)
Top 10 News Today
Headlines 01- ନୂଆପଡ଼ା ଉପ ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଛି। ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜୟ ଢୋଲକିଆ ୮୦ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି। ୧ ଲକ୍ଷରୁ ଅଧିକ ଭୋଟ ପାଇଁ ସେ ନୂଆପଡ଼ା ବାସୀଙ୍କ ପ୍ରଥମ ପସନ୍ଦର ନେତା ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମ ମାଝୀ ରହିଛନ୍ତି। ତୃତୀୟ ସ୍ଥାନକୁ ବିଜେଡ଼ି ଖସି ଆସିଛି।
Headlines 02- ପ୍ରଶାନ୍ତ କିଶୋର ଏବଂ ତାଙ୍କ ଜନସୁରାଜ ପାର୍ଟି ସେମାନଙ୍କର ପ୍ରଥମ ନିର୍ବାଚନ ଲଢ଼େଇରେ ଏକ ବଡ଼ ପରାଜୟ ବରଣ କରିଛନ୍ତି। ଜନସୁରାଜ ପାର୍ଟି ବିହାରର ସମସ୍ତ ୨୪୩ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା, କିନ୍ତୁ ଦଳ ନିଜ ଆଶା ପୂରଣ କରିପାରିଲା ନାହିଁ। ଏକଜିଟ୍ ପୋଲ ତଥ୍ୟରୁ ଏହା ମଧ୍ୟ ଜଣାପଡିଛି ଯେ ଜନସୁରାଜ ପାର୍ଟି ମାତ୍ର ୦-୫ ଆସନରେ ହାତଛଡ଼ା ହୋଇଛି।
Headlines 03- ବିହାରର ମୋକାମା ବିଧାନସଭା ଆସନକୁ ଦୀର୍ଘ ଦିନ ଧରି ବାହୁବଳ ରାଜନୀତିର ପ୍ରତୀକ ଭାବରେ ବିବେଚନା କରାଯାଉଛି। 1990 ଦଶକରୁ ଏହି ଆସନରେ ଶକ୍ତିଶାଳୀ ରାଜନେତାମାନେ ପ୍ରାଧାନ୍ୟ ବିସ୍ତାର କରିଆସିଛନ୍ତି। ଗତ ତିନି ଦଶନ୍ଧି ଧରି, ତିନି ଜଣ ପ୍ରମୁଖ ଶକ୍ତିଶାଳୀ ବ୍ୟକ୍ତି ଦିଲୀପ ସିଂହ, ସୁରଜ ଭାନ ସିଂହ ଏବଂ ଅନନ୍ତ ସିଂହ ଏହି ଆସନରୁ ଜିତିଛନ୍ତି। ଦିଲୀପ ସିଂହ 1990 ରୁ 2000 ପର୍ଯ୍ୟନ୍ତ ଜନତା ଦଳ ସହିତ, ସୁରଜ ଭାନ ସିଂହ 2000 ରୁ 2005 ପର୍ଯ୍ୟନ୍ତ ସ୍ୱାଧୀନ ଭାବରେ ଏବଂ ଅନନ୍ତ ସିଂହ 2005 ରୁ 2022 ପର୍ଯ୍ୟନ୍ତ ଜିତିଥିଲେ। 2022 ଉପନିର୍ବାଚନରେ ଅନନ୍ତ ସିଂହଙ୍କ ପତ୍ନୀ ନୀଲମ ଦେବୀ ଆରଜେଡି ଟିକେଟରେ ଜିତିଥିଲେ। ତେବେ ପୁଣି ଥରେ ଏହି ନିର୍ବାଚନରେ ଅନନ୍ତ ସିଂହ ପଞ୍ଚମ ଥର ପାଇଁ ବିଜୟ ହାସଲ କରିଛନ୍ତି।
Headlines 04- ଜମ୍ମୁ କାଶ୍ମୀରର ନାଗ୍ରୋଟା ଆସନ ପାଇଁ ହୋଇଥିବା ବିଧାନସଭା ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି। ନିର୍ବାଚନ କମିଶନ ଫଳାଫଳ ଘୋଷଣା କରିଛନ୍ତି। ବିଜେପିର ଦେବ୍ୟାନୀ ରାଣା ୨୪,୬୪୭ ଭୋଟରେ ବିଜୟୀ ହୋଇଛନ୍ତି। ମୋଟ ୪୨,୩୫୦ ଭୋଟ ପାଇଛନ୍ତି। ହର୍ଷ ଦେବ ସିଂହ (ଜମ୍ମୁ ଏବଂ କାଶ୍ମୀର ନ୍ୟାସନାଲ ପାନ୍ଥର୍ସ ପାର୍ଟି ଇଣ୍ଡିଆ) ୧୭,୭୦୩ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନ୍ୟାସନାଲ କନଫରେନ୍ସର ଶାମିମ ବେଗମ ୧୦,୮୭୨ ଭୋଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ଦେବଯାନୀ ରାଣାଙ୍କ ପିତା ଦେବେନ୍ଦ୍ର ସିଂହ ରାଣାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା। ବିଜେପି ଦେବଯାନୀଙ୍କୁ ଟିକେଟ ଦେଇଥିଲା ଏବଂ ସେ ଜିତିଥିଲେ।
Headlines 05- ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ମାମଲା। ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଲୱାମାରେ ସୁରକ୍ଷା ବାହିନୀ ବିସ୍ଫୋରଣର ଅଭିଯୁକ୍ତ ଆତଙ୍କବାଦୀ ଉମର ମହମ୍ମଦ ଓରଫ ଡାକ୍ତର ଉମର ଉଲ ନବିର(Dr Umar Nabi) ଘର ଭାଙ୍ଗି ଦେଇଛନ୍ତି। ଫରିଦାବାଦରୁ ଦିଲ୍ଲୀ ଯାତ୍ରା କରିଥିବା ଏବଂ ଲାଲକିଲ୍ଲା ବାହାରେ ବୋମା ବିସ୍ଫୋରଣରେ ସମ୍ପୃକ୍ତ ଥିବା ସେହି ଆତଙ୍କବାଦୀ ଉମର ଦିଲ୍ଲୀ ବିସ୍ଫୋରଣ ପର ଠାରୁ ଫେରାର୍ ରହିଛି। ଏବଂ ସୁରକ୍ଷାବାହିନୀ ତାକୁ ଖୋଜୁଛନ୍ତି। ବିସ୍ଫୋରଣ ପରେ ତାଙ୍କ ପରିବାରକୁ ପ୍ରଥମେ ପଚରାଉଚରା କରାଯାଇଥିଲା। ପୁଲୱାମାରେ ତାଙ୍କ ଘର ଚିହ୍ନଟ କରିବା ପରେ ପ୍ରଶାସନ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ତାହାର ଘର ଭାଙ୍ଗି ଦେଇଛି।
Headlines 06- ନୂଆପଡା ଉପନିର୍ବାଚନ ଭୋଟ ଗଣତି ସମୟରେ ପ୍ରତିକ୍ରିୟା ଦେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ‘ସରକାରୀ କଳ, ଦଳ ଏବଂ ନିର୍ବାଚନ ବ୍ୟବସ୍ଥାର ଦୂରୁପୋଯୋଗ’ର ଫଳାଫଳ। ଲୋକଙ୍କ ମତକୁ ତା’ ହିସାବରେ ଯିବାକୁ ଦିଆଯାଇ ନାହିଁ। ତାହାକୁ ପ୍ରଭାବିତ କରାଯାଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ‘ନୀରବ ସମୟ’ର ଦର୍ବ୍ୟବହାର କରାଯାଇଥିବାରୁ ଭୋଟର ପ୍ରଭାବିତ ହୋଇଛନ୍ତି ବୋଲି ସେ କହିଛନ୍ତି। ୯ ତାରିଖ ସକାଳ ଯାଏ ଭୋଟ ଅଲଗା ଥିଲା। ଟ୍ରେଣ୍ଡ ଅଲଗା କହୁଥିଲା। କିନ୍ତୁ ଏହି ସମୟରେ ସରକାରୀ ଦଳ ତାହାର ଦୁରୁପୋଯୋଗ କରିଲେ। ଆଉ ଶେଷରେ ସେମାନଙ୍କ ଆଡ଼କୁ ଏହି ଭୋଟ ଏକତରଫା ଭାବେ ଗଲା’।
Headlines 07- ଆଜି ନୂଆପଡା ଉପନିର୍ବାଚନ ଭୋଟ୍ ଗଣତିରେ ବିଜେପିର ପ୍ରଦର୍ଶନ ଦେଖି ବିଜେଡିକୁ କଡା କାଉଣ୍ଟର କରିଛନ୍ତି ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର । ନିଜ ଫେସବୁକ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି ଯେ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’। ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା । ଷଡ଼ଯନ୍ତ୍ର, ଚକ୍ରାନ୍ତ ସବୁ ଜଳଜଳ ଦିଶିଲାଣି । ଅନାମବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଲେ ଘରଜ୍ୱାଇଁ । ଯାହାଙ୍କୁ ନିଜ ମାଟିର ଲୋକେ ୩୦ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କୁ ନୂଆପଡ଼ାରେ ପ୍ରାର୍ଥୀ ଭାବେ ଲଦି ଦେବା କାର୍ଯ୍ୟ କ’ଣ ସତରେ ଆମ ପ୍ରିୟ ନେତା ନବୀନବାବୁ କରିଥିଲେ?
Headlines 08- ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ଏଲିନା ଦାଶ ଲେଖିଛନ୍ତି ଯେ, ଏହି ଉତ୍ସାହ ,କୋଳା କୋଳି ଥିଲା କଣ ପାଇଁ ? ଜିତେଇବା ପାଇଁ ନା ହରେଇବା ପାଇଁ ? ଜାଣି ଥିଲ ନା ଜାଣି ଅଜଣା ହଉଥିଲ ? ନିଜ ରାଜନେତ୍ୱିକ ଅସ୍ତିତ୍ୟକୁ ବଞ୍ଚାଇବା ପାଇଁ ଜଣେ ଜନନାୟକ ତଥା ଅଭୁଲା ବ୍ୟେକ୍ତିତ୍ୟଙ୍କୁ ପ୍ରଚାର ପଡିଆକୁ ଓହ୍ଲେଇ ଲୋକହସା କଲ ? ଏହି ବୟସରେ ଜଣେ ବିଶେଷ ବ୍ୟେକ୍ତିତ୍ୟକୁ ମାନସିକ ଓ ଶାରରୀକ ଚାପ ଦେଇ କି ଲାଭ ପାଇଲ? ଜୟ ଜଗନ୍ନାଥ, ମହାପ୍ରଭୁ ସମସ୍ତଙ୍କୁ ସତ୍ ବୁଦ୍ଧି ଦିଅନ୍ତୁ ।
Headlines 09- ଓଲିଉଡ୍ ଗାୟକ ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି । ଫଳରେ ତାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଛି। କିଛି ଦିନ ଧରି କିଡନୀ ଏବଂ ଯକୃତ ସମସ୍ୟାରେ ପୀଡିତ ଥିଲେ ହ୍ୟୁମାନ । ତାଙ୍କ ଅବସ୍ଥା ଅଧିକ ଖରାପ ହେବା ପୂର୍ବରୁ ମଧ୍ୟ ସେ ଚିକିତ୍ସିତ ହେଉଥିଲେ।
Headlines 10- ରାଜ୍ୟରେ ସପ୍ତାହେ ଯାଏଁ ଥଣ୍ତା କମିବାର ସମ୍ଭାବନା ନାହିଁ। ବ୍ରହ୍ମପୁର, ଭୁବନେଶ୍ବର, ଭଦ୍ରକ,ପୁରୀ, ବାଲେଶ୍ବର ଓ ରାଉରକେଲା ସମେତ କେତେକ ସ୍ଥାନରେ ଆଜି ରାତିରୁ ୩ ଦିନ ଭିତରେ ରାତି ତାପମାତ୍ରା ୧ ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ। ଏହା ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ ଶୀତର ପ୍ରଭାବ ବଢିଛି।