Advertisement
Article Detail0/zeeodisha/odisha2751210

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବଡ଼ ବୈଠକ। ଦିଲ୍ଲୀରେ ଦିନ ୧୦ଟାରେ ବସିବ ଉଚ୍ଚସ୍ତରୀୟ ବୈଠକ।ସାମ୍ପ୍ରତିକ ସ୍ଥିତିକୁ ନେଇ ବୈଠକରେ ହେବ ଆଲୋଚନା।  ୩ ସେନାମୁଖ୍ୟଙ୍କ ସହ ଆଲୋଚନା କରିବେ ରାଜନାଥ।

2-ଯୁଦ୍ଧ ଭିତରେ ବଡ ଖବର । ସବୁ କର୍ମଚାରୀଙ୍କ ଛୁଟି ବାତିଲ । ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଛୁଟି ବାତିଲ ନେଇ ସରକାରଙ୍କ ନିର୍ଦ୍ଦେଶ  । 

3-ଭାରତ-ପାକିସ୍ତାନ ଭିତରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇଛି। ପାକିସ୍ତାନ ପକ୍ଷରୁ ବାରମ୍ବାର ଭାରତର ଜମ୍ମୁ ଓ କଶ୍ମୀରରେ ଆକ୍ରମଣ ହେଉଛି। କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ ଯୋଗୁ ଭାରତର ସାଧାରଣ ଜୀବନ ହାନୀ ହୋଇଥିବା ସୂଚନା ମିଳିଛି। ଭାରତ କହିଛି ଲାଇନ ଅଫ କଣ୍ଟ୍ରୋଲ ନିକଟରେ ପାକିସ୍ତାନୀ ଗୋଳାବର୍ଷଣରେ ୧୬ ନାଗରିକଙ୍କ ମୃତ୍ୟୁ ହୋଇଛି। ଜମ୍ମୁ ଓ କଶ୍ମୀରର ରଜୌରି ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ କରିଛି ପାକିସ୍ତାନ। ଏଥିରେ ରଜୌରୀର ଅତିରିକ୍ତ ଡିସି ରାଜକୁମାର ଥାପା ସହୀଦ ହୋଇଥିବା ସୂଚନା ମିଳିଛି। 

Add Zee News as a Preferred Source

4-ପାକିସ୍ତାନର ୨ଟି ଯୁଦ୍ଧ ବିମାନକୁ ଖସାଇଲା ଭାରତ । ଶ୍ରୀନଗରରେ ପାକିସ୍ତାନୀ ଫାଇଟର ଜେଟ F-16 କୁ ଧ୍ୱଂସ କରିଛି ଭାରତ। ଶ୍ରୀନଗର ଆଖପାଖରେ ପଡ଼ିଛି ଖଣ୍ଡବିଖଣ୍ଡିତ ଲଡ଼ୁଆ ବିମାନ। ତେବେ୨ ଜଣ ପାଇଲଟଙ୍କ ମିଳୁନି ପତ୍ତା। ୨ ପାଇଲଟଙ୍କୁ ଖୋଜୁଛି ପାକିସ୍ତାନ। ଫତେହ-୧ କ୍ଷେପଣାସ୍ତ୍ର ଦ୍ୱାରା ପାକିସ୍ତାନ ଆକ୍ରମଣ କରିଥିଲା । ହରିୟାଣାର ସିର୍ସାରେ ଏହି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେଇଛି ଭାରତୀୟ ବାୟୁସେନା ।

5-ଯୁଦ୍ଧ ପରିସ୍ଥିତିକୁ ଦେଖି ଶ୍ରୀନଗର-ଚଣ୍ତିଗଡ଼ ସମେତ ଉତ୍ତର  ପଶ୍ଚିମ  ଏବଂ  ଉତ୍ତର ପ୍ରାନ୍ତରେ ପ୍ରାୟ ୨୮ଟି ବିମାନ ବନ୍ଦରକୁ ବନ୍ଦ କରାଯାଇଛି। ମେ ୧୫ ପର୍ଯ୍ୟନ୍ତ ଏସବୁ ବିମାନ ବନ୍ଦର ବନ୍ଦ ରହିବ। 

6-ପାକିସ୍ତାନର ଫତାହ-୨ ମିସାଇଲ ଆଟାକ ଉଦ୍ୟମ ପଣ୍ଡ । ଶୁକ୍ରବାର ରାତିରେ ଦିଲ୍ଲୀକୁ ଟାର୍ଗେଟ କରି ପାକିସ୍ତାନ ଫତାହ-ଟୁ ମିସାଇଲ ମାଡ଼ କରିଥିଲା । ହେଲେ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିଦେଇଛି । ପଞ୍ଜାବର ସିର୍ସାରେ ଫତାହ-ଟୁ ମିସାଇଲକୁ ଧ୍ବଂସ କରିଦିଆଯାଇଥିବା ସୂଚନା ମିଳିଛି । ତେବେ ପାକିସ୍ତାନର ଫତାହ ଟୁ ଆଟାକ ନେଇ ଭାରତୀୟ ସେନା ପକ୍ଷରୁ କିଛି କୁହାଯାନାହିଁ । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି ।  ଦେଶର ପ୍ରମୁଖ ସହରକୁ ହାଇଆଲର୍ଟରେ ଅଛି ।

7-ଆସନ୍ତା  ୫ ଦିନ ରାଜ୍ୟରେ ଗ୍ରୀଷ୍ମ ଲହରୀ ରହିବ।  ଗୁଳୁଗୁଳି ବି ଅଣ ନିଶ୍ବାସୀ କରିବ।୧୪ ଯାଏଁ ଗ୍ରୀଷ୍ମ ଲହରୀରୁ ନିସ୍ତାର ମିଳିବ ନାହିଁ। ଆଜି ବିଶେଷକରି,  ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ ପ୍ରଚଣ୍ତ ତାତି ଓ ଗୁଳୁଗୁଳି ରହିବ। ୧୧,୧୨ ଓ ୧୩ ତାରିଖ ଯାଏଁ ପଶ୍ଚିମ ଓଡି଼ଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ରହିପାରେ। ୧୪ ତାରିଖ ଆଭ୍ୟନ୍ତରୀଣ ଓଡି଼ଶାର  ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ , ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ହୋଇପାରେ। 

8-ଭାରତର ମିସାଇଲ୍ ମାଡ଼ ପରେ ପାକିସ୍ତାନରେ ହଇଚଇ। ଜରୁରୀ ବୈଠକ ଡାକିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ନ୍ୟାସନାଲ୍ କମାଣ୍ଡ ଅଥରିଟି (NCA) ବୈଠକ ଡାକିଲେ। 
ପାକ୍ କମାଣ୍ଡ ଅଧିକାରୀଙ୍କ ସହ କରିବେ ଆଲୋଚନା। 

9- ରାତି ଅଧରେ ଯୁଦ୍ଧ ଭିତରେ ଦୋହଲିଲା ପାକିସ୍ତାନ। ଶୁକ୍ରବାର ମଧ୍ୟ ରାତିରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ରାତି ୧:୪୪ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ନିରୀକ୍ଷଣ କେନ୍ଦ୍ର (National Center for Seismology) ଅନୁଯାୟୀ,ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ମାପା ଯାଇଛି। 

10-ଟିମ୍ ଇଣ୍ତଆର ଷ୍ଟାର ବ୍ୟାଟସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)କୁ ସୂଚନା ଦେଇଛନ୍ତି। ଏହା ସହିତ ଆଗାମୀ ଜୁନ୍ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ଗସ୍ତରେ ସେ ଅଂଶଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

 

 

About the Author