Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ହିମାଚଳ ପ୍ରଦେଶ ଚାମୋଲିରେ ହିମସ୍ଖଳନ ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫସି ରହିଥିବା ୪୯ ଜଣଙ୍କୁ ଉଦ୍ଧାର କରାଯିବାପରେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଧାମି ଉଦ୍ଧାର ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ଗତକାଲି ମାନାରେ ବରଫ ଅତଡା ଧସିବା କାରଣରୁ BRO କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି। ସେନା ଏବଂ ITBP ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି । ପାଗ ମଧ୍ୟ ଖରାପ ରହିଛି। ଉଚ୍ଚ ସ୍ଥାନ ଗୁଡ଼ିକରେ ପ୍ରବଳ ତୁଷାରପାତ ଜାରି ରହିଛି।
Headlines 02- ନୂଆ ପିସିସିଏଫ୍ ଭାବେ ନିଯୁକ୍ତ ହୋଇଛନ୍ତି ୧୯୯୦ ବ୍ୟାଚ୍ର IFS ସୁରେଶ ପନ୍ତ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
Headlines 03- ପର୍ଯ୍ୟଟନ ବିକାଶକୁ ନେଇ ପୂର୍ବ ସରକାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି । ବ୍ୟକ୍ତିକେନ୍ଦ୍ରିକ ଭାବେ ପର୍ଯ୍ୟଟନ ଟଙ୍କା ଖର୍ଚ୍ଚ କରାଯାଉଥିଲା କହିଲେ ପ୍ରଭାତୀ ପରିଡା ଯ ଜଣଙ୍କ ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନର ସମସ୍ତ ଟଙ୍କା ବଣ୍ଟା ଯାଉଥିଲା ଏବଂ ବିଜେପି ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର କରିବ ନାହିଁ ବୋଲି ରୋକଠୋକ କହିଛନ୍ତି ପ୍ରଭାତି । ଶାଗମାଛ ଦରରେ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଦେଇଛନ୍ତି ଏବଂ ଏବେ ବି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ଆହୁରି ନିବେଶକଙ୍କୁ ଦିଆଯିବ । ପର୍ଯ୍ୟଟନ ପାଇଁ ୮ ହଜାର ୧୫୩ କୋଟି ନିବେଶ କ୍ଲିୟରାନ୍ସ ସ୍ପିଡ୍ରେ ହେଉଛି ବୋଲି କହିଛନ୍ତି ପ୍ରଭାତି ।
Headlines 04- ଛତିଶଗଡ଼ରେ ପୋଲିସ ମାଓବାଦୀ ଗୁଳିବିନିମୟ ସମୟରେ ଏନ୍କାଉଣ୍ଟରରେ ଟଳିଲେ ୨ ମାଓବାଦୀ । ସୁକ୍ମା ଜିଲ୍ଲା କିସ୍ତରାମ ଥାନା ମେଟାଗୁଡ଼ା ଜଙ୍ଗଲରେ ଏନ୍କାଉଣ୍ଟର ହୋଇଛି । ଏବେ ମଧ୍ୟ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
Headlines 05- ଲୋୟର ପିଏମ୍ଜିରେ କଂଗ୍ରେସ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ମହିଳାଙ୍କ ଉପରେ ଅତ୍ୟାଚାର ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ଏପରି ପରିସ୍ଥିତି ଉପୁଜିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବା ସମୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।
କିଟ୍ରେ ଛାତ୍ରୀ ମୃତ୍ୟୁ, ଦଶମ ଛାତ୍ରୀ ପ୍ରସବ ଘଟଣାକୁ ନେଇ ହଲାବୋଲ୍ କରିଥିଲେ କଂଗ୍ରେସ କର୍ମୀ ।
Headlines 06- ଭୁବନେଶ୍ବରରେ ବିଚ୍ ରାସ୍ତାରେ ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଧରା ପଡ଼ିଛି ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଓରଫ୍ ସୁଶେଇ । କଟକ ଜିଲ୍ଲା କାନପୁର ଥାନା ଅଂଚଳରୁ ସୁଶେଇକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ୍ ଛାଡି ଘଟଣାସ୍ଥଳରୁ ପଳାଇଥିଲା। ଏହି ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରିଛି ପୋଲିସ
Headlines 07- ଟ୍ରେନ୍ ଉପରେ ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର । ପାାରାଦୀପ ଅଠରବାଙ୍କୀ ରେଲୱେ ଓଭର ବ୍ରିଜ ଉପରେ ଏପରି ଅଘଟଣ ସାମ୍ନାକୁ ଆସିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାୟ ୮୦% ଜଳିଗଲେ ନାବାଳକ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । କ’ଣ ପାଇଁ ଟ୍ରେନ୍ ଉପରେ ଚଢ଼ିଥିଲେ ସେ ସମ୍ପର୍କରେ ଜଣାପଡ଼ି ନାହିଁ ।
Headlines 08- ମାଟ୍ରିକ୍ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ସାମ୍ନାକୁ ଆସିଛି । ବିଜ୍ଞାନ C- ସେଟ୍ ରେ ୪ ମାର୍କ କମ୍ ଥିବା ସୂଚନା ମିଳିଛି । ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ସ୍ବୀକାର କରିଛନ୍ତି ବୋର୍ଡ ସଭାପତି । ସେ କହିଥିଲେ ଯେ,‘ମାଟ୍ରିକ୍ ପ୍ରଶ୍ନପତ୍ରରେ ଯେଉଁ ତ୍ରୁଟି ହୋଇଛି ତାହା ଆମ ନଜରକୁ ଆସିଛି। ଏଥିପାଇଁ କୌଣସି ପିଲା କ୍ଷତିଗ୍ରସ୍ତ ହେବେନି । ମୂଲ୍ୟାୟନ କମିଟି ଏନେଇ ବିଚାର କରି ନିଷ୍ପତ୍ତି ନେବ ।
Headlines 09- ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରୁ ଏଟିଏମ୍ ତାଡ଼ି ନେବା ମାମଲାରେ ୬ଜଣଙ୍କୁ ଗିରଫ କରିଛି ଲିଙ୍ଗରାଜ ପୋଲିସ । ଦୟା ନଦୀ ପୁରୀ କେନାଲରେ ATM ଫିଙ୍ଗି ଚାଲି ଯାଇଥିଲେ ଉକ୍ତ ଲୁଟେରାମାନେ। ସେମାନଙ୍କ ସମସ୍ତ କାରନାମା CCTV ରେ କଏଦ ହୋଇଥିଲା । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ୨ ଜଣଙ୍କ ନାଁରେ ପୂର୍ବରୁ କ୍ରିମିନାଲ୍ ରେକର୍ଡ ରହିଛି । ୨୦୨୨ରୁ ବିଶେଷ କରି ଏଟିଏମ୍କୁ ଟାର୍ଗେଟ୍ କରି ଆସୁଥିଲେ ଉକ୍ତ ଲୁଟେରାମାନେ
Headlines 10- ମାର୍ଚ୍ଚ ଆରମ୍ଭରୁ ବଢିଲାଣି ତାତି ଉପର ମୁହାଁ ହେଲାଣି ପାରଦ। ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାତି କଲବଲ କରିବ ବୋଲି ଆକଳନ କରାଯାଉଛି । ତାତିରୁ ଏବେ ନିସ୍ତାର ମିଳିବନି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାପାତ୍ର ।