1-ରାସନ କାର୍ଡରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର। ଆବେଦନ କରିବାକୁ ମିଳିବ ପୁଣି ସୁଯୋଗ । ବାଦ୍ ପଡ଼ିଥିବା ଯୋଗ୍ୟ ପରିବାର ପାଇଁ ଆଜିଠୁ ଖୋଲିବ ପୋର୍ଟାଲ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
2- ଆଜି ବିଜ୍ଞାନ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ । କପି ରୋକିବା ନେଇ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା । ସବୁ ସେଣ୍ଟରରେ ସିସିଟିଭି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା
3-ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ନେଇ ହ୍ବାଇଟ୍ ହାଉସରେ ହାଇଡ୍ରାମା । ମୁହାଁମୁହିଁ ଆମେରିକା ଓ ୟୁକ୍ରେନ୍ ରାଷ୍ଟ୍ରପତି । ଯୁଦ୍ଧ ବିରାମରେ ସହମତି ହେବାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ।
4-ଶୁକ୍ରବାର ଦିନ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏହି ଅଦଳବଦଳରେ କମିଶନରେଟ ପୋଲିସର ଭୁବନେଶ୍ଵର ଏବଂ କଟକ ଡିସିପିଙ୍କୁ ବଦଳି କରାଯାଇଛି। ଆଇପିଏସ୍ ଜଗମୋହନ ମୀନା ହେଲେ ଭୁବନେଶ୍ୱର ଡିସିପି । କଟକ ଡିସିପି ହେଲେ ଋଷିକେଶ ଦ୍ୟାନଦେଓ । ରାଜ୍ୟ ମାନବାଧିକାର କମିଶନର ସ୍ବତନ୍ତ୍ର ଡିଜି ଭାବେ ଏସ୍.ଏମ୍. ନରୱାଣେଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।
5- ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିବ ତାତି। ଫେବୃଆରୀରେ ତାତି ସହି ହେଉ ନଥିବା ବେଳେ ମାର୍ଚ୍ଚରେ ଅସମ୍ଭାଳ ଖରା ହେବା ନେଇ ବିଭାଗ ପକ୍ଷରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଖରା ଏବେଠୁ ଯେମିତି ଡରାଇଲାଣୀ ଘରୁ ବାହାରିବାକୁ ଡ଼ର ଲାଗୁଛି। ତାତି ସାଙ୍ଗକୁ ଅସମ୍ଭାଳ ଗୁଳୁ ଗୁଳି ମଧ୍ୟ ଅନୁଭୂତ ହେଉଛି। ତେବେ, ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଉ ଦିନକ ପରେ ରାଜ୍ୟରେ ଉପରମୁହାଁ ହେବ ପାରଦ।
୬-ଆଜି ବିଶ୍ବ ଦହିବରା ଆଳୁଦମ ଦିବସ । ଦହିବାର ନାଁ ଶୁଣିଲେ ପ୍ରଥମେ କଟକ ପ୍ରସିଦ୍ଧ ଦହିବରା କଥା ମନେ ପଡେ। କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି।
7-ଭୟଙ୍କର ହିମସ୍ଖଳନ । ଉତ୍ତରାଖଣ୍ଡ ବଦ୍ରିନାଥ ନିକଟରେ ଭୟଙ୍କର ହିମସ୍ଖଳନ । ଚମୋଲି ଜିଲ୍ଲାର ମାଣା ଗାଁରେ ଫସିଥିଲେ ୫୭ ଶ୍ରମିକ । ୧୬ ଜଣ ହେଲେ ଉଦ୍ଧାର ।
8-ବହୁ ପ୍ରତିକ୍ଷିତ ମୁମ୍ବାଇ-ଝାରସୁଗୁଡା ସେକ୍ଟରରେ ବିମାନ ସେବା ଆରମ୍ଭ ହେବାକୁ ଯାଇଛି। ଶିଳ୍ପ ନଗରୀ ଝାରସୁଗୁଡା ସହ ମାୟାନଗରୀ ମୁମ୍ବାଇ ସିଧାସଳଖ ଆକାଶ ପଥରେ ଯୋଡି ହେବ। ସପ୍ତାହରେ ସବୁଦିନ ବିମାନ ଚଳାଚଳ କରିବ।
9-ଇପିଏଫଓ ବୋର୍ଡ ଶୁକ୍ରବାର ଦିନ ୨୦୨୪-୨୫ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତରେ ବଜାୟ ରଖିଛି। ଯଦିଓ ଏହି ନିଷ୍ପତ୍ତି EPFO ଗ୍ରାହକଙ୍କ ଉତ୍ସାହକୁ କମ କରିଦେବ ବୋଲି ଜଣାପଡ଼ିଛି। ପ୍ରକୃତରେ ମୁଦ୍ରାସ୍ଫୀତି ଏବଂ ସାଧାରଣ ଆର୍ଥିକ ସଙ୍କଟ ମଧ୍ୟରେ EPFO କର୍ମଚାରୀମାନେ ସୁଧ ହାର ବୃଦ୍ଧି ଆଶା କରୁଥିଲେ।
10-ପଞ୍ଚଭୂତରେ ବିଲିନ ହେଲା ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ମରଶରୀର । ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଅନ୍ତିମ ସଂସ୍କାର। ମୁଖାଗ୍ନି ଦେଲେ ପୁଅ ବାବୁଶାନ୍।
Add Zee News as a Preferred Source