୦ ଦିନ ଭିତରେ ଆସିବାକୁ ଯାଉଛି ନୂଆ ଅବକାରୀ ନୀତି । ଏନେଇ ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ନୀତି ଲାଗୁ ହେବ ବୋଲି ପୃଥ୍ୱୀରାଜ କହିଛନ୍ତି ।

Headlines 08- ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଠକିଥିବା ୭ ଆନ୍ତଃରାଜ୍ୟ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି । ମୋଟ ୧ କୋଟି ୪୦ ଲକ୍ଷ ଟଙ୍କା ଠକାମି ଅଭିଯୋଗରେ ଖୋଳତାଡ଼ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ କରାଯାଉଛି ।

Headlines 09- ଏପ୍ରିଲ୍ ୪ ଏବଂ ୫ରେ ନିଯୋଗର ସେବକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକଙ୍କ ପାଇଁ  ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଏହି ପ୍ରଶିକ୍ଷଣ ଶିବିର କରାଯିବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ୨ ତାରିଖ ଅପରାହ୍ନ ୫ଟା ଭିତରେ ନାମ ପଞ୍ଜୀକରଣ କରିବାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

Headlines 10- ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ଓ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ଏଥିଲାଗି କେନ୍ଦ୍ର, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ ବୋଲି ମଧ୍ୟ ସତର୍କ କରାଯାଇଛି। ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ପାଇଁ କୌଣସି ସତର୍କତା ଦିଆଯାଇ ନାହିଁ।

About the Author