)
1. ଆଜି ନବରାତ୍ରୀର ତୃତୀୟ ଦିନ। ବିଭିନ୍ନ ଶକ୍ତି ପୀଠରେ ଆଜି ମା’ ଦୁର୍ଗାଙ୍କ ଚନ୍ଦ୍ରଖଣ୍ଡା ରୂପକୁ ଭକ୍ତ ଦେଖିବେକୁ ପାଇବେ। ଶିବ ପୂରାଣ ଅନୁସାରେ ଚନ୍ଦ୍ରଖଣ୍ଡା ହେଉଛନ୍ତି ଭଗବାନ ଶ
2. ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ସେ ଝାରସୁଗୁଡ଼ାର ଆମଲିପାଲିଠାରେ ଯୁବାବର୍ଗଙ୍କୁ ସମ୍ବୋଧନ କରିବେ ବୋଲି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବ୍ରହ୍ମପୁର ଗସ୍ତକୁ ବାତିଲ କରାଯାଇଛି। ଖରାପ ପାଗ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଇ ଦିଆଯାଇଛି।
3. ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ରତ୍ନ ଓ ଅଳଙ୍କାରକୁ ଭଣ୍ଡାରଘରକୁ ଫେରାଇ ନିଆଯାଇଛି। ପ୍ରାୟ ୧ ବର୍ଷ ପୂର୍ବରୁ ୨୦୨୪ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାରର ସର୍ବେକ୍ଷଣ ଓ ମରାମତି ପାଇଁ ରତ୍ନ ଓ ଅଳଙ୍କାରସବୁକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଏହି ସ୍ଥାନାନ୍ତରଣ ୧୦ଟା ୫୫ ମିନିଟରେ ଆରମ୍ଭ ହୋଇଥିଲା। ପ୍ରାୟ ୨ଟା ୫୫ମିନିଟରେ ଶେଷ ହୋଇଥିଲା ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି।
4. ବାରମ୍ବାର ସୋଶାଲ୍ ମିଡ଼ିଆରେ ନେତୃତ୍ୱଙ୍କ ଦୁର୍ବଳତାକୁ ଇଙ୍ଗିତ କରି ଚର୍ଚ୍ଚାରେ ଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳର ଉପ ସଭାପତିଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ଆଦେଶ ଦିଆଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ହେତୁ ତାଙ୍କୁ ନିଲମ୍ବନ କରାଯାଇଥିବା ଏଥିରେ କୁହାଯାଇଛି। ଶ୍ରୀମୟୀଙ୍କ ସହ ମୟୁରଭଞ୍ଜର ଦୁଇ ବିଜେଡି ନେତା ସୁବାସ ଚନ୍ଦ୍ର ସାଏ ଓ ପ୍ରବୀର ଚନ୍ଦ୍ର ସାଏଙ୍କୁ ମଧ୍ୟ ତତ୍କ୍ଷଣାତ ନିଲମ୍ବନ କରାଯାଇଛି।
5. ଆଜି ବିଧାନସଭା ଘେରାଉ କରିବ ମହିଳା କଂଗ୍ରେସ। ମହିଳା ସୁରକ୍ଷାରେ ବିଜେପି ସରକାର ବିଫଳ ହୋଇଥିବା ଅଭିଯୋଗ କରି କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ବାହାରିବ। ଏହା ପିଏମ୍ଜି ରାସ୍ତାରେ ବିଧାନସଭା ଆଡ଼କୁ ମୁହାଁଇବ। ଗତକାଲି ବିଜେଡି ପକ୍ଷରୁ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉଥିବା ଅଭିଯୋଗ କରି ଏକ ଶୋଭାଯାତ୍ରା ବାହାରିଥିଲା।
6. ସ୍କୁଲ୍ ପିଲାଙ୍କ ସ୍ୱାସ୍ଥ୍ୟ ଯତ୍ନ ନେବେ ସ୍ୱାସ୍ଥ୍ୟକର୍ମୀ। ଏଥିଲାଗି ପ୍ରତି ସରକାରୀ ସ୍କୁଲ୍ ହଷ୍ଟେଲରେ ଜଣେ ଜଣେ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ ହେବେ। ଏଏନ୍ଏମ୍ ବା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଏଥିଲାଗି ନିଯୁକ୍ତି ଦିଆଯିବ। ୨୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ କମିଟିରେ ଏହି ସୁପାରିସ କରାଯାଇଥିଲ, ଯାହାକୁ ସରକାର ସ୍ୱୀକାର କରିଛନ୍ତି।
7. ମଲାୟାଲାମ ସିନେମା ଅଭିନେତା ମୋହନ ଲାଲ୍ଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ସିନାମା ପ୍ରତି ତାଙ୍କ ଜୀବନବ୍ୟାପୀ ଅବଦାନ ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ସିନେମା ଜଗତରେ ଏହା ସବୁଠାରୁ ବଡ଼ ପୁରସ୍କାର ଭାବେ ଗ୍ରହଣ କରାଯାଏ। ୪୦୦ରୁ ଅଧି ସିନେମାରେ ଅଭିନୟ କରିଛନ୍ତି ମୋହନ ଲାଲ।
8. ଜାତିସଂଘ ସାଧାରଣ ପରିଷଦ ବୈଠକରେ ଭାରତ ଏବଂ ଚୀନକୁ ପୁଣିଥରେ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଦୁଇ ଦେଶ ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଅର୍ଥ ଯୋଗାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାର ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଭାରତ ଏବଂ ଚୀନ ଏକାଠି ହେବା ଆବଶ୍ୟକ ବୋଲି ଚୀନ ରାଷ୍ଟ୍ରଦୂତ ଜୁ ଫୈହଙ୍ଗ କହିଛନ୍ତି।
9. ଆସନ୍ତା ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହୋଇପାରେ। ଆସିଆନ୍ ସମ୍ମିଳନୀରେ ଯଦି ଉଭୟ ନେତା ଯୋଗ ଦିଅନ୍ତି ତେବେ ସେଠାରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସମୟ ନିର୍ଦ୍ଧାରଣ ହେବାର ସମ୍ଭାବନା ରହିଛି। ଦୁଇ ଦେଶ ଭିତରେ ଚାଲିଥିବା ଟାରିଫ ଯୁଦ୍ଧ ପରିପ୍ରେକ୍ଷୀରେ ଏହା ଗୁରୁତ୍ୱପୂର୍ଣ୍ଣ ରହିବ।
10. ନାଟୋ ଦେଶ ମାନଙ୍କ ଆକାଶ ମାର୍ଗରେ ଋଷର ଡ୍ରୋନକୁ ମାରି ତଳକୁ ଖସାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନ୍ୟୁୟର୍କରେ ଚାଲିଥିବା ଜାତିସଂଘ ବୈଠକରେ ଯୋଗ ଦେବା ଅବସରରେ ସେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଏପରି କହିଥିବା ଗଣମାଧ୍ୟମରେ କହିଛନ୍ତି।