Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି କର୍ମୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଆଉ ଏକ ଐତିହାସିକ ବିଜୟ ଉତ୍ସବ ପାଇଁ ଏକାଠି ହୋଇଛୁ । ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି ଏବଂ ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି । ମହାରାଷ୍ଟ୍ରର ବିଜୟ ସବୁ ରେକର୍ଡ ଭାଙ୍ଗିଛି କାରଣ ୫୦ ବର୍ଷ ଭିତରେ ଏହା ସବୁଠୁ ବଡ଼ ବିଜୟ । ସୁଶାସନ କଥା ଆସିଲେ ଲୋକେ ବିଜେପି ଓ ଏନ୍ଡିଏକୁ ଭରସା କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଧାରା ୩୭୦କୁ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦୁନିଆର କୌଣସି ଶକ୍ତି ୩୭୦କୁ ଫେରାଇ ଆଣି ପାରିବନି । ପୂରା ଦେଶରେ ଗୋଟିଏ ହିଁ ସମ୍ବିଧାନ ଚାଲିବ । ଯିଏ ୨ଟି ସମ୍ବିଧାନର କଥା କହିବ ଲୋକେ ତାଙ୍କୁ ଖାରଜ କରିବେ ।
Headlines 02- କଂଗ୍ରେସ ଉପରେ ବର୍ଷି ସମାଲୋଚନା କରିବା ସହ ଦଳକୁ ପରଜୀବୀ କହିଛନ୍ତି ମୋଦୀ । କଂଗ୍ରେସ ଏବେ ପରଜୀବୀ ପାର୍ଟି ପାଲଟିଗଲାଣି ନିଜେ ବୁଡ଼ିବା ସହ ସହଯୋଗୀ ଦଳଙ୍କୁ ବି ବୁଡ଼ାଉଛି ଏବଂ କଂଗ୍ରେସ ଧର୍ମ ନିରପେକ୍ଷତା ନାଁରେ ଆମ ପରମ୍ପରାକୁ ନଷ୍ଟ କରିଛି କେବଳ ସେତିକି ନୁହେଁ, କଂଗ୍ରେସର ତୁଷ୍ଟୀକରଣ ରାଜନୀତି ଦେଶକୁ ବରବାଦ୍ କରିଛି ବୋଲି ମୋଦୀ କହିଛନ୍ତି ।
Headlines 03- ଝାଡ଼ଖଣ୍ଡରେ JMM-କଂଗ୍ରେସ ମେଣ୍ଟର ବାଜିମାତ ହୋଇଛି । ୮୧ ବିଧାନସଭା ଆସନରୁ ଜେଏମଏମ୍ ନେତୃତ୍ବାଧୀନ ଗଠବନ୍ଧନ ଜିତିଛି ୫୬ ସିଟ୍ । ରାଞ୍ଚିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀଙ୍କ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଛି। ଅନ୍ୟପଟେ, ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି, ଶିବସେନା ଓ ଏନ୍ସିପି ଶିବିରରେ ଜୋରଦାର ସେଲିବ୍ରେସନ୍ ଦେଖିବାକୁ ମିଳିଛି ।
Headlines 04- ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କରେ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା । ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି । ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ଯ ହାତକୁ ନେବାକୁ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
Headlines 05- ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଧେୟକକୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କ୍ଷମତା ବୃଦ୍ଧି ହେବ। ନୂଆ ନିଯୁକ୍ତି ଏବଂ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଏଶିକି ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେଇପାରିବ। ଆସନ୍ତା ବିଧାନସଭାରେ ଏହି ବିଧେୟକ ମଞ୍ଜୁରୀ ପାଇବା ପରେ ଆଇନରେ ପରିଣତ ହେବ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ବୃଦ୍ଧି ସହ ଶୈକ୍ଷିକ ବାତାବରଣର ବିକାଶ ହେବ ବୋଲି ଆଶା କରାଯାଉଛି।
Headlines 06- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ଠାରେ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସ୍ମରଣତ୍ସୋବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୀବନ ଓ କୃତିତ୍ବ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଥିଲେ ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ବକର୍ମା। ଡଃ ମହତାବଙ୍କ ବିନା ଆଧୁନିକ ଓଡ଼ିଶାର କଳ୍ପନା କରାଯାଇ ନପାରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Headlines 07- ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି। ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି। ତେବେ ଯେଉଁ ଆବେଦନକାରୀ ବାଦ୍ ପଡିଛନ୍ତି ସେମାନଙ୍କର ଜମି ଯୋଗ୍ୟତା ପାଇଁ କଟିଛି ବୋଲି ମନ୍ତ୍ରୀ କହିଛନ୍ତି।
Headlines 08- ନଭେମ୍ବର ୨୪ରେ ‘ଓଡ଼ିଶା ପର୍ବ ୨୦୨୪’ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣ ପ୍ରାୟ ସାଢ଼େ ପାଞ୍ଚଟାରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
Headlines 09- ଗିରଫ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇ ଭବ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଏବଂ ହାଟ ପାଇଁ ରାସ୍ତାରୋକ ଏକାଧିକ ମାମଲା ପରେ ଯାଜପୁରର ପାୱାରଫୁଲ ରାଜନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିଛି ପୋଲିସ୍। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଗୌତମ ରାଏ ଏକ ପ୍ରେସମିଟ୍ କରି କହିଛନ୍ତି ଯେ, ମାଆ ବିରଜାଙ୍କ ନାଁରେ ରାଜନୀତି କରନ୍ତୁ ନାହିଁ ।
Headlines 10- ଧାନ କିଣା ନେଇ ମିଲରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମିଲ୍କୁ ସିଲ୍ କରାଯିବା ସହ କଳା ତାଲିକାଭୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ନୂଆପଡ଼ାରେ ଏହି କାରଣ ପାଇଁ ମିଲ୍କୁ ସିଲ୍ କରାଯାଇଛି ତେଣୁ ଆଗକୁ ଯିଏ ବି ଏମିତି କାମ କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Also Read- BSNL Plan: ୨ ମାସ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ 1GB ଡାଟା, ଜାଣନ୍ତୁ କେମିତି
Also Read- December lucky zodiac sign: ଶେଷ ମାସରେ ୫ ରାଶିର ପ୍ରେମ ଜୀବନ ହେବ ଖାସ୍