Advertisement
Article Detail0/zeeodisha/odisha2678015
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଆଜି ବି ବେଶ ସରଗରମ ହେବ ବିଧାନସଭା । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ ପରେ ଏହାକୁ ନେଇ ଶାସକ ଦଳକୁ ଘେରିବେ କଂଗ୍ରେସ ଓ ବିଜେଡି । ତାରାଙ୍କ ନିଲମ୍ବନର ପ୍ରତିବାଦ ଭାବେ ଗୃହରେ ବିରୋଧ ପ୍ରଦର୍ଶନ କରାଯିବା ସହ ବାହାରେ ବି ଏନେଇ ତାତି ଦେଖାଦେଇପାରେ।

2-ପାକିସ୍ତାନୀ ସେନାର ଜୋରଦାର୍ ଅପରେସନ । ଟ୍ରେନ୍ ହାଇଜାକ୍ କରିଥିବା ୧୬ ଆତଙ୍କବାଦୀ ନିହତ। ୧୦୪ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ସୂଚନା। ମୁକୁଳିଥିବା ପଣବନ୍ଦୀଙ୍କ ମଧ୍ୟରୁ ୩୧ ମହିଳା ଓ ୧୫ ଶିଶୁ ଥିବା ଜଣାପଡିଛି। ରାତି ସାରା ବେଲୁଚି ଲିବରେସନ ଆର୍ମି ସହ ପାକିସ୍ତାନୀ ସେନାର ଗୁଳି ବିନିମୟ ହୋଇଛି। 

3-ଉପରମୁହାଁ ପାରଦ। ମାର୍ଚ୍ଚ ଆରମ୍ଭରୁ ଜଳୁଛି ରାଜ୍ୟ। ଆଗକୁ  ୪୦ ଡିଗ୍ରୀ ଟପିବ ତାପମାତ୍ରା। ଆସନ୍ତା କାଲିଠୁ ବଢିବ ତାତି। ଆଜି ଓ ଆସନ୍ତା କାଲି ପାଇଁ କିଛି ଜିଲ୍ଲାକୁ ହିଟ୍ ଓ୍ବେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା,  ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର , ବରଗଡ଼,  ସୁନ୍ଦରଗଡ଼ ଓ ଝାରସୁଗୁଡ଼ା।

Add Zee News as a Preferred Source

4-ବିବାହ କରିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଗୋଆରେ ହେବ ବିବାହ ଉତ୍ସବ।  ଆଜି ବିଜେଡି ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦିପ କୁମାର ମାଝୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।  ଗୋଆରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। ତାଙ୍କର ଜୀବନ ସାଥୀ ହେବେ ସଙ୍ଗୀତା ସାହୁ।  ତାଙ୍କର ଭାବି ସ୍ତ୍ରୀ ଜଣେ ପୂର୍ବତନ ସାମ୍ବାଦିକା ଯିଏ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ସେ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା କରିଛନ୍ତି।

5-ସମଗ୍ର ବିଶ୍ବରେ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି। ଏହାର ପ୍ରଭାବ ବିଶେଷକରି ଭାରତ, ଭଳି ଦେଶରେ ଦେଖିବାକୁ ମିଳୁଛି।  ସ୍ଥିତି ଏଭଳି ହେଲାଣୀ ଯେ, ପ୍ରଦୂଷଣ ଯୋଗୁଁ ଲୋକଙ୍କ ଆୟୁସ କମିବାରେ ଲାଗିଛି। ଭାରତର ଲୋକଙ୍କ ଆୟୁଷ ପ୍ରାୟ ୫ ବର୍ଷ ୨ ମାସ କମିଛି । ୨୦୨୪, ର ବିଶ୍ବ ବାୟୁ ଗୁଣବର୍ତ୍ତା ରିପୋର୍ଟ ଅନୁସାରେ, ଦୁନିଆର ସବୁଠୁ  ପ୍ରଦୂଷିତ  ୨୦ ସହର ମଧ୍ୟରେ ୧୩ ସହର ଭାରତର ବୋଲି ଜଣାପଡିଛି। 

6- ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଣ୍ଟିଲୋସ୍ଥିତ ନୀଳମାଧବଙ୍କୁ ଦର୍ଶନ ପାଇଁ ଆସିବେ ରାଷ୍ଟ୍ରପତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଦର୍ଶନ ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଂଧ୍ୟାରେ ଭୁବନେଶ୍ବର ଫେରିବେ । ୨୫ରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହର ମୁଖ୍ୟ ଅତିଥି ହେବେ। 

7-ମଙ୍ଗଳବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି-ଜାଗୃତି ଶୁକ୍ଳା । ଦୀର୍ଘ ଦିନର ବନ୍ଧୁତ୍ୱ ଶେଷରେ ସାତ ଜନ୍ମର ସମ୍ପର୍କରେ ପରିଣତ ହୋଇଛି। ଏହି ବିବାହର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁଭବଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି ।

8-ଲକ୍ଷପତି ଦିଦି କାର୍ଯ୍ୟକ୍ରମକୁ ମିଶନ । ଓଡିଶାରେ ଏପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି, ଯେଉଁଥିରୁ ୧.୬୬ ଲକ୍ଷ ଆକାଂକ୍ଷା ଏବଂ ଆଦିବାସୀ ଜିଲ୍ଲାରୁ ଆସିରେ ଅଛନ୍ତି। ମଙ୍ଗଳବାର ସାରା ରାଜ୍ୟରେ ଅନୁଷ୍ଠିତ ‘ଲକ୍ଷପତି ଦିଦି ପଦକ୍ଷେପ’ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ସମୟରେ ଏହା ପ୍ରକାଶ ପାଇଛି।

9-ଦୁଇ ଦିନିଆ ମରିସସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଗସ୍ତର ଦ୍ବିତୀୟ ଦିନ। ମରିସସ୍ ପ୍ରତିବର୍ଷ ମାର୍ଚ୍ଚ ୧୨ରେ ଏହାର ଜାତୀୟ ଦିବସ ପାଳନ କରିଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭାରତୀୟ ସଶସ୍ତ୍ର ବାହିନୀର ଏକ ଦଳ, ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଏବଂ ଭାରତୀୟ ବାୟୁସେନାର ଆକାଶ ଗଙ୍ଗା ସ୍କାଏଡାଇଭିଂ ଦଳ ମଧ୍ୟ ମରିସସର ଜାତୀୟ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ।

10-ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ICC (ଆନ୍ତର୍ଜାତୀୟ କ୍ରିକେଟ ପରିଷଦ) ଅଧ୍ୟକ୍ଷ ଜୟ ଶାହଙ୍କ ନକଲି ବ୍ୟକ୍ତିଗତ ସଚିବ (PA)ଙ୍କୁ ପୋଲିସ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ଜୟ ଶାହଙ୍କ ବ୍ୟକ୍ତିଗତ ସଚିବ ବୋଲି କହି ଗତ କିଛି ଦିନ ଧରି ଏକ ହୋଟେଲରେ ରହୁଥିଲେ ଏବଂ ସେଠାକାର ସୁବିଧାର ସୁଯୋଗ ନେଉଥିଲେ। ଅଭିଯୋଗ ଆଧାରରେ ପୋଲିସ ଏହି ନକଲି ପିଏକୁ ଅଟକ ରଖିଛି।

About the Author