)
1-Odisha Police SI Scam: ପୋଲିସ SI ନିଯୁକ୍ତି ଘୋଟାଲାରେ ଦିନକୁ ଦିନ ନୂଆ ଟ୍ବିଷ୍ଟ ଆସୁଛି। ଭୁବନେଶ୍ବର ସ୍ଥିତ 'ବଣିକ'କୋଚିଂ ସେଣ୍ଟରରେ ଗତକାଲି ରେଡ୍ ମାରିଥିଲା କ୍ରାଇମ୍ବ୍ରାଞ୍ଚ। ଏନେଇ'ବଣିକ'ର ୩ ଅଧିକାରୀଙ୍କୁ ନୋଟିସ୍ ହୋଇଛି। ଆଜି ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
2-Pm Modi: ବ୍ରିଟେନ୍ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମର ଗୁରୁବାର ଦିନ ମୋଦୀଙ୍କ ସହ ଦ୍ବିପାଖିକ ବୈଠକ କରିଛନ୍ତି। ମୁମ୍ବାଇ ସ୍ଥିତ ରାଜଭବନରେ ଅନୁଷ୍ଠିତ ବୈଠକରେ ଷ୍ଟାର୍ମରଙ୍କୁ ମୋଦୀ ଖାଲିସ୍ତାନୀ ଆତଙ୍କବାଦୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଲଗାମ୍ କଷିବାକୁ ଆଓ୍ବାନ ଦେଇଛନ୍ତି।
3-Nobel Prize 2025 for Literature: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଗୁରୁବାର ଅର୍ଥାତ୍ ଅକ୍ଟୋବର ୯ ତାରିଖରେ ସାହିତ୍ୟରେ ନୋବେଲ୍ ପୁରସ୍କାର ଘୋଷଣା କରିଛି। ୨୦୨୫ ମସିହା ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ହଙ୍ଗେରୀୟ ଲେଖକ ଲାସଜଲୋ କ୍ରାସ୍ନାହୋରକାଇଙ୍କୁ ପ୍ରଦାନ କରିବାକୁ ଘୋଷଣା କରାଯାଇଛି।
4-Odisha News:ପୁଣି ଅଜଣା ଜନ୍ତୁ ଆତଙ୍କ। କୁକୁଡା ଫାର୍ମରେ ପଶି କୁକୁଡାଙ୍କପ ମାରି ଖାଇଦଲା। ପ୍ରାୟ ୨୦୦ କୁକୁଡାକୁ ଅଜଣା ଜନ୍ତୁ ମାରିଥିବା ଜଣାପଡିଛି। ଖଲ୍ଲିକୋଟ୍ ବ୍ଲକ୍ ଅନ୍ତର୍ଗତ କମଳାପଦର ଗାଁରେ ଏଭଳି ଘଟଣା ଘଟିଛି।
5-Heavy Rain Alert: ରାଜ୍ୟରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। କାହିଁକିନା ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ପରଠୁ ବର୍ଷା ପ୍ରାୟତଃ କମିଯିବ। କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହେବ।
6-Bihar Election: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଆସନ ବୁଝାବଣା ଖୁବଶିଘ୍ର ଚୁଡାନ୍ତ ହେବ ବୋଲି ବିଜେପି କହିଛି। ଆସନ୍ତା ୧୨ ତାରିଖରେ ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବସିବ। ବୈଠକରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ହେବ। ଆସନ୍ତା ୧୩ ତାରିଖରେ ଏନଡିଏର ପ୍ରଥମ ପ୍ରାର୍ଥୀ ତାଲିକା ଆସିବ।
7-IPS Y Puran Kumar case:ହରିୟାଣାର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜି ଓ୍ବାଇ ପୁରନ୍ କୁମାରଙ୍କ ଆତ୍ମହତ୍ୟା ମାମଲାରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି। ରାଜ୍ୟ ପୁଲିସ୍ ଡିଜି ଓ ରୋହତକ୍ ଏସପିଙ୍କୁ ହଟାଇବାର ସଙ୍କେତ୍ ମିଳିଛି।
8- Gaza:ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନଟ୍ର ମଞ୍ଜୁରୀ ଦେଇଛି। ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ ମିଳିଛି। ଏନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି।
9-India vs West Indies 2nd Test: ଆଜିଠୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯିବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ। ଏହି ମ୍ୟାଚ୍ ଟି ସକାଳ ୯ଟା ୩୦ ରୁ ଆରମ୍ଭ ହେବ। ମହମ୍ମଦାବାଦ ଟେଷ୍ଟ ଜିତି ୧-୦ରେ ଆଗୁଆ ଟିମ୍ ଇଣ୍ଡିଆ।
10-Kalinga Stadium: କ୍ରୀଡା ପ୍ରେମୀଙ୍କ ପାଇଁ ବଡ଼ ଖବର। ଆଜିଠୁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୨ ହଜାର ପ୍ରତିଯୋଗୀ ଭାଗ ନେବେ ବୋଲି ଜଣାପଡିଛି। ସବୁଠୁ ବଡ଼ କଥା ହେଲା, ଏହି ପ୍ରତିଯୋଗିତାରେ ଓଡ଼ିଶାର ୭୫ ଜଣିଆ ସ୍କ୍ବାଡ୍ ଭାଗ ନେଇଛନ୍ତି।