Advertisement
Article Detail0/zeeodisha/odisha2109535
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-PM Modi to visit Qatar on Feb 14: ଆଜି ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ । ଏନେଇ ସୋମବାର ବିଦେଶ ସଚିବ ବିନୟ କ୍ବାତା ସୂଚନା ଦେଇଥିଲେ ,ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଫେବ୍ରୃଆରୀ ୧୪ ଅପରାହ୍ନରେ କତାର ରାଜଧାନୀ ଦୋହା ଗସ୍ତ କରିବେ । ଏହି ଅବସରରେ କତାର ଆମିର୍ ଖେଖ୍ ତାମିମ୍ ବିନ୍ ହମାଦ ଓ ଅନ୍ୟ ବରିଷ୍ଠ ପ୍ରତିନିଧିଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହା ମୋଦିଙ୍କ ଦ୍ବିତୀୟ କତାର ଗସ୍ତ ହେବ ।

2-PM Modi Dhabi Visit: ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର । ମଙ୍ଗଳବାର ୟୁଏଇରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କିନ୍ତୁ ଆଜି ମୋଦି ଆବୁଧାବିରେ ନିର୍ମିତ ପ୍ରଥମ ଭାରତୀୟ ଶୈଳୀର ହିନ୍ଦୁ ମନ୍ଦିରକୁ ଭବ୍ୟ ମନ୍ଦିରର ଉଦଘାଟନ କରିବେ ।

3-Saraswati Puja 2024: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା । ଧରାବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ । ମା'ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହର ମାହୋଲ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

Add Zee News as a Preferred Source

4- Odisha Cm Ganjam Visit: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଗସ୍ତ କରିବେ।  ନିଜ ନିର୍ବାଚନ ମଣ୍ତଳୀ ହିଞ୍ଜିଳିକାଟୁର ଶେରଗଡରେ ବିଭିନ୍ନ କାର୍ଯ୍ୟକ୍ରମର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଗଂଜାମ ଜିଲ୍ଲାର ଅନ୍ୟ ପ୍ରକଳ୍ପ ପାଇଁ ମଧ୍ୟ ଘୋଷଣା କରିବେ।

5- Puri News: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବଡ଼ଦାଣ୍ତରେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବା ପରେ ବୁଧବାର ଅର୍ଥାତ୍ ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖର ରଥକାଠ ଅନୁକୂଳ ହେବ । ଖବର ଅନୁଯାୟୀ, ବୁଧବାର ଶ୍ରୀବିଗ୍ରହଙ୍କ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ । ପାରମ୍ପରିକ ପଦ୍ଧତିରେ ୩ ଖଣ୍ତ ଧଉରା କାଠର ପୂଜାର୍ଚ୍ଚନା କରାଯିବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖସ୍ଥ ବଡ଼ଦାଣ୍ତରେ ପୂଜାସ୍ଥଳୀ ପ୍ରସ୍ତୁତ ହେଉଛି । ରାଜନଅର ପକ୍ଷରୁ ଶୋତ୍ରୀୟ ବ୍ରାହ୍ମଣମାନେ ଏହି ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିବେ । ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯିବ। ଶୋତ୍ରୀୟ ବ୍ରାହ୍ମଣମାନେ ବାଗଦେବୀ ମାଆ ସରସ୍ବତୀଙ୍କୁ ଆବାହନ ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରିବେ । ଏନେଇ ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନର ଏହି କାର୍ଯ୍ୟ ସମ୍ପନ୍ନ ହେବ ।

6-Weather Update: ରାଜ୍ୟରୁ ଶୀତ (cold)ଗାଏବ ହୋଇଥିବା ବେଳେ ଘନ କୁହୁଡିର(fog)ପ୍ରକୋପ ଜାରି ରହିଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।  ଆଜି ରାଜ୍ୟରେ ୮ ଜିଲ୍ଲାରେ ବର୍ଷା (rain) ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ପାରଦ ସ୍ବାଭାବିକ ଠାରୁ ଉପରେ ରହିଛି। ଗତ ୨୪ ଘଣ୍ଟାରେ ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସର୍ବାଧିକ ଦିନ ତାପମାତ୍ରା ଟିଟିଲାଗଡ଼, ମାଲକାନଗିରି ଓ ପାରଳାଖେମୁଣ୍ତିରେ ୩୪ ଡିଗ୍ରୀ ରେକର୍ଡ଼ ହୋଇଛି। 

7-Mamata Scheme: ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ମମତା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ଦ୍ୱିଗୁଣିତ କରିଛନ୍ତି । ପୂର୍ବରୁ ୫ ହଜାର ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ଏହା ୧୦ ହଜାର ଟଙ୍କା ମିଳିବ । ଆଉ ଏକ ଖୁସି ଖବର ଏହା ଯେ, ଏହି ସହାୟତା ରାଶି ପିଛିଲା ଭାବରେ ୨୦୨୩ ଅଗଷ୍ଟରୁ ଲାଗୁ ହୋଇଛି । ସମସ୍ତ ହିତାଧିକାରୀଙ୍କୁ ନୂଆ ନିୟମ ଅନୁଯାୟୀ ସହାୟତା ରାଶି ମିଳିବ ।

8-Union Minister Ashwini Vaishnaw odisha visit: ଓଡି଼ଶା ଗସ୍ତରେ ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।  ବୁଧବାର ଠାରୁ ଦୁଇ ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି। ବିଶେଷ ସୂତ୍ରରୁ ଜଣାପଡି଼ଛି ଯେ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ରେଳବାଇ ଓ ବିଏସଏନଏଲ ପ୍ରକଳ୍ପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। 

9-JEE Main 2024 Topper: ମଙ୍ଗଳବାର ଦିନ  ସର୍ବଭାରତୀୟ ଜେଇଇ ମେନ୍ (ସେସନ-୧) ୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଛି।  ଏହି ଏକ୍ସାମରେ ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି ସତ୍ୟେନ୍ଦୁ କର । ଗୁଜୁରାଟର ଦ୍ୱୀଜା ଧର୍ମେଶ କୁମାର ପଟେଲ ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭୁବନେଶ୍ୱର ଓଡିଏମ୍ ପବ୍ଲିକ ସ୍କୁଲର ଛାତ୍ର ହେଉଛନ୍ତି ସତ୍ୟେନ୍ଦୁ ।

10-India's oldest Test cricketer Dattajirao Gaekwad dies: ଟିମ୍ ଇଣ୍ତିଆର ପୂର୍ବତନ ଅଧିନାୟକ ଦତ୍ତାଜିରାବ ଗାଏକୱାଡଙ୍କ ପରଲୋକ ଘଟିଛି। ମଙ୍ଗଳବାର ବଡୋଦାରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ପୂର୍ବତନ ଭାରତୀୟ ଖେଳାଳି ଇରଫାନ ପଠାନ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଗତ ୨ଦିନ ହେବ ବଡୋଦାରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

 

About the Author