)
1-ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ମୁଖ୍ୟମନ୍ତ୍ରୀ ବିହାର ଗସ୍ତ କରି ଶୁକ୍ରବାର ବାଙ୍କାଠାରେ ଏକ ସାଧାରଣ ସଭାକୁ ସମ୍ଭୋଧିତ କରିବେ। ଏବଂ ଅନ୍ୟପ୍ରଚାର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରିବେ।
2-ସାରା ଦେଶରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ। ବର୍ତ୍ତମାନ ଓଡ଼ିଶାରେ ଆଉ ବିଶେଷ ବର୍ଷା ନ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସନ୍ତା ୨୪ ତାରିଖ ବେଳକୁ ଦକ୍ଷିଣ ପର୍ବ- ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
3-ପାଖେଇ ଆସୁଛି ନୂଆପଡା ଉପନିର୍ବାଚନ। ଏନେଇ ନୂଆପଡ଼ା ଉପନିର୍ବାଚନ ପାଇଁ ୫୨ ଜଣଙ୍କୁ ପ୍ରଚାର ଦାୟିତ୍ବ ଦେଇଛି ବିଜେଡି। ନୂଆପଡ଼ା ବ୍ଲକ ପାଇଁ ୧୮ ଓ ନୂଆପଡ଼ା ଏନ୍ଏସି ପାଇଁ ୮ ଜଣଙ୍କୁ ଦାୟିତ୍ବ ମିଳିଥିବା ବେଳେ କୋମନା ବ୍ଲକ ପାଇଁ ୧୮ , ଖରିଆର ରୋଡ୍ ଏନ୍ଏସି ପାଇଁ ୮ ଜଣଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି଼ ସୁପ୍ରିମୋ।
4-ପୋଲିସ୍ SI ପରୀକ୍ଷାରେ ଘୋଟାଲାରରେ ଦିନକୁ ଦିନ ଆସୁଛି ନୂଆ ଟ୍ବିଷ୍ଟ। ଏହି ମହା-ଘୋଟାଲାର ଆଉ ଜଣେ ଦଲାଲ ମୁନା ମହାନ୍ତିଙ୍କୁ ଦଶପଲ୍ଲା ନିକଟରୁ ଗିରଫ କରି କ୍ରାଇମବ୍ରାଞ୍ଚ । ଏହାସହ ମୁନାର ସହଯୋଗୀକୁ ବି ଗିରଫ ହୋଇଛି।
5-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଏହି ମାମଲାରେ ଆଉ ଆଠ ଜଣଙ୍କୁ ପୋଲିସ ଉଠାଇ ଆଣିଥିବା ଜଣାପଡିଛି। ବିହାରରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
6-ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ପାଇଁ ଛାତ୍ରୀଙ୍କୁ ଦୋଷ ଦେଇଥିବାରୁ ମମତାଙ୍କ ବିରୋଧରେ ପ୍ରତିବାଦର ସ୍ବର ଉଠୁଛି।
7-ଆଜି ଗୁଜୁରାଟ ମନ୍ତ୍ରୀମଣ୍ତଳରେ ବଡ଼ ସମ୍ପ୍ରସାରଣ। ଦିନ ସାଢେ ୧୧ଟାରେ ହୋଇପାରେ ପୁଃନଗଠନ। ଉପସ୍ଥିତ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା।ଗତକାଲି ସିଏମ ଙ୍କୁ ଛାଡି ଇସ୍ତଫା ଦେଇଥିଲେ ସବୁ ମନ୍ତ୍ରୀ।
8-ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆଜି ଐତିହାସିକ ଦିନ। ବାୟୁସେନାକୁ ହସ୍ତାନ୍ତରିତ ହେବ ତେଜସ୍-LCA Mk1A। ନାସିକ୍ ରେ ପ୍ରଥମ ଥର ପାଇଁ ହେଉଛି ନିର୍ମାଣ। ଆତ୍ମନିର୍ଭରଶୀଳ ଭାରତକୁ ମିଳିବ ବଡ଼ ସଫଳତା।
9-ପୁଣି ଚର୍ଚ୍ଚାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କର ଏକ ବୟାନ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ସେ କହିଛନ୍ତି ଯେ, ଭାରତ ପ୍ରତିବର୍ଷ ଜଣେ ନୂତନ ପ୍ରଧାନମନ୍ତ୍ରୀ ପାଇଥାଏ। ଟ୍ରମ୍ପ ଭାରତକୁ-ପାକିସ୍ତାନ ଭାବି ଏହା କହିଥିଲେ ବୋଲି ଚର୍ଚ୍ଚା ହେଉଛି। ଏବଂ ଭୁଲ୍ ବସତଃ ଏହା ତାଙ୍କ ପାଟିରୁ ବାହାରି ଯାଇଥିଲା।
10-ଚଳିତ ମହିଳା ଦିନିକିଆ ବିଶ୍ବକପ୍ ର ୧୮ ତମ ଲିଗ୍ ମ୍ୟାଚରେ ଆଜି ଶ୍ରୀଲଙ୍କା -ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିବ।