)
1. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ସରକାର ଓ ଘରୋଇ ସଂସ୍ଥାନ ଏଥିଲାଗି କାର୍ଯୃ୍ୟକମ ଆୟୋଜନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସୁସ୍ଥ ନାରୀ ସଶକ୍ତ ପରିବାର ଏବଂ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶଠାରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ।
2. ଓଡ଼ିଶାରେ ପ୍ରଥମ ବିଜେପି ସରକାର ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଛି। ରାଜ୍ୟରେ ବିଶାଳ ଚାରା ରୋପଣ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେବ। ୭.୫ କୋଟି ଚାରାକୁ ’ଏକ୍ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମ ଅଧୀନରେ ରୋପଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
3. ଆଜି ମଧ୍ୟ ରାଜ୍ୟରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଉଦ୍ଘାଟନ କରାଯିବ। ରାଜ୍ୟପାଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଏନେଇ ସ୍ୱଥନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
4. ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଫୋନ ଯୋଗେ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନରେ ଶାନ୍ତ ପ୍ରତିଷ୍ଠା ପାଇଁ ଭାରତର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜ ଏକ୍ସ ହ୍ୟାଣ୍ଡଲରେ ଏ ବିଷୟକୁ ସ୍ପଷ୍ଟ କରିଛନ୍ତି।
5. ଅସ୍ତ୍ର ଛାଡ଼ି ଶାନ୍ତି ବାର୍ତ୍ତା କରିବାକୁ ଆହ୍ୱାନ ଦେଇଛନ୍ତି ମାଓନେତା। ବିଭିନ୍ନ ମାଓ ଅଧ୍ୟୁଷିତ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେମାନେ ଏହି ନିବେଦନ କରିଛନ୍ତି। ଯୁଦ୍ଧ ବିରତି ଘୋଷଣା କରିବାକୁ ସେ ନିବେଦନ କରିଛନ୍ତି।
6. ଭାରତ -ପାକିସ୍ତାନ ଭିତରେ ବିଷୟକୁ ଏକ ଦ୍ୱିପାକ୍ଷିକ ବିଷୟ ବୋଲି ଭାରତ କହିଥିବା ନେଇ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇସାକ ଦାର୍ କହିଛନ୍ତି। ଏ ବିଷୟକ ଆମେରିକାକୁ ଭାରତ ସ୍ପଷ୍ଟ ଜଣାଇଥିବା ନେଇ ଆମେରିକାର ସଚିବ ମାର୍କୋ ରୁବିୟୋ ତାଙ୍କୁ ସୂଚନା ଦେଇଥିବା ସେ ଏକ ଟେଲିଭିଜନ୍ ଚ୍ୟାନେଲ୍କୁ କହିଛନ୍ତି।
7. ଏସିଆ କପ୍ର ଅବଶିଷ୍ଟ ମ୍ୟାଚ୍ ପାକିସ୍ତାନ ଖେଳିବ ନା ନାହିଁ ତାହା ଏଯାଏ ସ୍ଥିର ହୋଇ ନାହିଁ। ଗତକାଲି ପ୍ରେସ୍ କନ୍ଫରେନ୍ସ ବାତିଲ ପରେ ଏହା ଏକ ବିବାଦୀୟ ଅନିଶ୍ଚିତତା ଭିତରକୁ ଟାଣି ହୋଇଛି। ପାକିସ୍ତାନ ଟିମ୍ ଭାରତୀୟ ଟିମ୍ ଦ୍ୱାରା ହାତ ମିଳାଇବା ପର୍ବ ପାଳନ କରାଯାଇ ନଥିବା ନେଇ ଅଭିଯୋଗ କରିଥିଲା। ଏଥିଲାଗି ମ୍ୟାଚ୍ ରେଫରୀକୁ ନିଲମ୍ବନ ଲାଗି ପାକିସ୍ତାନ ଆଇସିସିକୁ ଦାବି ଜଣାଇଥିଲା। ହେଲେ ଏ ଭିତରେ ଆଇସିସି କୌଣସି ପଦକ୍ଷେପ ନେଇ ନାହିଁ।
8. ଦେଶର ବିଭିନ୍ନ ସ୍ଥାନରେ ଥଣ୍ଡାଜ୍ୱର ବ୍ୟାପିବାରେ ଲାଗିଛି। ବିଶେଷ କରି ଏଚ୍୩ଏନ୍୨ ଭାଇରସ୍ ଦ୍ୱାରା ଏହା ପ୍ରଭାବିତ ହେଉଛି ବୋଲି ସ୍ୱାସ୍ଥ୍ୟ ବିଶାଷଜ୍ଞମାନେ କହିଛନ୍ତି। ଦିଲ୍ଲୀର ୧୦ରୁ ୭ ପରିବାର ଏହିପ୍ରକାର ଇନ୍ଫ୍ଲୁଏନ୍ଜା ଦ୍ୱାରା ଆକ୍ରାନ୍ତ ରହିଛନ୍ତି।
9. ବ୍ରିଟେନ୍ର ରାଜା ଚାର୍ଲସଙ୍କୁ ଭେଟିବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିଲାଗି ଟ୍ରମ୍ପ ୟୁକେ ଗସ୍ତରେ ଆଜି ଲଣ୍ଡନ ପହଞ୍ଚିଛନ୍ତି। ଏହି ସମୟରେ ୟୁକ୍ରେନ୍ ଯୁଦ୍ଧ ଏବଂ ବ୍ରିଟେନ୍ ସହ ଆମେରିକା ବାଣିଜ୍ୟ ଚୁକ୍ତି ବାବଦରେ ଆଲୋଚନା ହେବ।
10. ଅକ୍ଟୋବର ପହିଲାରୁ ରେଳ ବୁକିଙ୍ଗ୍ ନିୟମରେ ପରିବର୍ତ୍ନ ହେବାକୁ ଯାଉଛି। ଏଥିରେ ଇ- ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏବେ ତତ୍କାଳ ବୁକିଙ୍ଗ୍ ଲାଗି ଏହା ବାଧ୍ୟତାମୂଳକ ହୋଇଥିବା ବେଳେ ଏଣିକି ସବୁ ଆରକ୍ଷଣ ଆଲାଗି ଆଧାର ବାଧ୍ୟତାମୂଳକ ହେବ।