)
1-ଆଜି ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ଏନେଇ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ୧୪ ଟେବୁଲରେ ୨୬ ରାଉଣ୍ଡ କାଉଣ୍ଟିଂ ହେବ ବୋଲି ଜଣାପଡିଛି। ଏନେଇ ନୂଆପଡ଼ା ନ୍ୟାସନାଲ୍ କଲେଜରେ ସୁରକ୍ଷା କଡ଼ାକଡ଼ି ହୋଇଛି।
2-ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ଉପ ନିର୍ବାଚନ। ଏହି ନିର୍ବାଚନରେ ସରକାରୀ ଦଳ ଜିତିବା ପାଇଁ ପୂରା ଦମ୍ ଲଗାଇଛି। ପୂର୍ବରୁ ବିଧାୟକ ଥିବା ରାଜେନ୍ଦ୍ର ଢୋଲକିଆ ବିଜେଡିରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଏବେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ସେହିପରି ବିଜେଡି ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ଏଥର ପୂର୍ବ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିଥିବା ଘାସିରାମ ମାଝିଙ୍କୁ ପ୍ରାର୍ଥୀ କରିଛି।
3-ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏନେଇ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ସଂନ୍ଧ୍ୟା ସୁଧା ସମସ୍ତ ୨୪୩ ଆସନର ଫଳାଫଳ ଜଣାପଡିବ ବୋଲି ଆଶା କରାଯାଉଛି।
4-ବିହାରରେ ଚଳିତ ବର୍ଷ ଅଧିକ ମତଦାତା ଭୋଟ୍ ରେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬୫.୦୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୬୮.୭୬ ପ୍ରତିଶତ ମତଦାନ ହୋଇଛି। ଅନ୍ୟପକ୍ଷରେ ମହିଳାମାନେ ମତଦାନରେ ନୂତନ ରେକର୍ଡ଼ କରିଛନ୍ତି।
5-ଏକଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏନଡିଏକୁ ବହୁମତ ମିଳିବା ନେଇ ଆଶା ରହିଛି। ତେବେ,କଂଗ୍ରେସ୍ ଓ ଆରଜେଡି ଏଥର ପରିବର୍ତ୍ତନ ସୁ-ନିଶ୍ଚିତ। ଏବଂ ଏକଜିଟ୍ ପୋଲ୍ ରିପୋର୍ଟ ଭୁଲ୍ ପ୍ରମାଣିତ ହେବ ବୋଲି ଦୃଢକ୍ତି ପ୍ରକାଶ ପାଇଛି।
6-ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ସପ୍ତାହେ ଯାଏଁ ଥଣ୍ତା କମିବାର ସମ୍ଭାବନା ନାହିଁ। ବରଂ ବ୍ରହ୍ମପୁର, ଭୁବନେଶ୍ବର, ଭଦ୍ରକ,ପୁରୀ, ବାଲେଶ୍ବର ଓ ରାଉରକେଲା ସମେତ କେତେକ ସ୍ଥାନରେ ଆଜି ରାତିରୁ ୩ ଦିନ ଭିତରେ ରାତି ତାପମାତ୍ରା ୧ ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ। ଏହା ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ ଶୀତର ପ୍ରଭାବ ବଢିଛି।
7- ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ୍ ଧାନକିଣା। ବରଗଡ଼ ଜିଲ୍ଲାରୁ ଏହି ଧାନକିଣା ଆରମ୍ଭ ହେବ। ଧାନ ସଂରକ୍ଷଣ ପାଇଁ ମଣ୍ତିରେ ଅତ୍ୟାଧନିକ ବ୍ୟବସ୍ଥା ହୋଇଛି।
8-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ରେ ଓଡି଼ଶା ଆସୁଛନ୍ତି। ପୂର୍ବାହ୍ନ ୧୧ଟା ୫୦ ମିନିଟ୍ ରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ବାହାରିବେ। ଦିନ ୨ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ମଧ୍ୟାହ୍ନ ବିରତି ପରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦଘାଟନ କରିବେ । ଏହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି।
9- ନୂଆଦିଲ୍ଲୀରେ ଭାରତ ମଣ୍ତପମ୍ ପରିସରରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୧୪ ଦିନିଆ ୪୪ ତମ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫। ପ୍ରଥମ ଦିନରେ ଓଡ଼ିଶା ମଣ୍ତପ ଉଦଘାଟନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
10-ଆଗାମୀ ଆଇପିଏଲ୍ ୧୯ର ମିନି ନିଲାମୀ ପାଇଁ ପ୍ରତ୍ୟକ ଫ୍ରାଞ୍ଚାଇଜ୍ ଖେଳାଳି ରିଟେନ୍ ତାଲିକା ପ୍ରସ୍ତୁତ କରୁଛନ୍ତି। ଆଜି ଅପରାହ୍ନ ୩ଟା ସୁଧା ସମସ୍ତ ଫ୍ରାଞ୍ଚାଇଜ୍ ଖେଳାଳି ରିଟେନ୍ ତାଲିକା ଘୋଷଣା କରିବେ।