)
1-ସଫଳ ହେଲାନି ଇସ୍ରୋ ମିଶନ। ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍କ୍ଷେପଣ । ଲଞ୍ଚିଂ ବେଳେ ତୃତୀୟ ସୋପାନରେ ଉପୁଜିଲା ବାଧା। ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ।୧୦୧ତମ ସାଟେଲାଇଟ୍ ଲଞ୍ଚ୍ କରିଥିଲା ଇସ୍ରୋ। ଆନ୍ଧ୍ର ଶ୍ରୀହରିକୋଟାରୁ ୫ଟା ୫୯ ମିନିଟରେ ହୋଇଥିଲା ଉତ୍କ୍ଷେପଣ।
2-ପାକିସ୍ତାନ ପରେ ଏବେ ବାଂଲାଦେଶର ପାଳି । ବାଂଲାଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ କଟକଣା ଲଗାଇଲା ଭାରତ । ଏହି କଟକଣା ଯୋଗୁ ବାଂଲାଦେଶର ଆର୍ଥିକ ଓ ବାଣିଜ୍ୟିକ ସ୍ଥିତ ବିଗିଡ଼ିଯିବ ।
3-ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ଆଜି ହେଉଛି ଶେଷ ଦିନ । ଆଜି ପୁନର୍ବାର DGMO ସ୍ତରୀୟ ବୈଠକ ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
4-ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ । ଏହି ଘୂର୍ଣ୍ଣିଝଡ଼ରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେଣ୍ଟୁକି ଓ ମିସୌରୀ ଅଧିକ ପ୍ରଭାବିତ, ୧୨ରୁ ଅଧିକ ଆହତ ହୋଇଛନ୍ତି।
୫ ହଜାର କୋଠା କ୍ଷତିଗ୍ରସ୍ତ ହେବା ସହିତ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ।
5-ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା IIT ବମ୍ବେ। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ IIT ବମ୍ବେର ବଡ଼ ନିଷ୍ପତ୍ତି। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତି ବାତିଲ୍ କଲା। IIT ବମ୍ବେ ତୁର୍କୀ ଶିକ୍ଷାନୁଷ୍ଠାନ ସହିତ ଛାତ୍ର ଓ ଅଧ୍ୟାପକ ବିନିମୟ।
6-ରାଜ୍ୟରେ ଏବେ ସପ୍ତାହେ ଯାଏଁ ଗୁଳୁଗୁଳି ନାହିଁ। ୩ ଦିନ ବିଜୁଳି ଘଡ଼ଘଡି଼ ସହ ବର୍ଷା ହେବ। ପରେ କାଁ ଭାଁ ହାଲୁକା ବର୍ଷା ହେବ। ଆଭ୍ୟନ୍ତରୀଣରେ ତାତି ୪୦ ଡିଗ୍ରୀ ଯାଏଁ ରହିବ।
ଆଜି(ରବିବାର) ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ନେଇ ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ବଲାଙ୍ଗୀର, କୋରାପୁଟ୍, ରାୟଗଡା ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
7-ବିବାଦ ଘରେରେ ୟୁଟୁବର ଲବ ହାଂସଦା। ପ୍ରେମିକାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଚର୍ଚ୍ଚାରେ ଥିବା ୟୁଟୁବର ଲବ ହାଂସଦାଙ୍କ ଘଟଣାରେ ନୂଆ ଟ୍ବିଷ୍ଟ। ଏପରିକି ସେ ବିବାହିତ ଏବଂ ତାଙ୍କର ଏକ ଝିଅ ରହିଛି ବୋଲି ଅଭିଯୋଗ ହୋଇଛି। ସେପଟେ, ସାମ୍ନାକୁ ଆସିଲା ତାଙ୍କ ପ୍ରେମିକାଙ୍କ ଏକ ଅଡିଓ ବାର୍ତ୍ତା। ଯେଉଁଥିରେ ଲବ ତାଙ୍କୁ ନିର୍ଯାତନା ଦେଉଥିବା କଥା, ସେ ଜଣେ ବନ୍ଧୁଙ୍କୁ ଜଣାଉଛନ୍ତି।
8-ବଦଳିଲା ସିନେମାର ନାଁ । ରାଣ୍ଡୀପୁଅ ଅନନ୍ତା ହେଲା କେବଳ ଅନନ୍ତା ,କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ଗଳ୍ପ ଆଧାରରେ ଚଳଚ୍ଚିତ୍ରର କାହାଣୀ।
9-ମହଙ୍ଗା ପଡ଼ିଲା ଦେଶ ସହ ଗଦ୍ଦାରୀ। ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ମାମଲାରେ ମୋଟ ୭ ଜଣଙ୍କୁ ଗିରଫ କରିଛି ହରିୟାଣା ହିସାର ପୋଲିସ। କୁହାଯାଉଛି,ଜ୍ୟୋତି ପାକିସ୍ତାନ ହାତରେ ଟେକି ଦେଇଛନ୍ତି ଭାରତୀୟ ସେନାର ବହୁ ଗୁରୁତ୍ବପୂର୍ଣ୍ଣ ଓ ଗୁପ୍ତ ତଥ୍ୟ। ହରିୟାଣା ହିସାରରୁ ପୋଲିସ ତାଙ୍କୁ ଗିରଫ କରିବା ପରେ ଫିଟୁଛି ଘଟଣା ପଛର କାହାଣୀ।
10-ଭାରତ ତିଆରି କରୁଛି 5th Gen ଫାଇଟର୍ । ଆମେରିକାର F-35 ଓ ଋଷିଆର Su-57ରୁ ଶକ୍ତିଶାଳୀ । ରାଡାରରେ ଧରା ପଡ଼ିବନି, ନିମିଷକେ ତାଣ୍ଡବ ରଚିବ ।