Top 10 News: ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବଢିଲା, ଆୟୁଷ୍ମାନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2735870

Top 10 News: ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବଢିଲା, ଆୟୁଷ୍ମାନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବଢିଲା, ଆୟୁଷ୍ମାନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ ଓ ଅନ୍ୟ ଖବର

Top 10 News Today

Headlines 01- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ୍ ଅନିଲ ଚୌହାନଙ୍କ ସମେତ ତିନି ସେନାର ମୁଖ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେନାକୁ ସ୍ୱାଧୀନତା ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା ।

Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ପହଲଗାମ୍ ହମଲା ନେଇ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି । ସଂସଦର ଉଭୟ ଗୃହର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରାହୁଲ ପ୍ରସ୍ତାବ ଦେଇଛନ୍ତି । ସେହିପରି, ଓଡ଼ିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ବାଚସ୍ପତି ସୁରମା ପାଢୀଙ୍କୁ ଚିଠି ଲେଖିଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍‌ । ପହଲଗାମ୍‌ ଆତଙ୍କୀ ହମ୍‌ଲା ଘଟଣା ଆଲୋଚନା ପାଇଁ ପ୍ରସ୍ତାବ ଚିଠିରେ ପ୍ରସ୍ତାବ ଦେଇଛନ୍ତି ।

Headlines 03- ପହଲଗାମ୍‌ ଆକ୍ରମଣ ଘଟଣାର ଜୋରଦାର ତଦନ୍ତ ଆରମ୍ଭ କରିଛି NIA ଟିମ୍ । ୪୫ ଜଣିଆ ସଦସ୍ୟଙ୍କୁ ନେଇ ଗଠନ ହୋଇଥିବା NIA ଟିମରେ IG, DIG, SP ରାଙ୍କ୍‌ର ୪୫ ବରିଷ୍ଠ ଅଧିକାରୀ ରହିଛନ୍ତି । କ୍ରାଇମ୍‌ ସ୍ପଟ୍‌ରୁ ୪୦ଟି ଖୋକା ଜବତ କରାଯାଇଥିବା ସୂଚନା ମିଳିଛି ।

Headlines 04- ଜଷ୍ଟିସ୍ ବି.ଆର୍ ଗାଭାଇ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ଜଷ୍ଟିସ୍ ବି.ଆର୍ ଗାଭାଇଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମେ ୧୪ରୁ ଜଷ୍ଟିସ୍ ଗାଭାଇ ପ୍ରଧାନ ବିଚାରପତି ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।

Headlines 05- ଗୋଲଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ କଂପାନୀର ୧୪୨୮ କୋଟିର ସଂପତ୍ତି ଆଟାଚ୍ କରାଯାଇଛି । PMLA ଆକ୍ଟରେ ସଂପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଟାଚ୍‌ ସଂପତ୍ତି ମଧ୍ୟରେ ସ୍ଥାବର ସଂପତ୍ତିକୁ ମିଶାଇ ମୋଟ ୧୫ କୋଟି ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଓଡ଼ିଶା ଓ ଆନ୍ଧ୍ରରେ ହଜାରେ ଏକରର ଜମି, ନିର୍ମାଣାଧୀନ କୋଠା ମଧ୍ୟ ଆଟାଚ୍ ହୋଇଛି । ସଂସ୍ଥା ବିରୋଧରେ ପୂର୍ବରୁ ସିବିଆଇ ନିକଟରେ ମାମଲା ହୋଇଥିଲା ।

Headlines 06- ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ଶ୍ରମିକ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଥିବା କୁହାଯାଉଛି । ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୫୦୨ ଟଙ୍କାରୁ ୫୧୨ ଟଙ୍କା, କୁଶଳୀ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୫୫୨ ଟଙ୍କାରୁ  ୫୬୨ ଟଙ୍କା ଏବଂ ଉଚ୍ଚ-କୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୬୦୨ ଟଙ୍କାରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି।

Headlines 07- ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ । ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବା ସମୟରେ ମାଡ଼ିବସିଛି ଭିଜିଲାନ୍ସ । ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଆଗରେ ଧରାପଡ଼ିଥିବା ସୂଚନା । ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାରୁ ପଚରାଉଚରା ଜାରି ରହିଛି । ସୂଚନା ଅନୁସାରେ, OD-02-CZ-7044 ନମ୍ବର ବିଶିଷ୍ଟ ଏକ ସ୍କୋର୍ପିଓ ଗାଡ଼ିରେ ଯାଉଥିବା ସମୟରେ ଢେଙ୍କାନାଳର ଦେଉଳସାହି ରୋଡ ନିକଟରେ ଓଡ଼ିଶା ଭିଜିଲାନ୍ସ ବିଭାଗର ଏକ ଟିମ୍ ଗାଡିକୁ ଅଟକାଇଥିଲା। ଚଢାଉ ସମୟରେ ତାଙ୍କ ନିକଟରୁ ନଗଦ ମୋଟ ୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ବର୍ତ୍ତମାନ କ୍ରିଷ୍ଣା ନାୟକଙ୍କ ଲିଙ୍କ୍ ଥିବା ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ତଲାସ ଚାଲିଛି।

Headlines 08- ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ନ୍ୟାୟ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଅଭିନେତ୍ରୀ ସୋନାଲି ପଣ୍ଡା ବର୍ତ୍ତମାନ ତୁଳସୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା । ବାଲିଚନ୍ଦ୍ରପୁର ଥାନାରେ କରିଥିବା ଏତଲା ନେଇ ହାଇକୋର୍ଟରେ ଫେରାଦ ହୋଇଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ନିଜ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ସୋନାଲି । ସ୍ବାମୀ ଦାବି କରୁଥିବା ଜଣେ ଯୁବକଙ୍କ ନାଁରେ ସୋନାଲି ଏତଲା କରିଥିଲେ ।

Headlines 09- ପୁଷ୍ପାଳକ ନିଯୋଗ କଟକଣା ଲଗାଇବା ସତ୍ୱେ ପଶ୍ଚିମବଙ୍ଗ ଦୀଘାରେ ଅନୁଷ୍ଠିତ ଜଗନ୍ନାଥ ମନ୍ଦିର ପୂଜା କାର୍ଯ୍ୟରେ ଯୋଗ ଦେଇଛନ୍ତି ଦଇତାପତି ନିଯୋଗର ପ୍ରାୟ ୫୦ରୁ ଅଧିକ ସେବାୟତ । ପୂର୍ବରୁ ସୁଆର- ମହାସୁଆର ନିଯୋଗ ମଧ୍ୟ ଚେତାବନୀ ଜାରି କରିଥିଲା । ଦୀଘାରେ ଅନୁଷ୍ଠିତ ଜଗନ୍ନାଥ ମନ୍ଦିରରେ ପୁରୀ ଶ୍ରୀମନ୍ଦିର ଶୈଳୀରେ କୌଣସି ପ୍ରସାଦ କରାଯିବ ନାହିଁ ଏବଂ ସେଠାକୁ ଶ୍ରୀକ୍ଷେତ୍ରରୁ ସେବାୟତ ଯିବେନାହିଁ ବୋଲି କଟକଣା ଜାରି କରାଯାଇଥିଲା । କିନ୍ତୁ କଟକଣା ଭାଙ୍ଗି ଯାଇଥିବା ସେବାୟତଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ସୂଚନା ମିଳିପାରି ନାହିଁ ।

Headlines 10- ଆୟୁଷ୍ମାନ କାର୍ଡ ସମ୍ପର୍କରେ ମତ ରଖି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ବହୁ ପୂର୍ବରୁ ଜାଣିଥିଲେ ଆୟୁଷ୍ମାନ ଯୋଜନାର ସମସ୍ୟାଟା କ’ଣ । ସେଥିପାଇଁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କରାଯାଇଥିଲା। ଲୋକମାନେ ସହଜରେ ଚିକିତ୍ସା ହୋଇପାରୁଥିଲେ । କିନ୍ତୁ ବର୍ତ୍ତମାନ ଆୟୁଷ୍ମାନ କାର୍ଡରେ ହିତାଧିକାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରମିଳା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । 

;