Advertisement
Article Detail0/zeeodisha/odisha2765966
Zee OdishaTop 10 NewsTop 10 News: ଯୁକ୍ତ ୨ ରେଜଲ୍ଟ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସହ ଅନ୍ୟ ଅପଡେଟ୍

Top 10 News: ଯୁକ୍ତ ୨ ରେଜଲ୍ଟ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସହ ଅନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଯୁକ୍ତ ୨ ରେଜଲ୍ଟ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସହ ଅନ୍ୟ ଅପଡେଟ୍

Top 10 News Today

Headlines 01- ରୁଷ-ୟୁକ୍ରେନ ଯୁଦ୍ଧବିରତି ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମ୍ପର୍କରେ ସୋମବାର ଦିନ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ୟୁରୋପୀୟ ନେତାଙ୍କ ସହ କଥା ହୋଇଥିଲେ। ଏହି ଅସ୍ତ୍ରବିରତି ଆଲୋଚନା ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ରୁଷର ଉଦ୍ଦେଶ୍ୟ ଉପରେ ଅବିଶ୍ୱାସ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଆମେ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛୁ। କିନ୍ତୁ ରୁଷ ଏଥିପାଇଁ ପ୍ରସ୍ତୁତ କି ନାହିଁ ତାହା ଜଣା ନାହିଁ। ଏହା ସହିତ ସେ କହିଛନ୍ତି ଯେ ୟୁକ୍ରେନ କୌଣସି ସର୍ତ୍ତ ବିନା ସମ୍ପୂର୍ଣ୍ଣ ଯୁଦ୍ଧବିରତି ଚାହୁଁଛି। କିନ୍ତୁ ଏହି ମାମଲାରେ ରୁଷର ଉଦ୍ଦେଶ୍ୟ ସ୍ପଷ୍ଟ ନୁହେଁ।

Headlines 02- ମଙ୍ଗଳବାର ZEE NEWS ଉପରେ ଏକ ସିଧାସଳଖ ସାଇବର ଆଟାକ୍ କରାଯାଇଛି। ଯାହା ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ସାରା ବିଶ୍ୱରେ ପ୍ରସାରିତ କରୁଛି। ଯଦିଓ ଏହାକୁ ବିଫଳ କରାଯାଇଛି। ପାକିସ୍ତାନର ଏହି ବିଫଳ ପ୍ରୟାସ ଜୀ ନ୍ୟୁଜର ତିନୋଟି କେନ୍ଦ୍ର (ମୁମ୍ବାଇ, ଭୋପାଳ ଏବଂ ପାଟନା)ରେ ଦୃଶ୍ୟମାନ ହେଉଛି। ZEE NEWS ପୂର୍ବରୁ ପାକିସ୍ତାନ ସରକାର ଏବଂ ସେନା ଆଖିରେ କଣ୍ଟା ହୋଇସାରିଛି। କାରଣ ଜୀ ନ୍ୟୁଜ୍ ସବୁବେଳେ ବିଶ୍ୱକୁ ପାକିସ୍ତାନର ସତ୍ୟତା ବିଷୟରେ ଅବଗତ କରାଇଆସିଛି।

Add Zee News as a Preferred Source

Headlines 03- ପୁଣି ଥରେ କରୋନା ଭାଇରସର ପ୍ରକୋପ ଆରମ୍ଭ ହୋଇଛି। ଏଥର ସିଙ୍ଗାପୁରରେ କୋଭିଡ୍ ମାମଲା ବୃଦ୍ଧି ପାଇଛି। ଏଠାରେ LF.7 ଏବଂ NB.1.8 ନାମକ କୋଭିଡ୍ ଭାରିଆଣ୍ଟର ମାମଲା ବୃଦ୍ଧି ପାଉଛି। ଏକାଠି, ଏହି ଦୁଇଟି ପ୍ରକାର ଏଠାରେ ପ୍ରାୟ ଦୁଇ-ତୃତୀୟାଂଶ ମାମଲା ପାଇଁ ଦାୟୀ। ଏସିଆରେ ବୃଦ୍ଧି ପାଉଥିବା କରୋନାର ପ୍ରକୋପକୁ ଦେଖି ଭାରତରେ ମଧ୍ୟ ଆତଙ୍କ ଦେଖାଦେଇଛି। ମୁମ୍ବାଇରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଦେଶରେ ଏବେ ୨୫୭ଟି କରୋନା ଆକ୍ଟିଭ କେସ୍ ଥିବା ସୂଚନା ମିଳିଛି ।

Headlines 04- ଦୁଇ ଦିନ ମଧ୍ୟରେ +୨ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଥିଲେ ଯେ, ରେଜଲ୍ଟ ଆଉ ବିଳମ୍ବ ହେବନି ତେଣୁ ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯେହେତୁ ଆଜି ଯୁକ୍ତ-୩ ଆବେଦନର ଶେଷ ତାରିଖ ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି ପାଇଁ ନିବେଦନ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

Headlines 05- ପିଏମ୍‌ ଅର୍ଥନୈତିକ ପରାମର୍ଶଦାତା ପରିଷଦର ୨ଜଣିଆ ଟିମ୍‌ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜିଠୁ ୨୩ ତାରିଖ ଯାଏଁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବା ସହ ଜିଲ୍ଲାରେ ଖଣିଜ ପାଣ୍ଠି ନେଇ ସମୀକ୍ଷା କରିବେ । କେନ୍ଦୁଝରରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Headlines 06- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ପ୍ରେସମିଟରେ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ମନମୋହନ କହିଛନ୍ତି ଯେ, ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତି ଜନଗଣନା କରାଯାଉଛି । ସଂରକ୍ଷଣ ନେଇ ସଂକଳ୍ପ ପତ୍ରରେ ଆମେ ସ୍ପଷ୍ଟ କରିଥିଲୁ । ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ତେଣୁ ଦୀର୍ଘ ସମୟ ଧରି ସରକାରରେ ଥିଲେ ମଧ୍ୟ କରିପାରିନଥିଲେ । ଉଭୟ କଂଗ୍ରେସ ଓ ବିଜେଡି OBCଙ୍କୁ ଅବହେଳା କରିଛନ୍ତି । ସବୁବେଳେ ମଣ୍ଡଳ କମିଶନ୍ ସପକ୍ଷରେ BJP ରହିଛି ବୋଲି ସେ କହିଛନ୍ତି।

Headlines 07- କ୍ୟାବିନେଟ୍‌ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ ଏବଂ ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ ବିଭାଗକୁ ଏନେଇ ଚିଠି ଲେଖିଛନ୍ତି ସଂସଦୀୟ ସଚିବ । କ୍ୟାବିନେଟ୍‌ ବସିବା ତାରିଖ ୫ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ । ଏଥିସହ ୩ ଦିନ ପୂର୍ବରୁ ଚୂଡ଼ାନ୍ତ କରାଯିବ କ୍ୟାବିନେଟ୍‌ର ସମସ୍ତ ପ୍ରସ୍ତାବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ୍‌ ପ୍ରସ୍ତାବ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ପ୍ରସ୍ତାବ କ୍ୟାବିନେଟ୍‌କୁ ଆସିପାରିବନି ବୋଲି ସୂଚନା ରହିଛି ।

Headlines 08- ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି । ସେ କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟାରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି । ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହୁଁ ଏବଂ ତଦନ୍ତ ଚାଲିଛି । ସବୁ ତଦନ୍ତ ଏଜେନ୍ସି ସହ ସମ୍ପର୍କରେ ରହିଛୁ ସଭିଙ୍କ ସହ ଭଲ କୋପରେସନ ଅଛି । ଜ୍ୟୋତି କେତେ ଥର ପୁରୀ ଆସିଥିଲେ ସେନେଇ ମଧ୍ୟ ତଦନ୍ତ କରାଯାଉଛି ବୋଲି ଏସପି କହିଛନ୍ତି ।

Headlines 09- ସର୍ବଦଳୀୟ ପ୍ରତିନିଧି ଦଳରେ ଅଭିଷେକ ବାନାର୍ଜୀ ସାମିଲ୍‌ ହୋଇଛନ୍ତି । ୟୁସୁଫ୍‌ ପଠାନଙ୍କ ସ୍ଥାନରେ ଅଭିଷେକ ବାନାର୍ଜୀଙ୍କୁ ସାମିଲ୍‌ କରାଯାଇଛି । ସର୍ବଦଳୀୟ ପ୍ରତିନିଧି ଟିମ୍‌ ସହ ବିଦେଶ ଯିବେ ଅଭିଷେକ । କେନ୍ଦ୍ର ସହ ଆଲୋଚନା ପରେ ଅଭିଷେକଙ୍କ ନାଁ ଘୋଷଣା କରାଯାଇଛି । ସାଂସଦ ସଞ୍ଜୟ ଝା’ଙ୍କ ନେତୃତ୍ବାଧୀନ ଟିମ୍‌ରେ ଅଭିଷେକ ରହିବେ ବୋଲି ସୂଚନା ମିଳିଛି । ଗତକାଲି ୟୁସୁଫ୍‌ଙ୍କ ଚୟନକୁ ନେଇ ଟିଏମ୍‌ସି ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା ।

Headlines 10- ଆଉ ମାତ୍ର ୪ରୁ ୫ ଦିନ ଭିତରେ କେରଳ ଛୁଇଁବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳ ଉପକୂଳ ଛୁଇଁବା ପାଇଁ ପାଗ ପୂରା ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହ ଆଜି ଏବଂ ଆସନ୍ତାକାଲି ପାଇଁ କିଛି ଜିଲ୍ଲାକୁ ଘଡଘଡି ଏବଂ ପବନ ନେଇ ଆଲର୍ଟ ଜାରି କରାଯାଇଛି ।

About the Author