)
Top 10 News Today
Headlines 01- ସେପ୍ଟେମ୍ୱର ୧୭ ତାରିଖରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବଣ୍ଟାଯିବ ୫୦ ହଜାର ଅନ୍ତ୍ୟୋଦୟ ଘର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ । ପୂର୍ବରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଯୋଜନାରେ ସାମିଲ୍ କରାଯାଇଛି ଏବଂ ନଭେମ୍ବରରେ ପିଏମ୍ ଆବାସର କାର୍ଯ୍ୟାଦେଶ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ନୂଆ ପିଏମ୍ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ ଲକ୍ଷ ହିତାଧିକାରୀ । ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ, କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ'
Headlines 02- ଦିଲ୍ଲୀରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ସ୍ଥିତି। ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖିବାକୁ ମିଳିଛି। ରାସ୍ତାରେ ପାଣି ଜମିବା କାରଣରୁ ଯାନବାହନ ଚଳାଚଳ ତଥା ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ନାହିଁ ନଥିବା ହଇରାଣ ହେଉଛନ୍ତି ଯାତ୍ରୀ । ଆଜି ମଧ୍ୟ ଅନେକ ସ୍ଥାନରେ ଝିପି ଝିପି ବର୍ଷା ହୋଇଛି । ଆଗକୁ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅଧିକ ବନ୍ୟା ସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି ।
Headlines 03- ଗତ ୩ ମାସରେ ବୈତରଣୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ । ୧୪ ବ୍ଲକ୍ରେ ୧୦୦ ମିମିରୁ ଅଧିକ, ୪୨ ବ୍ଲକ୍ରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ଉପର ମହାନଦୀ, ବୈତରଣୀ, ବୁଢାଵଳଙ୍ଗରେ ବହୁତ ବର୍ଷା ହୋଇଛି । କେବଳ ବୈତରଣୀରେ ଛୋଟ ବନ୍ୟା ଅଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ହୀରାକୁଦର ମୋଟ ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ଏବଂ ମହାନଦୀରେ ଜଳସ୍ତର ବଢ଼ିବ ବୋଲି କୁହାଯାଇଛି । ସେପଟେ ଉତ୍ତର ଓଡ଼ିଶାରେ ମଧ୍ୟ ଲଗାଣ ବର୍ଷା କାରଣରୁ ଜଳକା ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ରହିଛି।
Headlines 04- ସ୍କୁଲ୍ରେ ଅଙ୍ଗନବାଡି ସାମିଲ ନେଇ ପ୍ରତିକ୍ରିୟା ରଖି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଶିଶୁବାଟିକା ୩କୁ ସ୍କୁଲ୍ରେ ସାମିଲ କରାଯାଇଛି । ଏବେ ବି ଶିଶୁବାଟିକା ୧ ଓ ୨ ଅଙ୍ଗନବାଡ଼ି କେନ୍ଦ୍ରରେ ଅଛି। ବର୍ତ୍ତମାନ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍ରେ ସାମିଲ ସମ୍ଭବ ନୁହେଁ । ୫ ବର୍ଷ ପରେ ପିଲା ଶିଶୁବାଟିକା ୩ରେ ନାମ ଲେଖାଇବେ । ୪୫ ହଜାର ସ୍କୁଲ୍ରେ ଶିଶୁବାଟିକା ୩ ଖୋଲାଯାଇଛି । ପରବର୍ତ୍ତୀ ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିଲେ ଶିଶୁବାଟିକା ୧ ଓ ୨ ସାମିଲ ହେବ ।
Headlines 05- ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଭୁବନେଶ୍ବରରେ ରେଡ୍ କରୁଛି ଆସାମ ପୋଲିସ । ମୋଷ୍ଟ ୱାଣ୍ଟେଡ୍ ଭୁବନେଶ୍ବରରେ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ରେଡ୍ ଆରମ୍ଭ ହୋଇଛି । କମିଶନରେଟ୍ ପୋଲିସ ସହାୟତାରେ ରେଡ୍ କରୁଛି ଆସାମ ପୋଲିସ । ଇନ୍ଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ୍ କରାଯାଇଥିବା ସମୟରେ ଆତ୍ମଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ୍ କିଏ ତାହା ସ୍ପଷ୍ଟ ହୋଇନି ।
Headlines 06- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି NIRF ରାକିଂ ତାଲିକା । NIRF ରାକିଂ ତାଲିକାର ଶୀର୍ଷରେ ରହିଛି IIT ମାଡ୍ରାସ । ସାମଗ୍ରିକ ପ୍ରତିଷ୍ଠାନ ତାଲିକାର ଶୀର୍ଷରେ IIT ମାଡ୍ରାସ ଏବଂ IIsc ବାଙ୍ଗାଲୋର ଶ୍ରେଷ୍ଠ ୟୁନିଭର୍ସିଟି, ୨ୟରେ JNU ରହିଛି । ଟପ୍ ମ୍ୟାନେଜମେଣ୍ଟ ତାଲିକାରେ IIM ଅହମ୍ମଦାବାଦ ଶୀର୍ଷରେ ରହିଛି । କଲେଜ ତାଲିକାର ଶୀର୍ଷରେ ଅଛି ହିନ୍ଦୁ କଲେଜ । ୨ୟରେ ମିରାଣ୍ଡା, ୩ୟରେ ହଂସ ରାଜ କଲେଜ ।
Headlines 07- ଯାଜପୁର କୋରେଇରେ ବଜ୍ରପାତ କାରଣରୁ ୩ଜଣ ସ୍କୁଲ୍ ଛାତ୍ରୀ ଆହତ ହୋଇଛନ୍ତି । ୩ ଛାତ୍ରୀ ସପ୍ତମ ଶ୍ରେଣୀର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ୩ ଛାତ୍ରୀଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
Headlines 08- ଶିମିଳିପାଳରେ ଶିକାର କରୁଥିବା ୪ଜଣ ଶିକାରୀ ଗିରଫ ହୋଇଛନ୍ତି । AI କ୍ୟାମେରାରେ ଚିହ୍ନଟ ପରେ ଡଙ୍ଗାଡିହା ଗାଁରୁ ଧରାପଡ଼ିଲେ ଶିକାରୀ । ପୋଡ଼ାଡିହା ବନବିଭାଗ ଦ୍ବାରା ଶିକାରୀ ଗିରଫ ହୋଇଥିବା ସମୟରେ ସେମାନଙ୍କ ନିକଟରୁ ୪ ବନ୍ଧୁକ ଜବତ କରାଯାଇଛି ।
Headlines 09- ଓଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । କଟକର ଏକ ଘରୋଇ ହସ୍ପିଟାଲରୁ ଆଜି ତାଙ୍କୁ ଭୁବନେଶ୍ବର ଏମ୍ସ୍ ସ୍ଥାନାନ୍ତର କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏମ୍ସ୍ ରେ ଭର୍ତ୍ତି ହୋଇଛନ୍ତି ଅଭିଜିତ । ଭେଣ୍ଟିଲେଟର ସପୋର୍ଟରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଲିଭରରେ ସମସ୍ୟା କାରଣରୁ ଅଭିଜିତ କିଛିଦିନ ତଳେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଶରୀରରେ ସୋଡ଼ିୟମ ଲେବୁଲ୍ କମିଯିବାରୁ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ପରେ ୩୧ ଅଗଷ୍ଟରେ ତାଙ୍କୁ ସିଡିଏ ସ୍ଥିତ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
Headlines 10- ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କୋରାପୁଟ କଫି ଓ ଓମ୍ଫେଡ୍ ଆଉଟଲେଟ୍ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋରାପୁଟ କଫି ଏବଂ ଓମ୍ଫେଡ୍ ଉତ୍ପାଦଗୁଡ଼ିକୁ ଜାତୀୟ ରାଜଧାନୀରେ ପ୍ରୋତ୍ସାହନ ଦେବାର ପ୍ରୟାସ କରାଯାଇଛି । ନୂଆଦିଲ୍ଲୀରେ କୋରାପୁଟ କଫି ପିଇବା ସହ ଷ୍ଟଲ୍ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।