Advertisement
Article Detail0/zeeodisha/odisha2737470
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଆଜିଠୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇବା ହେବ ମହଙ୍ଗା। ଲିମିଟ ପରେ ଟଙ୍କା ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ । ୧୭ ଟଙ୍କା ବଦଳରେ ୧୯ ଟଙ୍କା ଗଣିବେ । ବାଲାନ୍ସ ଚେକ୍ କରିବା ଚାର୍ଜ ୯ ଟଙ୍କାକୁ ବୃଦ୍ଧି । ନନ୍ ମେଟ୍ରୋ ସହରରେ ୩ ଥର ଫ୍ରି ଟ୍ରାଞ୍ଜାକସନ ସୁବିଧା ।

2-ପହଲଗାମ୍ ଆତଙ୍କୀ ହାମଲା ଘଟଣା ନେଇ ଜନସ୍ବାର୍ଥ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ। ବିଚାରପତି ଆୟୋଗ ଗଠନ କରିବା  ସହ ପର୍ଯ୍ୟଟକଙ୍କ ସୁରକ୍ଷା ଦେବାକୁ ଉଭୟ କେନ୍ଦ୍ର ଓ ଜମ୍ମୁ କାଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ  ଆବେଦନରେ ଅପିଲ୍। 

3-ସାଧାରଣ ଲୋକଙ୍କୁ ଆଉ ଏକ ଝଟକା। ଅମୂଲ କ୍ଷୀର ମହଙ୍ଗା ହୋଇଯାଇଛି।   ଏବେ ଅମୂଲ୍ କ୍ଷୀର ପ୍ୟାକେଟ୍ ପିଛା ବଢିଲା ୨ ଟଙ୍କା । ଆଜିଠାରୁ ସାରା ଦେଶରେ ଏହି ନୂଆ ଦର ଲାଗୁ ହୋଇଛି। ନୂତନ ମୂଲ୍ୟ ବୃଦ୍ଧି ଅମୂଲ ଷ୍ଟାଣ୍ଡାର୍ଡ, ଅମୂଲ ବଫାଲୋ ମିଲ୍କ, ଅମୂଲ ଗୋଲ୍ଡ, ଅମୂଲ ସ୍ଲିମ୍ ଏନ ଟ୍ରିମ୍, ଅମୂଲ ଚାଇ ମାଜା, ଅମୂଲ ତାଜା ଏବଂ ଅମୂଲ ଗାଈ କ୍ଷୀର ପାଇଁ ପ୍ରଯୁଜ୍ୟ ରହିବ।

Add Zee News as a Preferred Source

4-୭ ଦିନ ହେଲାଣି LOCରେ ଜାରି ରହିଛି ଗୁଳି ବିନିମୟ। ବାରମ୍ବାର ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରୁଛି ପାକିସ୍ତାନ।  ଆଜି ପୁଣି ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ। 
ପାକିସ୍ତାନକୁ ପାଲଟା ଗୁଳିମାଡ଼ କଲେ ଭାରତୀୟ ସେନା। କୁପୱାରା, ଉରୀ, ଅଖନୁରରେ ଗୁଳି ବିନିମୟ ଜାରି।

5-ପୁଣିଥରେ ହେବ OCS ଆନ୍ଥ୍ରୋପଲୋଜି ପରୀକ୍ଷା। ଗତ ୨୭ରେ ହୋଇଥିବା ପରୀକ୍ଷା ବାତିଲ ନେଇ ସୂଚନା ଜାରି। ଆଉଥରେ ହେବ ସାନି ପରୀକ୍ଷା। ମେ ୧୪ ତାରିଖ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲା OPSC।ପ୍ରଶ୍ନପତ୍ରରେ ତ୍ରୁଟି ନେଇ ଆସିଥିଲା ଅଭିଯୋଗ। 

6- ରାଜ୍ୟରେ କାଳବୈଶାଖି ପ୍ରଭାବରେ ରାଜ୍ୟରେ ଜାରି ରହିଛି ବିଭିନ୍ନ ସ୍ଥାନରେ ବର୍ଷା।  ଆସନ୍ତା ୧୦ ତାରିଖ ଯାଏଁ ବଢିବନି ଗରମ। କାଳବୈଶାଖି ଓ ଟ୍ରାପ୍ ଲାଇନ୍ ପ୍ରଭାବ ଯୋଗୁଁ ଅଧିକ ଗରମ ଅନୁଭୂତ ହେବ ନାହିଁ।  ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡା. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି।  ଏହାସହ ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ କୁଆପଥର ସହ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି।

7-ପାକିସ୍ତାନ ଉପରେ ଆକ୍ସନ ନେବାକୁ ଭାରତର ଗୁପ୍ତ ରଣନୀତି । ସରକାରଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । 

8-ଯାଜପୁର ଅଳୁକୁଣ୍ଡ ସ୍ଥିତ ବଳଦେବଜୀଉ ସେବାଶ୍ରମରୁ ୨୭ ନାବାଳିକା ନିଖୋଜ ମାମଲା । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ।

9- ପାକିସ୍ତାନୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଆଉ ଏକ ଆକ୍ସନ୍।  ଭାରତ ସରକାର ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଭାରତୀୟ ୟୁଜରଙ୍କ ପାଇଁ ବ୍ୟାନ କରିଛନ୍ତି। ଏହି ତାଲିକାରେ ଲୋକପ୍ରିୟ ଅଭିନେତ୍ରୀ ହାନିଆ ଆମିର,ମାହିରା ଖାନ୍,ଗାୟକ-ଅଭିନେତା ଆଲୀ ଜାଫର, ସାନମ ସଇଦ, ବିଲାଲ ଅବବାସ, ଇକ୍ରା ଆଜିଜ, ଇମ୍ରାନ ଅବବାସ, ଆୟେଜା ଖାନ, ସଜାଲ ଆଲୀ ଓ ମାୟା ଆଲୀ ଆଦି ଅନ୍ତର୍ଭୁକ୍ତ। ଏପ୍ରିଲ ୨୨ରେ ଜାମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନାର ପରିପ୍ରେକ୍ଷୀରେ ଆସିଛି। 

10-ଚେନ୍ନାଇ କିଙ୍ଗସକୁ 4 ୱିକେଟରେ ହରାଇଲା ପଞ୍ଜାବ କିଙ୍ଗସ । ଏହି ହାର୍‌ ପରେ ପ୍ଲେଅଫରୁ ବାହାରିଲା ଚେନ୍ନାଇ । ଟସ ଜିତି ପ୍ରଥମେ ପଞ୍ଜାବ ବୋଲିଂ ନିଷ୍ପତ୍ତି ନେଇଥିଲା । ହେଲେ 20 ଓଭର ପୂରା ଖେଳି ପାରିନଥିଲା ସିଏସକେ ।

About the Author