)
1-ନୂଆପଡା ଉପନିର୍ବାଚନରେ ବିଜେପିର ବୃହତ ବିଜୟ। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୭୪୮ ଭୋଟ୍ ବ୍ୟବଧାନରେ ବିଜୟ ସମସ୍ତଙ୍କୁ ଚକିତ କରିଛି। ଗତ ୫ ବର୍ଷ ନିର୍ବାଚନରେ ଭୋଟ୍ ହରାକୁ ଟପି ଜୟ ରେକର୍ଡ଼ ସଂଖ୍ୟକ ଭୋଟ୍ ପାଇଛନ୍ତି। କଂଗ୍ରେସ୍ ପ୍ରାର୍ଥୀ ଘାସିରାମ୍ ମାଝୀ ଦ୍ବୀତିୟ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ ତୃତୀୟ ସ୍ଥାନରେ ରହିଛନ୍ତି।
2-ବିହାର ବିଧାନସଭା ନିର୍ବାଚନରେ( NDA) ଏନଡିଏ ବିରାଟ ବିଜୟ ହାସଲ କରିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟୀ ପ୍ରାର୍ଥୀଙ୍କ ସହ ଏନଡିଏ ସହଯୋଗୀ ଦଳଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଐତିହାସିକ ସଫଳତା ପାଇଁ ସେ ବିହାରର ଜନସାଧାରଣଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଇଛନ୍ତି।
3-ବିହାରରେ ମୋଟ୍ ୨୪୩ ଆସନ ମଧ୍ୟରୁ ବିଜେପିକୁ ୮୯,ଜେଡିୟୁ ୮୫, ଏଲଜେପିକୁ ୧୯ , ଆରଜେଡିକୁ ୨୫, କଂଗ୍ରେସକୁ ୬,ଓଆଇଏମ୍ଆଇଏମ କୁ ୫ଟି ସିଟ୍ ମିଳିଛି। ଏବଂ ଏଚ୍-ଏ-ଏମ୍ ଓ ଅନ୍ୟାନ୍ୟ ୦୯ ସିଟ୍ ମିଳିଛି।
4-ବିହାରରେ ଏନ୍ଡିଏର ମହାବିଜୟ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,ବିହାର ଜନତା ବିକାଶ ସହ ରହିଛନ୍ତି। ବିହାର ଜନତା ଜଙ୍ଗଲ ରାଜକୁ ନୋ ଏଣ୍ଟ୍ରି କରିଦେଇଛନ୍ତି।
5- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା। ଆଜୀବନ ସଜା ଭୋଗୁଥିବା ପୁଞ୍ଜିଲାଲର ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। ଏହି ମାମଲାର ସମସ୍ତ ରେକର୍ଡ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବଂ ପାଟଣାଗଡ଼ ADJଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ପୁଞ୍ଜିଲାଲ୍ ମେହେର୍।
6-ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେକ୍ଟର-୧୩ ପଡିଆରେ ହେବାକୁଥିବା ଜନ ଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେବେ।
7-ଭାରତ ଓ ଆମେରିକା ମଧ୍ୟରେ ଖୁବଶିଘ୍ର ଚୁକ୍ତି ହୋଇପାରେ। ଏବର୍ଷ ଶେଷ ସୁଧା ପ୍ରଥମ ଚୁକ୍ତି ହୋଇପାରେ ବୋଲି ସଙ୍କେତ୍ ଦେଉଛି ଆମେରିକା। ଆଲୋଚନା ଦ୍ରୃତ ବେଗରେ ଆଗକୁ ବଢୁଥିବା ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଅଧିକାରୀ।
8-ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ। ଏହି ବିସ୍ପୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଥାନା ଜଳିଯାଇଛି। ଏବଂ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
9- ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି। ଏନେଇ ତାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ ସେ କିଛି ଦିନ ଧରି କିଡନୀ ଏବଂ ଯକୃତ ସମସ୍ୟାରେ ପୀଡିତ ଥିଲେ ଏବଂ ତାଙ୍କ ଅବସ୍ଥା ଖରାପ ହେବା ପୂର୍ବରୁ କଟକର ଏକ ଘରୋଇ ମେଡିକାଲ୍ ରେ ତାଙ୍କର ଚିକିତ୍ସା ଚାଲିଥିଲା।
10-୩୧ ତମ ଅନ୍ତଃଜିଲ୍ଲା ଓ ରାଜ୍ୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଆସନ୍ତା ୨୧ ରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସିଡିଏ ସେକ୍ଟର-୭ ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର୍ ଷ୍ଟାଡିୟମ ରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଦଳ ଚୟନ କରାଯିବ।