• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Written ByNarmada Behera
Published: May 17, 2025, 08:42 AM IST|Updated: May 17, 2025, 08:42 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    Top 10 News: ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

    Top 10 News: ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

    Top 10 News Headlines Odisha57 min ago
    2

    ଏସୀୟ କ୍ରୀଡ଼ା ଟିମ୍ ଘୋଷଣା, ବୈଭବ ସୂର୍ଯ୍ୟବଂଶୀ ସାମିଲ୍

    Odia News1 hr ago
    3

    ବିଦ୍ୟୁତ୍ ଖୁଣ୍ଟ ପାଇଁ ଲାଞ୍ଚ ନେଉଥିଲେ TPCODL କର୍ମଚାରୀ, ଧରିଲା ଭିଜିଲାନ୍ସ

    Odisha vigilance2 hrs ago
    4

    Odisha News: ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

    Odisha news3 hrs ago
    5

    Gold Rate Today: ସପ୍ତାହ ଶେଷରେ ମିଳିଲା ଖୁସି ଖବର! କମିଲା ସୁନା ରେଟ୍

    Gold rate today3 hrs ago

    1-ଆଜି ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ। ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ଏହି ବୈଠକ ନବୀନ ନିବାସରେ ବସିବ ବୋଲି ସୂଚନା ମିଳୁଛି ।  ନିକଟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜନୈତିକ ବ୍ୟାପାର କମିଟି ଗଠନ କରିଥିଲେ । ରାଜନୈତିକ ବ୍ୟାପାର କମିଟି ହେଉଛି ବିଜେଡିର ଉଚ୍ଚସ୍ତରୀୟ କମିଟି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି କମିଟିରେ ମୋଟ ୧୦ ଜଣ ସଦସ୍ୟ ରହିଛନ୍ତି ।

    2-ଓଡି଼ଶାର ଅନେକ ସ୍ଥାନରେ କାଳବୈଶାଖିର ପ୍ରଭାବରେ ବର୍ଷା ଜାରି ରହିଛି । ଏହାର ପ୍ରଭାବ ଆହୁରି ତିନି ଦିନ ଯାଏଁ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 
    ବିଶେଷକରି,  ବର୍ଷା ସହ ବିଜୁଳି, ଘଡ଼ଘଡି଼ ଓ  ଝଟକା ପବନ ପାଇଁ  ଆମାଗୀ ତିନି ଦିନ ଯାଏଁ ରହିବ। ଗତ ୨୪ ଘଣ୍ଟାରେ  କୋରାପୁଟ୍ କୋଟପାଡ଼ ଅଞ୍ଚଳରେ ସର୍ବାଧିକ ବର୍ଷା ୫୮ ମିମି ରେକର୍ଡ଼ କରାଯାଇଛି। ଆଜି  ରାଜ୍ୟର ୫ ଜିଲ୍ଲାକୁ ବିଜୁଳି ଘଡ଼ଘଡି଼ ସହ ୫୦ ରୁ ୬୦ କିମି ବେଗରେ ପବନ ବହିବା  ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା, ମୟୂରଭଂଜ, କୋରାପୁଟ୍, ମାଲକାନଗିରି ଓ ରାୟଗଡା। 

    3-ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିଲା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର । ନୂଆଦିଲ୍ଲୀରେ ସଂସ୍କୃତ ବିଦ୍ୱାନଙ୍କୁ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

    4-ପ୍ରେମର ମୋହ ଆଗରେ ହାର ମାନିଲା ମା'ର ମମତା। ପ୍ରେମିକ ସହ ମିଶି ମା'କୁ ହତ୍ୟା କଲା ନାବାଳିକା ଝିଅ। ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡିର ମୁଣ୍ଡି ସାହିରେ। ଏନେଇ ଅଭିଯୋଗ ପାଇବା ପରେ ପାରଳାଖେମୁଣ୍ଡି ପୋଲିସ ତଦନ୍ତ କରି ନାବାଳିକା ଝିଅକୁ ସୁଧାର ଗୃହକୁ ପଠାଇଥିବା ବେଳେ ପ୍ରେମିକ ଗଣେଷ ରଥ ଓ ତାର ସାଙ୍ଗ ଦିନେଶ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗଜପତି ଏପି ଯତୀନ୍ଦ୍ର ନାଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

    5-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଭାରତୀୟ ଜନତା ପାର୍ଟି ନେତୃତ୍ୱର ସରକାରଙ୍କ ବାର୍ଷିକୀ ଉତ୍ସବରେ ସାମିଲ ହେବା ପାଇଁ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଓଡ଼ିଶା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା କରିଛନ୍ତି । ମନ୍ତ୍ରୀ ପୂଜାରୀ ଆହୁରି ସୂଚନା ଦେଇଛନ୍ତି ଯେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର କ୍ୟାବିନେଟର ଅନେକ ସଦସ୍ୟ ରହିବେ।

    6-ଆଜି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ । ୨୨୦ରୁ ଅଧିକ ଦେଶରେ ପାଳନ କରାଯାଉଛି ଆର୍ଟ ଅଫ ଗିଭିଂ ଦିବସ । ଏଥର ଥିମ ରହିଛି ନେବରଗୁଡ୍ ଅର୍ଥାତ ପଡ଼ୋଶୀଙ୍କ ସହ ସୁସଂପର୍କ ରଖିବା ।

    7- ଆଜି ବିଶ୍ବ ହାଇପର ଟେନସନ୍ ଦିବସ। ଘରୋଇ କ୍ଷେତ୍ରରେ କାମ କରୁଥିବା  କର୍ମଜୀବୀ ପୁରୁଷ  ଓ ମହିଳାଙ୍କ ପାଇଁ  ଚିନ୍ତା ବଢାଉଛି ରଚ୍ଚରକ୍ତ ଚାପ ରୋଗ ( ହାଇପରଟେନସନ୍) ଓ ମଧୁମେହ। ବିଶେଷକରି,୩୦ ରୁ ଅଧିକ ବୟସ୍କଙ୍କ ଠାରେ ଏହି ରୋଗ ଦେଖାଦେଉଛି। ବର୍ଷକରେ ଚିହ୍ନଟ ହେଉଛନ୍ତି ୧୬ ଲକ୍ଷ ରକ୍ତଚାପ ଓ ୯ ଲକ୍ଷ ମଧୁମେହ ରୋଗୀ। 

    8-ଦୋହା ଡାଇମଣ୍ଡ ଲିଗ୍‌ରେ ଇତିହାସ ରଚିଲେ ନୀରଜ ଚୋପ୍ରା । କ୍ୟାରିଅରରେ ପ୍ରଥମ ଥର ପାଇଁ ୯୦ ମିଟର ଜାଭେଲିନ୍ ଫିଙ୍ଗିଲେ ନୀରଜ। ୯୦.୨୩ ମିଟର ଜାଭେଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନରେ ନୀରଜ। ୯୧.୦୬ ମିଟର ଫିଙ୍ଗି ପ୍ରଥମ ସ୍ଥାନରେ ଜର୍ମାନୀର ଜୁଲିଆନ୍ ୱେବର। ପ୍ରତିଯୋଗିତାରେ ଓଡ଼ିଶାର କିଶୋର ଜେନା ଅଷ୍ଟମ ସ୍ଥାନରେ ଅଛନ୍ତି

    9-ପ୍ରେମିକାର ମୃତ୍ୟୁ ପରେ ଅଡ଼ୁଆରେ ଲବ। ବହୁ ଚର୍ଚ୍ଚିତ ଓଡ଼ିଆ ଟ୍ରାଭେଲ୍ ବ୍ଲଗର ଲବ ହାଁସଦାଙ୍କ ନାଁରେ ବେଙ୍ଗାଲୁରୁରେ ରୁଜୁ ହେଲା ଅପରାଧିକ ମାମଲା। 

    10-ଆଜିଠୁ ପୁଣି ଆରମ୍ଭ ହେଉଛି ଆଇପିଏଲ୍‌ । ବେଙ୍ଗାଲୁରୁରେ RCB-KKR ମଧ୍ୟରେ ମୁକାବିଲା।  ଅପରେସନ୍ ସିନ୍ଦୂର ପାଇଁ ସ୍ଥଗିତ ଥିଲା ଟୁର୍ଣ୍ଣାମେଣ୍ଟ।  ନୂଆ ସିଡ୍ୟୁଲ୍‌ରେ ଖେଳାଯାଉଛି ଅବଶିଷ୍ଟ ମ୍ୟାଚ୍ । 

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News