• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Reported ByZee Odisha Desk
Published: Feb 12, 2024, 08:24 AM IST|Updated: Feb 12, 2024, 08:24 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍

    ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍

    2

    Independence Day: ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କଲେ ମୋଦୀ,କହିଲେ ଭାରତ ପରମାଣୁ ଶକ୍ତି...

    3

    Petrol Diesel Price Today: ବଢିଲା ପେଟ୍ରୋଲ୍-ଖସିଲା ଡିଜେଲ୍ ଦର! ରାଜ୍ୟରେ ଲିଟର ପିଛା ରହିଛି..

    4

    Bus Accident:ସମ୍ବଲପୁର -କୋରାପୁଟରେ ଭୟଙ୍କର ବସ୍ ଦୁର୍ଘଟଣା,ଘଟଣାସ୍ଥଳରେ ଜଣେ ମୃତ, ଏକାଧିକ ଆହତ

    5

    Earthquake:ଭୂକମ୍ପରେ ଥରିଲା ଇଣ୍ଡୋନେସିଆ,୨ ମୃତ! ସୁନାମୀ ଆଲର୍ଟ ଜାରି

    1-LaccMI Bus Service: ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ 'ଲକ୍ଷ୍ମୀ ବସ୍' ସେବା ।  ୧୨ ତାରିଖରୁ ୨୧ ତାରିଖ  ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief minister Naveen Patnaik) ପର୍ଯ୍ୟାୟକ୍ରମେ  ବିଭିନ୍ନ ଜିଲ୍ଲାରେ 'ଲକ୍ଷ୍ମୀବସ୍'ର (LaccMI Bus)ଶୁଭାରମ୍ଭ କରିବେ । ସେହିପରି ଆଜି ବରଗଡ଼, ବଲଙ୍ଗୀର, ମୟୂରଭଂଜ,ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ 'ଲକ୍ଷ୍ମୀ ବସ୍' (LaccMI Bus) ସେବାର ଶୁଭାରମ୍ଭ କରିବେ।  ତେବେ, ଏହି ଲକ୍ଷ୍ମୀ ବସ୍ ମହିଳା ପାଇଁ ଏକ ବିଶେଷ ଟିକେଟ୍ ରେ ରିହାତିର ସୁବିଧା ମଧ୍ୟ ରହିଛି।  ଯଦି କୌଣସି ମହିଳା ପଂଚାୟତରୁ ବ୍ଲକ୍ କୁ ଯାଉଛନ୍ତି । ତେବେ, ମାତ୍ରା ୫ ଟଙ୍କା ଦେଇ ଯାତ୍ରା କରିପାରିବେ ।

    2-Weather Update: ଫେବୃଆରୀ ଶେଷ ହୋଇନି କିନ୍ତୁ ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ (winter)। ଦୁଇ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳରେ  ହାଲୁକା ଶୀତ ଅନୁଭୂତ ହେଉଥିଲା । କିନ୍ତୁ ଏବେ ପୁଣି ଥରେ ରାଜ୍ୟରୁ ଶୀତ ଉଭାନ୍ ହୋଇଛି।  ରାତି ପାରଦ ଉପର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନର ରାତିର ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ଆଜି କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। 

    3-kendu leaf pluckers: କେନ୍ଦୁପତ୍ର ତୋଳାଳୀଙ୍କ ନିମନ୍ତେ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି । ୨ ଶହ କୋଟିର ପ୍ୟାକେଜ ଆଜି ଘୋଷଣା କରାଯାଇଛି । କେନ୍ଦୁପତ୍ରର ଦର ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୧ଟଙ୍କା ୪୦ ପଇସା ଥିଲା ତାହା ବର୍ତ୍ତମାନ ୨୦ ପଇସା ବୃଦ୍ଧି କରାଯାଇଛି । କେବଳ ସେତିକି ନୁହେଁ, ଝିଅ ବାହାଘର ପାଇଁ ପୂର୍ବରୁ ଥିବା ସହାୟତା ରାଶିରେ ପରିବର୍ତ୍ତନ କରାଯାଇ ୨୫ ହଜାରକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସିଜିନାଲ ବୋନସ ବୃଦ୍ଧି ହୋଇ ୨୫ରୁ ୫୦ ପ୍ରତିଶତରେ ପହଞ୍ଚିଛି । ଆଜି ରେଢାଖୋଲରେ ହୋଇଥିବା ରାଜ୍ୟ କେନ୍ଦୁପତ୍ର କର୍ମଚାରୀଙ୍କ ସମାବେଶରେ ଏହି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଭିଡିଓ କନଫରେନ୍ସ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି ।

    4-Quatar releases 8 Indians Ex Navy personnel: ଆଠ ଜଣ ନ୍ୟାଭି ଭେଟେରାନ୍ କାତାରରୁ ମୁକ୍ତ ହୋଇଛନ୍ତି । ମୁକ୍ତ ୮ ଜଣଙ୍କ ମଧ୍ଯରୁ ୭ ଜଣ ଭାରତରେ ପହଞ୍ଚିଲେ । ଗୁପ୍ତଚର କାର୍ଯ୍ୟ ମାମଲାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ଅପିଲ୍ ପରେ ସେମାନଙ୍କ ଦଣ୍ଡ କୋହଳ କରାଯାଇଥିଲା ।ଦ୍ବିପାକ୍ଷିକ ଆଲୋଚନା ପରେ ସେମାନଙ୍କୁ ମୁକ୍ତି ମିଳିଥିଲା । କାତାର ସରକାରଙ୍କୁ କୃତଜ୍ଞତା ଜଣାଇଲେ ଭାରତ ସରକାର । 

    5- Bihar Trust Vote Today: ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଗ୍ନିପରୀକ୍ଷା । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ନେଇ ପ୍ରମାଣ ଦେବେ ନୀତିଶ କୁମାର । ବିହାର ବିଧାନସଭାରେ ଆଜି ଫ୍ଲୋର ଟେଷ୍ଟ ହେବ । ଏଥିରେ ଯଦି ନୀତିଶ ସରକାର ପାସ ହୁଅନ୍ତି ତେବେ ରାଜ୍ୟରେ ଏନଡିଏ ମେଣ୍ଟ ସରକାର ତିଷ୍ଠି ରହିବ । ରାଜ୍ୟ ବିଧାନସଭା ଆସନ ୨୪୩ ରହିଥିବା ବେଳେ ଫ୍ଲୋର ଟେଷ୍ଟରେ ବହୁମତ ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଏନଡିଏ ପାଖରେ ୧୨୮ ବିଧାୟକ ରହିଥିବା ବେଳେ ବିରୋଧୀଙ୍କ ପାଖରେ ୧୧୪ ଜଣ ବିଧାୟକ ରହିଛନ୍ତି । ତେଣୁ ଫ୍ଲୋର ଟେଷ୍ଟରେ ଏନଡିଏର ବିଜୟ ହୋଇପାରେ ବୋଲି କୁହାଯାଉଛି ।

    6-Rozgar Mela: ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି  ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ କରାଯାଇଛି। ଦେଶର ୪୭ଟି ସ୍ଥାନରେ ଏକକାଳୀନ ରୋଜଗାର ମେଳା ଆୟୋଜନ କରାଯିବ। ଦେଶରେ ନିଯୁକ୍ତି ସୃଷ୍ଟି ଦିଗରେ ନିଯୁକ୍ତି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରାଥମିକତା ଉପରେ ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। 

    7-Satakadi Hota: ଆଉ ନାହାନ୍ତି ବିଶିଶ୍ଟ ସାହିତ୍ୟିକ, ପ୍ରଶାସକ ତଥା ରେଳବାଇର ପୂର୍ବତନ ମହାପ୍ରବନ୍ଧକ ସାତକଡ଼ି ହୋତା । ରବିବାର ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ଘରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ୯୫ ବର୍ଷ ବୟସ ହୋଇଥିଲା ।  ଦୁଇ ଦିନ ତଳେ ସାତକଡ଼ିଙ୍କ ସ୍ବାସ୍ଥ୍ୟା ଖରାପ ହୋଇଥିଲା । ପରେ ରବିବାର ଦିନ ସକାଳେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଧ୍ଯାହ୍ନ ୧୨ଟାରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ପାର୍ଥିବ ଶରୀରକୁ ଷ୍ଟେସନ ଛକରେ ଥିବା ତାଙ୍କ ବାସଭବନକୁ ଅଣାଯାଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ସ୍ବର୍ଗତ ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବା ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

    8-centre back o talk with the farmers today: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ପୂରଣ କରିନଥିବା ଅଭିଯୋଗରେ ପୁଣି ଆନ୍ଦୋଳନ ଡାକରା ଦେଇଛନ୍ତି ଏକାଧିକ କୃଷକ ସଂଗଠନ । ମଙ୍ଗଳବାର (13 ତାରିଖ) ହଜାର ହଜାର କୃଷକ ହରିୟାଣା ଓ ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ମାର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ଓ ଦିଲ୍ଲୀ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ବାରିକେଡ ଲଗାଯିବା ସହ ରାସ୍ତାରେ କଣ୍ଟା ମଧ୍ୟ ବିଛାଯାଉଛି । ଏନେଇ ଆଜି କେନ୍ଦ୍ର ସରକାର କୃଷକଙ୍କ ସହିତ ଆଲୋଚନା କରିପାରନ୍ତି।

    9-Odisha News:  ଯାଜପୁର ଜିଲ୍ଲାରେ ଆଜି ଲୋକାର୍ପିତ ହେବ ଜିଲ୍ଲାର ୮୭ଟି ରୂପାନ୍ତରିତ ହାଇସ୍କୁଲ। ଅପରାହ୍ନ ୫ଟାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ଫାଇଭ-ଟି ସ୍କୁଲର ଲୋକାର୍ପଣ କରିବେ। 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ ଏସବୁ ହାଇସ୍କୁଲ ନୂଆରୂପ ପାଇଛି। ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି।

    10-CAPF Exam: ଆସନ୍ତା ସପ୍ତାହରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ)ର କନଷ୍ଟେବଳ ( ଜେନେରାଲ ଡ୍ୟୁଟି) ନିଯୁକ୍ତି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୫୦ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷାର ସମ୍ମୁଖୀନ ହେବେ । ତେବେ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଓଡିଆକୁ ମିଶାଇ ମୋଟ ୧୩ଟି ଆଞ୍ଚଳିକ ଭାଷାରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

     

     

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News