Advertisement
Article Detail0/zeeodisha/odisha2765278
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ YouTuber ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ଜଣକ ପରେ ଜଣେ ୟୁଟ୍ୟୁବର ବିବାଦରେ ଫସୁଛନ୍ତି। ଏହି କ୍ରମରେ ଯାତ୍ରୀ ଡକ୍ଟର ନାମରେ ୟୁଟ୍ୟୁବ ଚଳାଉଥିବା ଚ୍ୟାନେଲର ମାଲିକ ୟୁଟ୍ୟୁବର ନବଙ୍କୁରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜ୍ୟୋତିଙ୍କ ସହିତ ନବଙ୍କୁର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ବିବାଦ ଏବେ ମୁଣ୍ଡ ଟେକିଛି। ଯାତ୍ରୀ ଡାକ୍ତର ନାମରେ ଅନଲାଇନରେ ପ୍ରସିଦ୍ଧ ଟ୍ରାଭେଲ୍ ୟୁଟ୍ୟୁବର ନବଙ୍କୁର ଚୌଧୁରୀ ଏବେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଗୁପ୍ତଚର କାର୍ଯ୍ୟରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ। ଆସନ୍ତୁ ଜାଣିବା କିଏ ଏହି ଯାତ୍ରୀ ଡକ୍ଟର ବା ନବାଙ୍କୁର ଚୌଧୂରୀ ।

2-ବିଶ୍ୱର ଶରଣାର୍ଥୀଙ୍କ ପାଇଁ ଭାରତ କୌଣସି ଧର୍ମଶାଳା ନୁହେଁ। ଏଭଳି କଡ଼ା ଟିପ୍ପଣୀ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଭାରତରେ ଶରଣାର୍ଥୀ ହେବା ଲାଗି ଶ୍ରୀଲଙ୍କା ନାଗରିକଙ୍କ ଏକ ପିଟିସନର ଶୁଣାଣୀ କରି ସୁପ୍ରିମକୋର୍ଟ ଏଭଳି କହିଛନ୍ତି।  ଶ୍ରୀଲଙ୍କାର ଏକ ଆତଙ୍କୀ ସଙ୍ଗଠନ ଲିବରେସନ ଟାଇଗର୍ସ ଅଫ ତାମିଲ ଇଲମ ହ ଲିଙ୍କ ଅଭିଯୋଗରେ ୨୦୧୫ରେ ଶ୍ରୀଲଙ୍କାର ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ୨୦୧୮ ମସିହାରେ ଟ୍ରାଏଲ କୋର୍ଟ ସମ୍ପୃକ୍ତ ଶ୍ରୀଲଙ୍କା ନାଗରିକଙ୍କୁ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ବଳରେ ଦୋଷୀସାବ୍ୟସ୍ତ କରିବା ସହିତ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।

3-ପ୍ରଧାନମନ୍ତ୍ରୀ ଆସନ୍ତା ୨୮ ତାରିଖରେ ପୋଲାଭରମ୍ ସମ୍ପର୍କିତ  ଏକ ବୈଠକ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ,  ପ୍ରଧାନମନ୍ତ୍ରୀ ପୋଲାଭରମ୍ କୁ ନେଇ ଆଲୋଚନା କଲେ  ଓଡି଼ଶା ଦାବିକୁ ଉପସ୍ଥାପନ କରାଯିବ। 

Add Zee News as a Preferred Source

4-କାଳବୈଶାଖୀ ସାଙ୍ଗକୁ ଦୁଇ ଦୁଇଟା ଲଘୁଚାପ । ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଓ  ଆରବସାଗରରେ ଲଘୁଚାପ ସମ୍ଭାବନା । ଅହସ୍ୟ ତାତିରୁ ମିଳିବ ଆଶ୍ବସ୍ତି, ଆଗାମୀ ୪ ଦିନ ଯାଏ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ। 

5-ଭୟ ବଢ଼ାଇଲାଣି କରୋନାର ନୂଆ ପ୍ରଜାତି ଜେଏନ-ଡଟ-ୱାନ । ସିଙ୍ଗାପୁର,ହଂକଂ, ଥାଇଲ୍ୟାଣ୍ଡରେ ସଂକ୍ରମଣ ବୃଦ୍ଧି ହୋଇଥିବା ସୂଚନା ମିଳିଛି । ଭାରତରେ ୫୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅଭିନେତ୍ରୀ ଶିଳ୍ପା ଶିରୋଦକର ସଂକ୍ରମିତ ହୋଇଥିବା ଜଣାପଡିଛି। 

6-ବେଙ୍ଗାଲୁରୁ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଜି ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପରେ ସହରରେ ଉପୁଜିଛି ଜଳବନ୍ଦୀ ସ୍ଥିତି। ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ବର୍ଷା ପାଣି।

7-ରୁଷ-ୟୁକ୍ରେନ ଯୁଦ୍ଧବିରତି ନେଇ ଟ୍ରମ୍ପ୍-ପୁଟିନ୍‌ଙ୍କ ଆଲୋଚନା। ରୁଷ ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥାହେଲେ ଡୋନାଲ୍ଡ ଟ୍ରମ୍ପ୍। ପୁଟିନ୍‌ଙ୍କ ସହ ଦୁଇ ଘଣ୍ଟା ଧରି କଥା ହୋଇଥିବା କହିଲେ ଟ୍ରମ୍ପ୍।  ରୁଷ-ୟୁକ୍ରେନ ଖୁବ୍‌ଶୀଘ୍ର ଯୁଦ୍ଧର ଅନ୍ତ ନେଇ କଥାହେବେ। 

8-ସାଇବର ଅପରାଧ କ୍ଷେତ୍ରରେ ବଡ଼ ପଦକ୍ଷେପ । ଏଣିକି ଜିରୋ ଏଫଆଇଆର ରୁଜୁ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ । ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହେଲେ ଆପେଆପେ ରୁଜୁ ହେବ ମାମଲା ।

9-ଆଗାମୀ ଦିନରେ ଆହୁରି ୩୦୦ଟି ପିଏମ ଶ୍ରୀ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ ଏନେଇ ସୂଚନା ଦେଇ କହିଥିଲେ ଯେ ରାଜ୍ୟରେ ପିଏମ ଶ୍ରୀ ସ୍କୁଲ ଆଦୌନଥିଲା। ବର୍ତ୍ତମାନ ୪୬୨ଟି କାର୍ଯ୍ୟକ୍ଷମ ରହିଛି। ଆଗକୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି କରାଯିବ। ନୂଆ ସରକାରକୁ ଏକ ବର୍ଷ ପୁରିବାକୁ ଯାଉଛି। ଏହି ବର୍ଷକ ମଧ୍ୟରେ ଅନେକ ସଂସ୍କାର ଅଣାଯାଇଛି। ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ କରାଯାଇଛି ବୋଲି ସେ କହିଥିଲେ।

10-ଚଳିତ ଆଇପିଏଲ୍ ର ୬୨ ତମ ମ୍ୟାଚ୍ ରେ ଚେନ୍ନାଇ  ସୁପର କିଙ୍ଗସ୍  ଓ ରାଜସ୍ଥାନ ରୟାଲ୍ସକୁ ପରପ୍ପର ଭେଟିବାକୁ ଯାଉଛନ୍ତି।  ଉଭୟ ଦଳ ପ୍ଲେ-ଅଫ୍ ରୁ ବାଦ୍ ପଡିଛନ୍ତି।  ସୁପର କିଙ୍ଗ୍ସ କେବଳ  ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ବିଜୟ ଲକ୍ଷରେ ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ। 

 

 

 

 

About the Author