)
1-ଆଜି ବିଜେଡି ତରଫରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା। ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ବର ବନ୍ଦ ପାଳନ। ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବନ୍ଦ ପାଳନ। ଦୋକାନ ବଜାର, ସରକାରୀ ଅଫିସ୍, ବେସରକାରୀ ଅନୁଷ୍ଠାନ ବନ୍ଦ। ଅଖଚକ ସବୁ ଜାମ୍ ରହିଛି।
2-ଏଫଏମ୍ କଲେଜ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣାରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ୍ ସମେତ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏଲଏମ୍)ଲିବେରେସନ୍ ସହ ଆରଜେଡ଼ି ପ୍ରମୁଖ ୮ ଟି ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ୬ ରୁ ସଂନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରାଯିବ।
3-ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି। ବିଜେଡିର ଲୋକସେବା ଭବନ ଘେରାଉ ନେଇ ତତ୍ପରତା। ସବୁ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍ ପହଞ୍ଚିବାକୁ ନିର୍ଦ୍ଦେଶ। ଲୋକସେବା ଭବନ ଓ ଆଖପାଖ ଅଫିସ୍ରେ ସୁରକ୍ଷା ବ୍ୟବସ୍ଥା। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ନେଇ ସୁରକ୍ଷା କଡ଼ାକଡ଼ି। ସାଢ଼େ ୯ଟାରୁ ଲୋକସେବା ଭବନ ସମ୍ମୁଖ ଗେଟ୍ ବନ୍ଦ ହେବ।
4-ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷା ସ୍ଥଗିତ। ଗୃହରକ୍ଷୀ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷା ୨ ଦିନ ଘୁଞ୍ଚିଲା। ଆଜି ହେବାକୁ ଥିବା ପରୀକ୍ଷା ୧୮ ତାରିଖରେ ଭୁବନେଶ୍ବରରେ ହେବ। ଆବେଦନକାରୀଙ୍କ ଯାତାୟତ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ସ୍ଥଗିତ। ଆଜି ୭ମ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀରେ ହେବାର ଥିଲା ପରୀକ୍ଷା। ୧୮ ତାରିଖରେ ସମାନ ସ୍ଥାନ ଓ ସମୟରେ ପରୀକ୍ଷା କରାଯିବ ବୋଲି ସୂଚନା। କମିଶନରେଟ୍ ପୋଲିସ୍ ପକ୍ଷରୁ ସୋସିଆଲ୍ ମିଡ଼ିଆ 'x'ରେ ସୂଚନା ଦିଆଯାଇଛି।
5-ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ସୃଷ୍ଟି ହୋଇଥିବା ଯୋଡ଼ା ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ହୋଇପାରେ। ଆଜି ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦଝର ଓ ମୟୂରଭଂଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ବିଶେଷକରି, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର,ବରଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।
6-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମର୍ଯ୍ୟଦା ସମ୍ପନ୍ନ କଳିଙ୍ଗ ରତ୍ନ-୨୦୨୪ ସମ୍ମାନ ପ୍ରଦାନ କରାଯାଇଛି। ଆଦିକବି ଶାରଳା ଦାସଙ୍କ ୬୦୦ ତମ ଜନ୍ମବାର୍ଷିକୀ ତଥା ଶାରଳା ସାହିତ୍ୟ ସଂସଦର ୪୫ ତମ ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।
7-ପୁଣି ଚର୍ଚ୍ଚାରେ କେରଳ ନର୍ସ ନିମିଷା ପ୍ରିୟା। ସ୍ଥଗିତ ରହିଲା ତାଙ୍କ ଫାସୀ ଦଣ୍ଡାଦେଶ । ଭାରତ ସରକାରଙ୍କ ପ୍ରୟାସ ଯୋଗୁଁ ସ୍ଥାନୀୟ ପ୍ରଶାସନ ତାଙ୍କ ଫାଶୀ ଦଣ୍ଡକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛି। ନିମିଷା ପ୍ରିୟାଙ୍କ ଓକିଲ ଏବଂ ପରିବାରକୁ ମୃତ ତଲାଲ ଆବଦୋ ମେହଦିଙ୍କ ପରିବାର ସହିତ ଆଲୋଚନା କରିବା ପାଇଁ ସମୟ ଦିଆଯାଇଛି। ନିମିଷା ପ୍ରିୟାଙ୍କ ଦଣ୍ଡ କ୍ଷମା କରିବା ପାଇଁ ସେମାନଙ୍କୁ ବ୍ଲଡ୍ ମନି ନେବାକୁ ରାଜି କରାଯାଇପାରେ। ପୂର୍ବରୁ ୟେମେନ୍ କୋର୍ଟ ନିମିଷା ପ୍ରିୟାକୁ ୧୬ ଜୁଲାଇରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ନିଷ୍ପତ୍ତି ନେଇଥିଲା। କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି।
8- ଚୀନ ଗସ୍ତରେ ଥିବା ଭାରତର ବିଦେଶ ମନ୍ତ୍ରୀ ଡକ୍ଚର ଏସ୍ ଜୟ ଶଙ୍କର ମଙ୍ଗଳବାର ରାଷ୍ଟ୍ରପତି ସି.ଜିନପିଙ୍ଗ୍ ଙ୍କୁ ସାକ୍ଷାତ କରିଛନ୍ତି। ଭାରତ ଓ ଚୀନ ମଧ୍ୟରେ ସୁଧୁରୁଥିବା ସମ୍ପର୍କ ବିଷୟରେ ଚୀନ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନା ହୋଇଥିଲା।
9-ରୁଷର ରାଜଧାନୀ ମସ୍କୋରେ ଆକ୍ରମଣ କରିବାକୁ ଆମେରିକା ରାଷ୍ଟ୍ରପତି ୟୁକ୍ରେନ୍ କୁ ପରାମର୍ଶ ଦେଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ପଚାରିଛନ୍ତି ଯେ, ଯଦି ଆମେରିକା ଦୂରଗାମୀ କ୍ଷେପଣାନ୍ତ୍ର ଦିଏ ,ତେବେ, ୟୁକ୍ରେନ୍ ମସ୍କୋ ଉପରେ ଆକ୍ରମଣ କରିପାରିବ କି?
10-ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ୧୮ ଦିନିଆ ଯାତ୍ରା ଶେଷ କରି ପୃଥିବୀ ଫେରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସୁରକ୍ଷିତ ସହିତ ପୃଥିବୀରେ ଅବତରଣ କଲା ଡ୍ରାଗନ ସ୍ପେଶକ୍ରାଫ୍ଟ । ଜୁନ ୨୫ରେ ମହାକାଶ ଯାତ୍ରା ଆରମ୍ଭ କରିଥିଲେ ଯାତ୍ରା।