ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
)
1-ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ । ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି । ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ମିଳିଛି ସଫଳତା ।
2-ସୁନିତା ଓ୍ୱିଲିୟମ୍ସଙ୍କ ସହ ବୁଚ୍ ଓ୍ୱିଲମୋରଙ୍କ ସଫଳ ପ୍ରତ୍ୟାର୍ତ୍ତନ। ସଫଳ ପ୍ରତ୍ୟାର୍ତ୍ତନ ନେଇ ଖୁସି ବ୍ୟକ୍ତ କଲେ ଡୋନାଲ୍ଡ ଟ୍ରମ୍ପ। ଏଲନ ମସ୍କ, ସ୍ପେସ୍ ଏକ୍ସ ଏବଂ ନାସାକୁ ଧନ୍ୟବାଦ ଜଣାଇଲେ। ପ୍ରତିଜ୍ଞା କଲୁ, ପ୍ରତିଜ୍ଞା ରଖିଲୁ ଲେଖି ‘ଏକ୍ସ’ରେ ହ୍ବାଇଟ୍ ହାଉସ୍ ପକ୍ଷରୁ ପୋଷ୍ଟ କରାଯାଇଛି।
3-୮ ଦିନ ପାଇଁ ଯାଇ ୯ ମାସ ଫସିଥିଲେ ସୁନିତା ୱିଲିୟମ୍ସ। ୯ ମାସରେ ୯୦୦ ଘଣ୍ଟାର ରିସର୍ଚ୍ଚ କଲେ ସୁନୀତା। ୧୫୦ରୁ ଅଧିକ ପରୀକ୍ଷଣ ସହ ସ୍ପେସ୍ ଷ୍ଟେସନର ମରାମତି ବି କଲେ। ମହାକାଶରେ ସବୁଠୁ ଅଧିକ ସମୟ ବିତାଇଥିବା ମହିଳା ପାଲଟିଲେ। ୫ ଜୁନ୍ ୨୦୨୪ରେ ସୁନୀତା ଓ ବୁଚ୍ ୱିଲମୋର୍ ମହାକାଶରେ ପହଞ୍ଚିଥିଲେ।
4-ସୁନୀତାଙ୍କ ଫେରିବାକୁ ନେଇ ଭାରତରେ ସେଲିବ୍ରେସନ୍। ଗୁଜରାଟ ମେହସାନ୍, ମଧ୍ୟପ୍ରଦେଶ ଉଜୈନରେ ଲୋକେ ରାତିସାରା ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ। ସୁନୀତା ଫେରିବା ପରେ ବାଣ ଫୁଟାଇ, ମିଠା ଖୁଆଇ ଖୁସି ମନାଇଛନ୍ତି ମେହସାନ୍ ବାସିନ୍ଦା ।
5-ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ। ଅପରାହ୍ନ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ।
ଇ-ମେଲ୍ରେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ ନବ ଦାସଙ୍କ ପତ୍ନୀ।
6- ବଦଳୁଛି ରାଜ୍ୟରେ ପାଗର ମିଜାଜ୍। ଗତ କିଛି ଦିନ ହେବ ରାଜ୍ୟରେ ମୁଣ୍ତଫଟା ଖରା ହେଉଥିବା ବେଳେ ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଜିଠାରୁ ରାଜ୍ୟରେ ୨୨ ତାରିଖ ଯାଏଁ କାଳବୈଶାଖି ବର୍ଷା ସହ ବିଜୁଳି ଘଡ଼ଘଡି଼ ହେବାର ସମ୍ଭାବନା ରହିଛି।
7-ସ୍କୁଲ ଗୁଡିକୁ ଯଥାଶୀଘ୍ର ସକାଳୁଆ କରିବା ପାଇଁ ତୁରନ୍ତ sop ଜାରି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ସମୟ ପରିବର୍ତ୍ତନ କରି ସକାଳ ୭ଟା ରୁ ୯ଟା ମଧ୍ୟରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
8- ଆଜି ଚୈତ୍ର କୃଷ୍ଣ ପଞ୍ଚମୀ ତିଥି। ଏନେଇ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ବନକଲାଗି ନୀତି ସମ୍ପାଦନ କାରଣରୁ ୧୯ ଏବଂ ୨୦ ମାର୍ଚ୍ଚ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ଯ ମଧ୍ୟ ବନ୍ଦ ରହିବ।
9- ନାଗପୁର ଔରଙ୍ଗଜେବ ସମାଧିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଛି । ଏଥିରେ ୪ ପୋଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ହିଂସା ପରେ ପୋଲିସର ବଡ଼ ପଦକ୍ଷେପ । ହିଂସାକୁ ରୋକିବା ପାଇଁ ପୋଲିସ ବିଏନଏସଏସ(BNS) ଧାରା ୧୬୩ ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛି ।
10- ଆଜିଠାରୁ ଭୁବନେଶ୍ବରରେ ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ। ଏହା ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଜନତା ମଇଦାନରେ ଚାଲିବ। ଏ-ହି ମେଳାରେ ୬୫୦ ରୁ ଅଧିକ ଷ୍ଟଲ ଲାଗିବ । ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରଯୋଜିତ ବିଭିନ୍ନ ରାଜ୍ୟରୁ ୧୫୦ ଟି ଷ୍ଟଲରେ ୫୦ ଜଣ ବୁଣାକାର ସେମାନଙ୍କ କଳା ପ୍ରଦର୍ଶନ କରିବେ ।