ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
)
1- ଆଉ ନାହାଁନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି। ଦେବେନ୍ଦ୍ର ଶର୍ମାଙ୍କ ବିୟୋଗ ପରେ ତାଙ୍କ ନିର୍ବାଚନମଣ୍ଡଳୀଠୁ ଆରମ୍ଭ କରି କଂଗ୍ରେସ ଶିବିର ଯାଏଁ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ଆଜି ଶେଷ ଦର୍ଶନ ପାଇଁ କଂଗ୍ରେସ ଭବନ ଯିବ ତାଙ୍କ ପ୍ରାର୍ଥବ ଶରୀର। ପରେ ଆଳିରେ ତାଙ୍କର ଅନ୍ତିମ ସଂସ୍କାର ହେବ।
2-ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଜନକଲ୍ୟାଣକାରୀ କାର୍ଯ୍ୟ ଏବଂ ସେବା ପାଇଁ ସର୍ବଦା ସ୍ମରଣୀୟ’।
ଅମର ଆତ୍ମାର ସଦ୍ଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ।
3- ପୁଣି ଚର୍ଚ୍ଚାରେ ବିଜେଡି ନେତା ଭି.କେ ପାଣ୍ତିଆନ୍। ଭିକେ ପାଣ୍ଡିଆନ୍ ଖୁବ୍ ଶୀଘ୍ର ନବୀନ ପଟ୍ଟନାୟକଙ୍କ ବାସଭବନ ଛାଡିବାକୁ ଯାଉଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନିତୀରକୁ ବାଏ ବାଏ କରିଥିବା ପାଣ୍ଡିଆନ ଓଡିଶା ଛାଡି ଏକ ଆନ୍ତର୍ଜାତୀୟ ସଂସ୍ଥାରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି।
4-ନୂଆ ରାଜ୍ୟ ଜଳ ନୀତି ଆଣିବେ ମୋହନ ସରକାର। ଜଳ ସମ୍ପଦ ବିଭାଗ ଖର୍ଚ୍ଚ ଦାବି ବେଳେ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
5- ଶୁକ୍ରବାର ଦିନ, ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ଝଟକା ଦେଇଛନ୍ତି। ଝାରସୁଗୁଡା ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକଙ୍କ ବିରୋଧରେ ମାମଲା ଚାଲିବ ବୋଲି ନିର୍ବାଚନୀ ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ ସ୍ପଷ୍ଟ କରିଛନ୍ତି। ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ଟଙ୍କଧର ଯେଉଁ ଆବେଦନ କରିଥିଲେ, ତାହାକୁ କୋର୍ଟ ଖାରଜ କରି ଦେଇଛନ୍ତି।
6-ଆଜି ଓ ଆସନ୍ତାକାଲି ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । କାଳବୈଶାଖୀକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ବନ୍ଦ ନିଷ୍ପତ୍ତି। ୨ ଦିନ ବନ୍ଦ ନେଇ ଶିମିଳିପାଳ RCCFଙ୍କ ସୂଚନା।
7-ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି। କୁଆପଥର ବର୍ଷା ସାଙ୍ଗକୁ ପବନରେ ଲୋକଙ୍କ ଘର ବି ଭାଙ୍ଗି ଯାଇଛି। ଏନେଇ ଆଜି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତି ସମୀକ୍ଷା କରିବାକୁ ମୟୂରଭଂଜ ଗସ୍ତ କରିବେ।
8-ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା। ଘଡ଼ଘଡ଼ି ସହ ବର୍ଷା ଓ ପବନ ବୋହିବା ନେଇ ଆକଳନ। ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ୧୭ ଜିଲ୍ଲାକୁ ସତର୍କତା। ଆଜି ପାଇଁ ୯ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ଆଲର୍ଟ ।
9- ଆଜି ହେଉଛି ବିଶ୍ୱ ଜଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ସାରା ପାଳିତ କରାଯାଏ। ପ୍ରଥମ ଥର ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓଡି ଜେନିରୋ ଠାରେ ମିଳିତ ଜାତିସଂଘ ଦ୍ବାରା ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମିଳନୀ” କାର୍ଯ୍ୟକ୍ରମରେ ବିଶ୍ୱ ଜଳ ଦିବସ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଥିଲା।
10-ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର। କୋଲକାତା ଇଡେନ୍ ଗାର୍ଡେନ୍ସରେ ପ୍ରଥମ ମ୍ୟାଚ୍। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ RCB-KKR। ସନ୍ଧ୍ୟା ୬ଟାରେ ଉଦ୍ଘାଟନୀ ଉତ୍ସବ, ୭ଟା ୩୦ରେ ମ୍ୟାଚ୍।