• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Written ByNarmada Behera
Published: Oct 18, 2025, 08:14 AM IST|Updated: Oct 18, 2025, 08:14 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    Odisha Police: ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ବ

    Odisha Police: ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ବ

    2

    Odisha Flood: ୬ ଜିଲ୍ଲା ୫୨ ବ୍ଲକ ବନ୍ୟା ପ୍ରଭାବିତ- SRC ରାଜେଶ ପ୍ରଭାକର ପାଟିଲ

    3

    ଅଗଷ୍ଟ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

    4

    ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

    5

    BJD VS BJP: ବନ୍ୟାକୁ ନେଇ ନବୀନଙ୍କ ପୋଷ୍ଟକୁ ବିଜେପିର କଟାକ୍ଷ !

    1-ନୂଆପଡା ଉପନିର୍ବାଚନ ବିଗ୍ ପାଇଟ୍। ଆଜି ରାଲିରେ ଯାଇ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଶୋଭାଯାତ୍ରାରେ ସାମିଲ୍ ହେବେ ମୁଖ୍ୟମନ୍ତ୍ରୀ, ରାଜ୍ୟସଭାପତି, ମନ୍ତ୍ରୀ ଓ ସାଂସଦ। 

    2-ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ନଭେମ୍ବର ୧୧ରେ ଭୋଟ୍ ଗ୍ରହଣ ହେବ। 

    3-ନୂଆପଡ଼ା ଉପ-ନିର୍ବାଚନ ପାଇଁ କଂଗ୍ରେସର ମଧ୍ୟ ଷ୍ଟାର୍‌ ପ୍ରଚାରକ ଘୋଷଣା କରିଛି। ଏ-ନେଇ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କରିଛି ଦଳ। ତାରା ବାହିନୀପତି,ନରସିଂହ ମିଶ୍ରଙ୍କ ସହ ମନୋଜ ମିଶ୍ରଙ୍କୁ ବି ପ୍ରଚାର ଦାୟିତ୍ବ ମିଳିଛି।

    4-ମାଓବାଦ୍ କୁ ନେଇ ମୋଦୀଙ୍କ ଉଦବେଗ୍। କହିଲେ ମାଓବାଦ ଓ ଆତଙ୍କବାଦ ଦେଶର ଯୁବଶକ୍ତିଙ୍କ ପ୍ରତି ବହୁତ ବଡ଼ ଅନ୍ୟାୟ। ଦେଶର ଯୁବପିଢିଙ୍କୁ ଏପରି ଅବସ୍ଥାରେ ମୁଁ ଛାଡି ପାରିବି ନାହିଁ।  ଦିନକୁ ଦିନ ମାଓ ପ୍ରଭାବିତ ଜିଲ୍ଲା କମୁଛି। ଏବେବି ୩ ଜିଲ୍ଲାରେ ଅଧିକ ରହିଛି ମାଓପ୍ରବଳ କାର୍ଯ୍ୟକଳାପ। 

    5-ପର୍ଯ୍ୟଟଙ୍କ ପାଇଁ ଆଜିଠାରୁ ଖୋଲିଲା ଶିମିଳିପାଳ। ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିଥିବା ବେଳେ ପିଠାବଟା ଓ କାଳିଆଣି ଫାଟକରେ ପର୍ଯ୍ୟଟକଙ୍କ ଯାଇପାରିବେ।  ୧ଜୁଲାଇରୁ ପ୍ରବେଶ ଉପରେ କଟକଣା ଲାଗିଥିଲା ।

    6- ଦିନକ ପରେ ଦୀପାବଳି।ଏନେଇ ସମସ୍ତ ବିଭାଗକୁ ଅର୍ଥ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଦିପାବଳୀରେ ଗିଫ୍ଟ ନେଇ ଅଫିସ୍‌ ଆସିବାକୁ ବାରଣ କରାଯାଇଛି। ପାର୍ବଣ ଅବସରରେ ଅଫିସ୍‌କୁ କୌଣସି ଗିଫ୍ଟ ନ ଆଣିବାକୁ ନିର୍ଦ୍ଦେଶାବଳିରେ କୁହାଯାଇଛି।

    7-ଆଜି ପବିତ୍ର ଧନତେରାସ୍। ଧନତେରାସରେ ସୁନା କିଣିଲେ ଐଶ୍ୱର୍ଯ୍ୟ ଲାଭ ହୁଏ ବୋଲି  ବିଶ୍ୱାସ ରହିଛି। ଏହିଦିନ ଲକ୍ଷ୍ମୀ-ଗଣେଷଙ୍କୁ ପୂଜା କରାଯିବା ସହିତ ଧନନ୍ବରୀ ଦେବୀଙ୍କୁ ମଧ୍ୟ ପୂଜା କରାଯାଏ। ସୁନା ରେଟ୍ ଅଧିକ ଥିଲେ ମଧ୍ୟ କାରବାର ଭଲ ହେବ ବୋଲି ସୁନା ଦୋକାନୀ ବିଶ୍ବାସ ରଖିଛନ୍ତି। 

    8-ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୨୪ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି।  ଏହି ଲଘୁଚାପଟି ବେଶ୍ ଶକ୍ତିଶାଳୀ ରହିବ। ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ ବୋଲି ଆକଳନ କରାଯାଉଛି।  ଦକ୍ଷିଣ ପୂର୍ବ ବଙ୍ଗୋପସାଗର- ଓ ସଂଲଗ୍ନ ଆଣ୍ତାମାନ୍ ସାଗରରେ ଏକ ଲଘୁଚାପ କ୍ଷେତ୍ର ବିକାଶକୁ ସୂଚିତ କରୁଛନ୍ତି। 

    9-ପୁଣି ଆଫଗାନିସ୍ତାନ ଉପରେ ଆକ୍ରମଣ କଲା ପାକ୍। ପାକ୍‌ ବାୟୁସେନା ଶୁକ୍ରବାର ବିଳମ୍ବିତ ରାତିରେ ପୁଣି ଆକ୍ରମଣ କରିଥିବା ସୂଚନା ମିଳିଛି।  ପାକ୍ ଏପରି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ୪୮ ଘଣ୍ଟିଆ ଅସ୍ତ୍ରବିରତି ବୃଦ୍ଧି କରିବାକୁ ପାକିସ୍ତାନ ଓ ଆଫଗାନିସ୍ତାନ ସହମତି ପ୍ରକାଶ କରିବାର ମାତ୍ର  କିଛି ଘଣ୍ଟା ପରେ  ପାକ୍‌ ସେନା ତା’ର ରଣନୀତି ବଦଳାଇ ଡୁରାଣ୍ଡ ଲାଇନ୍‌ରେ ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡିଛି। 

    10- ସୁଲତାନ୍ ଜୋହର କପ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଲାଇନ୍ ଅପ୍ ଚୁଡାନ୍ତ ହୋଇଛି।  ଆଜି ୨ ଟାଣୁଆ ଦଳ  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟେଲ୍ ଲଢେଇ ହେବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପର୍ଥ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଅସୁବୁଧାରେ ପଡ଼ିଛି। ଆଡାମ ଜାମ୍ପା, ଆଲେକ୍ସ କ୍ୟାରି ଏବଂ ଜୋଶ ଇଙ୍ଗଲିସ୍ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। 

     

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News