Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- NITI ଆୟୋଗ ପରିଚାଳନା ପରିଷଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆମର ଏକମାତ୍ର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଏବଂ ସବୁ ରାଜ୍ୟ, ସହର, ନଗରପାଳିକା, ଗାଁକୁ ବିକଶିତ କରିବା । ଏହି ଲକ୍ଷ୍ୟ ହାସଲ ପାଇଁ ୨୦୪୭କୁ ଅପେକ୍ଷା ନ କରି ଏବେଠୁ ଆରମ୍ଭ କରିବା ବୋଲି ମୋଦୀ କହିଛନ୍ତି । ଏଥିସହ କହିଛନ୍ତି ଯେ, ଏପରି ନୀତି ନିର୍ଦ୍ଧାରଣ କରିବା, ଯାହା ସାଧାରଣ ବ୍ୟକ୍ତିର ଉନ୍ନତି କରିବ ଏବଂ ପରିବର୍ତ୍ତନ ଯେପରି ଆନ୍ଦୋଳନର ରୂପ ନେବ ତାହା କରିବା । ଆମ ଶକ୍ତିରେ ମହିଳାମାନଙ୍କୁ ମଧ୍ୟ ସାମିଲ କରିବା ।
Headlines 02- ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଟେଷ୍ଟ ଟିମ୍ । ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ହୋଇଛନ୍ତି ଶୁବମନ ଗିଲ୍ । ରୋହିତ ଶର୍ମାଙ୍କ ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେବେ ଶୁଭମନ୍ । ଏଥିସହ ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ଜୟସ୍ବାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ୍, କରୁଣ ନାୟର, ନୀତିଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ଦଳରେ ଅଛନ୍ତି ।
Headlines 03- ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳି ମାରି ନିପାତ କରିଛି ସୀମା ସୁରକ୍ଷା ବାହିନୀ (BSF) । ଗୁଜରାଟ ବନସକଣ୍ଠ ଜିଲ୍ଲାରେ ଅନୁପ୍ରବେଶ କରିବା ସମୟରେ ଗୁଳି ଖାଇଥିଲେ ଅନୁପ୍ରବେଶକାରୀ । BSF ଚେତାବନୀକୁ ନ ମାନିବାରୁ ସ୍ପଟ୍ରେ ଗୁଳି କରାଯାଇଛି ।
Headlines 04- ପୋଲିସ୍ ଏନକାଉଣ୍ଟରରେ ମୋଷ୍ଟ ୱାଣ୍ଟେଣ୍ଡ୍ ପପୁ ଲୋହରା ନିହତ । ଛତିଶଗଡ଼, ମହାରାଷ୍ଟ୍ର ପରେ ଆଜି ଝାଡ଼ଖଣ୍ଡରେ ୨ ହାର୍ଡକୋର୍ ମାଓବାଦୀଙ୍କୁ ଏନକାଉଣ୍ଟର୍ କରିଛନ୍ତି ସୁରକ୍ଷାକର୍ମୀ । ଅନେକ ବିସ୍ଫୋରକ ଜବତ କରାଯାଇଥିବା ସୂଚନା ରହିଛି ।
Headlines 05- ଶିକାରୀ ଗୁଳିରେ ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩୦ ଲକ୍ଷର ସହାୟତା ଘୋଷଣା କରାଯାଇଛି ଏବଂ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ PCCFକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତକ ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲେ ।
Headlines 06- ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଆଫ୍ରିକାରେ ପୁଣି ଅଦିନିଆ ରଥଯାତ୍ରା ପାଳନ କଲା ଇସ୍କନ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଭକ୍ତଙ୍କ ଅନୁରୋଧ ସତ୍ତ୍ବେ ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗୋଟିଏ ଦିନରେ ରଥଯାତ୍ରା ଆୟୋଜନରୁ ବିଚ୍ୟୁତ ହୋଇଛି ଇସ୍କନ । ଜଗନ୍ନାଥଙ୍କ ସଂସ୍କୃତି ଓ ଧାର୍ମିକ ପବିତ୍ରତାକୁ ନଷ୍ଟ କରାଯାଉଛି'
Headlines 07- ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍ସିଟିରେ ଅପରାଧ ବଢୁଛି ଏବଂ 'ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି । ଚେକ୍ ଦେବାକୁ ନଗର ଉନ୍ନୟନ ଓ ଅବକାରୀ ବିଭାଗର ଆକ୍ସନ୍ ପ୍ଲାନ୍ କରୁଛନ୍ତି । ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ ଏବଂ ବସ୍ତିରେ ରହୁଥିବା ଅପରାଧିଙ୍କ ଘରକୁ ଭଙ୍ଗା ଯାଉଛି ।
Headlines 08- ବରିଷ୍ଠ ଅଭିନେତା ମୁକୁଲ ଦେବଙ୍କ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ୫୪ ବର୍ଷ ବୟସରେ ଆଖି ବୁଜିଛନ୍ତି ମୁକୁଲ ଦେବ। ଅନେକ କଳାକାର ଏନେଇ ଶୋକବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।
Headlines 09- ନୂଆପଡ଼ା R&B ଡିଭିଜନ୍ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ସୁଶାନ୍ତ । ରେଡ୍ ସମୟରେ ୫୫ ଲକ୍ଷର ଜମା ଏବଂ ପ୍ରାୟ ଦେଢ଼ କେଜି ସୁନା ମିଳିଥିଲା । ୩ଟି ବହୁତଳ କୋଠା, ଗୋଟିଏ ଫାର୍ମ ହାଉସ୍, ୯ଟି ପ୍ଲଟ୍ ମିଳିଥିଲା । ୨ଟି ଚାରିଚକିଆ, ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଆସବାବପତ୍ର ମିଳିଥିଲା ।
Headlines 10- ଦୀର୍ଘ ୧୬ ବର୍ଷ ପରେ ଏଥର ସଅଳ ଆସି କେରଳ ଛୁଇଁଲା ମୌସୁମୀ ବାୟୁ । ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଅନ୍ୟପଟେ ପ୍ରାକ ମୌସୁମୀ ବର୍ଷା ହେତୁ ଅସହ୍ୟ ଗରମରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ଭୁବନେଶ୍ୱରରେ ସକାଳୁ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଛି।