)
1-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଛି ପୋଲିସ। ବିଳମ୍ବିତ ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଜେରା କରାଯାଉଥିବା ସୂଚନା ମିଳିଛି। ଏହାସହ ପୋଲିସ୍ ସାର୍ପସୁଟର୍ ସହ ଜଣେ ଛାତ୍ରନେତା ବି ଅଟକ ଥିବା ସୂଚନା ମିଳିଛି।
2-ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ ଇସ୍କନ କର୍ତ୍ତୃପକ୍ଷ। ଶ୍ରୀମନ୍ଦିର ପରିଚାଳନା କମିଟିର ଚୂଡାନ୍ତ ନିଷ୍ପତ୍ତି ଅନୁସାରେ ଇସ୍କନ କରିପାରିବ ନାହିଁ ରଥଯାତ୍ରା ବୋଲି ସ୍ପଷ୍ଟ କରିଛି। ଆଷାଢ ଶୁକ୍ଳ ଦ୍ଵିତୀୟା ଠାରୁ 9 ଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା କରିବ ନାହିଁ ବୋଲି ସ୍ପଷ୍ଟ ମନା କରିଛି ଇସ୍କନ।
3-ଦକ୍ଷିଣ ବଙ୍ଗୋପସାଗର ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି(ବୁଧବାର) ଅପରାହ୍ନ ସୁଧା ଅବପାତରେ ପରିଣତ ହେବ। ଏହା -ପଶ୍ଚି ଉତ୍ତର-ପଶ୍ଚିମ ଦିଗରେ ତାମିଲନାଡୁ, ପଣ୍ତିଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବା ସହ ଅଧିକ ଘନୀଭୂତ ହୋଇପାରେ। କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ ଏତେ ରହିବ ନାହିଁ। ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବ। ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ହେଲେ, ୨୫ ଓ ୨୬ ତାରିଖରେ ରାଜ୍ୟରେ ଭାରୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
4-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଜବରଦଖଲକାରୀଙ୍କୁ ଆଉ ଛଡା ଯିବ ନାହିଁ। ଯିଏ ଯେତେ ପ୍ରଭାବଶାଳୀ ହୋଇଥାଆନ୍ତୁ ନା କାହିଁକି ଯଦି କେହି ମହାପ୍ରଭୁଙ୍କ ଜମି ମାଡି଼ ବସିଛନ୍ତି। ସେମାନଙ୍କୁ ତରନ୍ତୁ ଉକ୍ତ ଜମିରୁ ହଟାଯିବ। କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବି ମହାପ୍ରଭୁଙ୍କ ଜମି ଚିହ୍ନଟ କରାଯାଇ ଏଭଳି ପଦକ୍ଷେପ ନେବାକୁ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
5-ସଡ଼କ ସୁରକ୍ଷା ନିୟମ ଫାଙ୍କିବା ନେଇ ବକେୟା ଜରିମାନା ଆଦାୟରେ କଟକଣାକୁ କୋହଳ କଲା ପରିବହନ ବିଭାଗ। କିନ୍ତୁ ବକେୟା ଇ-ଚାଲାଣ ଏକକାଳିନ ପୈଠ କରିବା ବେଳେ ସାଇବର ଠକେଇ ର ଶିକାର ହେଉଛନ୍ତି ଲୋକେ।
6-ଆମେରିକାରେ ଏଚ୍-୧ବି ଭିସା ଫି' ନିୟମ ନେଇ ଆସିଲା ବଡ଼ ସ୍ପଷ୍ଟୀକରଣ। ଆମେରିକାରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଓ ଆଇଟି କ୍ଷେତ୍ରରେ କାର୍ଯ୍ୟରତଙ୍କ ପାଇଁ ଟ୍ରମ୍ପ ଦେଇଛନ୍ତି ଖୁସି ଖବର। ଏହି ଫି' କେବଳ ସେହି ନୂତନ ଏଚ୍-୧ବି ଭିସା ଆବେଦନକାରୀଙ୍କ ଉପରେ ଲାଗୁ ହେବ। ବିଶେଷକରି, ଯେଉଁମାନେ ଆମେରିକା ବାହାରେ ରହୁଛନ୍ତି। ଆଉ ସେମାନଙ୍କ ପାଖରେ କୌଣସି ପ୍ରକାର ବୈଧ ଏଚ୍-୧-ବି ଭିସା ନାହିଁ।
7-ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଯୁଦ୍ଧ ବିରତିସତ୍ତ୍ବେ ଗାଜାରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଛି। ପୁଣି ଘମାଘୋଟ୍ ଯୁଦ୍ଧ ହେଉଛି। ହମାସ୍ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଯାଇ ଇସ୍ରାଏଲ୍ ସେନା ଗାଜା ଉପରେ ୧୫୩ ଟନ୍ ର ଏକ ବିଶାଳ ବୋମା ମାଡ଼ କରିଛି। ଯୁଦ୍ଧ ବିରତି ଉଲଘଂନ ନେଇ ହମାସ୍ କୁ ଟ୍ରମ୍ପ ଧମକ୍ ଦେଇଛନ୍ତି। ସେ କହିଛନ୍ତି ଯେ, ଏହାର ପରିମାଣ ଦ୍ରୃତ , ଭୟଙ୍କର ଓ ନିଷ୍ଠର ହେବ।
8-ଦୀପାବଳି ଅବସରରେ ୨୧ ଅକ୍ଟୋବରର ଦେଶର ପୁଞ୍ଜିବଜାର ମହୁକତ ଟ୍ରେଡିଂ ସମ୍ପନ୍ନ ହୋଇଛି। ଏଥିରେ ବମ୍ବେ ଷ୍ଟକ୍ ବଜାରରେ ସେନସେକ୍ସ ୬୩ ପଏଣ୍ଟ ଉଦ୍ଧ୍ବଗାମୀ ହୋଇ୮୪,୪୨୬ ପିଏଣ୍ଟରେ ବନ୍ଦ ହୋଇଛି।
9-ଦିର୍ଘ ୫ ବର୍ଷ ପରେ ଭାରତ ଚୀନ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ ସେବା। ଚୀନ୍ ର ରାଷ୍ଟ୍ରାୟତ୍ତ ଇଷ୍ଟର୍ନ ଏୟାରଲାଇନ୍ ନଭେମ୍ବର ୯ରୁ ସାଂଘାଇ ଏବଂ ଦିଲ୍ଲୀ ମଧ୍ୟରେ ବିମାନ ସେବା ଆରମ୍ଭ କରିବ।
10-ଜାପାନ ପାଇଲା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ମଙ୍ଗଳବାର ଦିନ,ଜାପାନର ଆଇରନ ଲେଡି ଭାବେ ଜଣାଶୁଣା ସାନାଏ ତାକାଇଚିଙ୍କୁ ଜାପାନ ସଂସଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। ପୂର୍ବରୁ ,ତାକାଇଚି ଜାପାନର ରାଜନୈତିକ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ନବ- ନିର୍ବାଚିତ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।