Advertisement
Article Detail0/zeeodisha/odisha2763177
Zee OdishaTop 10 NewsTop 10 News: ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଲିଙ୍କ୍ ଖବର ସହ ଅନ୍ୟ ଅପଡେଟ୍

Top 10 News: ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଲିଙ୍କ୍ ଖବର ସହ ଅନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଲିଙ୍କ୍ ଖବର ସହ ଅନ୍ୟ ଅପଡେଟ୍

Top 10 News Today

Headlines 01- ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା କାରଣରୁ ୧୭ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଚାରମିନାର୍ ନିକଟ ଗୁଲଜାର୍ ହାଉସ୍‌ରେ ଅଗ୍ନିକାଣ୍ଡ ଘଟିଛି । ୧୫ରୁ ଊର୍ଦ୍ଧ୍ବ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯିବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ ।

Headlines 02- ହାଇଦ୍ରାବାଦ ଅଗ୍ନିକାଣ୍ଡ ଘଟଣାରେ ସହାୟତା ରାଶି ଘୋଷଣା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ଏବଂ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି ।

Add Zee News as a Preferred Source

Headlines 03- ଆଜି ହେବନି ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା । ଭାରତୀୟ ସ୍ଥଳସେନା ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଆଜି ଅସ୍ତ୍ରବିରତିର ଶେଷ ତାରିଖ ଖବରକୁ ମଧ୍ୟ ସେନା ପକ୍ଷରୁ ଖଣ୍ଡନ କରାଯାଇଛି ।

Headlines 04- ସଫଳ ହୋଇପାରିନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ । ଲଞ୍ଚିଂ ବେଳେ ତୃତୀୟ ସୋପାନରେ ବାଧା ଉପୁଜିଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଭି. ନାରାୟଣନ । ଆପଣଙ୍କୁ କହିରଖୁଛୁ ଯେ, ୧୦୧ତମ ସାଟେଲାଇଟ୍ ଲଞ୍ଚ୍ କରିଥିଲା ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ୫ଟା ୫୯ ମିନିଟରେ ଉତ୍‌କ୍ଷେପଣ ହୋଇଥିଲା ।

Headlines 05- ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କରିଛି IIT ବମ୍ବେ । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ IIT ବମ୍ବେ ଏନେଇ ବଡ଼ ନିଷ୍ପତ୍ତି ନେଇଛି । ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତିକୁ ମଧ୍ୟ ବାତିଲ୍ କରାଯାଇଛି । IIT ବମ୍ବେ ତୁର୍କୀ ଶିକ୍ଷାନୁଷ୍ଠାନ ସହିତ ଛାତ୍ର ଓ ଅଧ୍ୟାପକ ବିନିମୟ କାର୍ଯ୍ୟକ୍ରମ ଚଳାଇଛି । ପୂର୍ବରୁ IIT ରୁର୍‌କି, JNU, ଜାମିଆ ମିଲିଆ ଇସଲାମିଆ ତୁର୍କୀ ସହ ଚୁକ୍ତି ବାତିଲ୍ ହୋଇସାରିଛି । ପାକିସ୍ତାନକୁ ତୁର୍କୀ ଖୋଲା ସମର୍ଥନ କରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Headlines 06- ପାରଳାଖେମୁଣ୍ଡିରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ କାରମରୁ ୧୦ଜଣ ଆହତ ହୋଇଛନ୍ତି । ରାୟଗଡ଼ ବ୍ଲକ ମାର୍ଲବା ଘାଟି ନିକଟରେ ବଡ଼ ପଥରକୁ ପିଟିଥିଲା ବସ୍ । ୧୦ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଇସ୍ପାତ ନାମକ ବସ୍‌ଟି ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲା ।

Headlines 07- ପୁରୀ ଆସିଥିଲେ ପାକିସ୍ତାନକୁ ଭାରତର ଗୁପ୍ତ ତଥ୍ୟ ଦେଇଥିବା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରା । ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ଜ୍ୟୋତିଙ୍କ ଲିଙ୍କ୍ ଥିବା ଜଣାପଡ଼ିଛି । ଏହାପରେ ପ୍ରିୟଙ୍କାଙ୍କୁ ପଚରାଉଚରା କରିଛି IB । ପ୍ରିୟଙ୍କାଙ୍କ ଘରେ ଅତିରିକ୍ତ ଏସ୍‌ପି ଓ ସିଟି ଡିଏସ୍‌ପି ପହଞ୍ଚି ପ୍ରିୟଙ୍କାଙ୍କ ସମେତ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି । ଜ୍ୟୋତିଙ୍କ ଲିଙ୍କ୍ ପ୍ରସଙ୍ଗରେ ପ୍ରିୟଙ୍କାଙ୍କ ବାପା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜ୍ୟୋତି ମଲହୋତ୍ରା ପୁରୀ ଆସିଥିଲେ, ଝିଅ ସହ ବୁଲାବୁଲି କରିଥିଲେ । ପ୍ରଫେସନାଲ୍ କଣ୍ଟେଣ୍ଟ କ୍ରିଏଟର ହିସାବରେ ସଂପର୍କ ଥିଲା । ଜ୍ୟୋତିଙ୍କ କ'ଣ ଉଦ୍ଦେଶ୍ୟ ଥିଲା ଝିଅ ଜାଣିନି । ୩ ମାସ ତଳେ ଝିଅ ପାକିସ୍ତାନ କରତାରପୁର ଯାଇଥିଲା ତଦନ୍ତରେ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ କହିଛନ୍ତି ଯୁବତୀଙ୍କ ବାପା ।

Headlines 08- ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ମାମଲାରେ ହାଇକୋର୍ଟଙ୍କ ରାୟ ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରତିକ୍ରିୟା ରଖିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବ ବୋଲି କୁହାଯିବା ସହ କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବନି ବୋଲି କୁହାଯାଇଛି । ସଂପୂର୍ଣ୍ଣ ସ୍ବଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତିରେ ଜମିର ସୁରକ୍ଷା କରାଯିବ ଏବଂ ହାଇକୋର୍ଟଙ୍କ ରାୟ ଆଗାମୀ ଦିନରେ ମାର୍ଗଦର୍ଶକ ସାଜିବ । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ଦିର ପ୍ରଶାସନ ବଦ୍ଧପରିକର ବୋଲି ପ୍ରଶାସନ କହିଛି । ଆପଣଙ୍କୁ କହିରଖୁଛୁ ଯେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ AG ପୀତାମ୍ବର ଆଚାର୍ଯ୍ୟ ମାମଲା ଲଢ଼ିଥିଲେ ।

Headlines 09- ଇଂଲଣ୍ଡ ଟେଷ୍ଟ ପୂର୍ବରୁ ବାଲାଜୀଙ୍କ ଶରଣରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ନିଜ ପରିବାର ସହ ଗମ୍ଭୀର ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ବାଲାଜୀଙ୍କ ଦର୍ଶନ କରିଛନ୍ତି । ଜୁନ ୨୦ରୁ ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ ମ୍ୟାଚ୍ ରହିଛି ।

Headlines 10- ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦିନରେ ଖରା ଏବଂ ସନ୍ଧ୍ୟାରେ କାଳବୈଶାଖୀ ହୋଇପାରେ । ଆଜି ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

About the Author