• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Reported ByZee Odisha Desk
Published: Feb 24, 2024, 08:04 AM IST|Updated: Feb 24, 2024, 08:04 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Road Projects: ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା, ଖୁବଶୀଘ୍ର ହେବ ଆଉଟର

    Odisha Road Projects: ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା, ଖୁବଶୀଘ୍ର ହେବ ଆଉଟର

    2

    Nuakhai 2026: ସେପ୍ଟମ୍ବର ୧୫ରେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ, ଏହି ସମୟରେ ଭିତରେ ମା' ସମଲେଶ

    3

    Jantar Mantar Case:CJP ଆନ୍ଦୋଳନରେ ଆକ୍ରମଣ ଅଭିଯୋଗ, ସ୍ୱତନ୍ତ୍ର ଭାରଦ୍ୱାଜ ଗିରଫ

    4

    Operation Ashdar: ଆତଙ୍କୀ କମାଣ୍ଡର ୟାସିର ନିପାତ, ପାକିସ୍ତାନୀ ନାଗରିକ ସ୍ପଷ୍ଟ କଲା...

    5

    Hirakud Dam: ହୀରାକୁଦ ଡ୍ୟାମର ୩ଟି ସ୍ଲୁଇସ୍ ଗେଟ୍ ବନ୍ଦ, ଖୋଲା ରହିଛି....

    1.ଆଜି କାନ୍ତକବିଙ୍କ ଶ୍ରାଦ୍ଧ ଦିବସ। ଓଡ଼ିଶାର ରାଜ୍ୟ ସଂଗୀତ ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଆଜି ଶ୍ରାଦ୍ଧ ଦିବସ। ୧୯୫୩ ମସିହାର ଆଜିର ଦିନରେ ୬୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୮୮୮ ମସିହା ଡିସେମ୍ବର ୯ ତାରିଖରେ ସେ କଟକର ବାଖରାବାଦସ୍ଥିତ ଧୂଆଁଳିଆ ଗଳିରେ ଜନ୍ମଗ୍ରହଣ କରିଥିଲେ। ନିଜର ସାହିତ୍ୟ ସାଧନ ଓ ସରଳ ଜୀବନ ଶୈଳୀ ପାଇଁ ସେ ସମସ୍ତଙ୍କ ଗହଣରେ ପରିଚିତ ଥିଲେ। ରାଭେନ୍ସା କଲେଜରୁ ପାଠ ପଢ଼ୁଥିବା ଅବସ୍ଥାରେ ହିଁ ତାଙ୍କର ନାଟକ, ସଂଗୀତ ଓ କବିତା ପ୍ରତି ଅନୁରାଗ ଦେଖିବାକୁ ମିଳିଥିଲା। ୨୫ ବର୍ଷ ବୟସରେ ସେ ବ୍ୟାଧିଗ୍ରସ୍ତ ହୋଇଥିଲେ। କିନ୍ତୁ ନିଜର ସାଧନାରୁ କେବେ ହଟି ନଥିଲେ। ଫକୀରମୋହନଙ୍କୁ ଆଆଦର୍ଶ ଭାବେ ଗ୍ରହଣ କରିଥିଲେ କାନ୍ତକବି। ତାଙ୍କ ଦ୍ୱାରା ରଚିତ ଉପନ୍ୟାସ, ଗଳ୍ପ, ପ୍ରବନ୍ଧ ଓ କବିତା କାଳଜୟୀ ରହି ଆସିଛି। ବୁଢ଼ା ଶଂଖାରୀ ତାଙ୍କର ଲକ ପ୍ରସିଦ୍ଧ ଗଳ୍ପ ସଂକଳନ। ୧୯୩୩ ମସିହାରେ ଭଦ୍ରକ ହାଇସ୍କୁଲ୍‍ରେ ଆୟୋଜିତ ଏକ ଉତ୍ସବରେ ତାଙ୍କୁ କାନ୍ତକବି ଉପାଧି ପ୍ରଦାନ କରାଯାଇଥିଲା।   

    2.ମାର୍ଚ୍ଚ ୧ରୁ ବିଏସକେଓ୍ୱାଇ- ନବୀନ ବଣ୍ଟନ ହେବ। ଗ୍ରାମାଞ୍ଚଳର ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯେଗାଇବା ଲାଗି ଏହି ନୂତନ କାର୍ଡ ଆରମ୍ଭ କରାଯାଇଛି। ମାର୍ଚ୍ଚ ୫ ତାରିଖ ସୁଦ୍ଧର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ନୂତନ ବିଏସ୍କେଓ୍ୱାଇ ନବୀନ କାର୍ଡ ପ୍ରଦାନ ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିଲାଗି ୧ କୋଟି ୧୦ ଲକ୍ଷ ଲୋକ ଆବେଦନ କରିଥିବା ସୂଚନା ମିଳିଛି। ବ୍ଲକ୍‍ ସ୍ତରରେ ସ୍ୱତନ୍ତ୍ର କ୍ୟାମ୍ପ ମାଧ୍ୟମରେ ବିଏସକେଓ୍ୱାଇ-ନବୀନ କାର୍ଡ ପ୍ରଦାନ ଲାଗି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। 

    3. ମୋ ବସ୍‍ କାର୍ଡରେ ମିଳିବ ୫୦ ପ୍ରତିଶତ ଅତିରିକ୍ତ ମୂଲ୍ୟ। ଭୁବନେଶ୍ୱର ଏବଂ ରାଉରକେଲାରେ ନଗଦ ବିହିନ କାରବାରକୁ ସୁଗମ କରିବା ଲାଗି ଏହିଭଳି ଅନନ୍ୟ ସେବା ଆରମ୍ଭ କରିଛି କ୍ରୁଟ୍‍ ।ଏହିକ୍ରମରେ ମୋ’ବସ୍‍ ଯାତ୍ରା କରୁଥିବା ଯାତ୍ରୀ ୫୦ ଟଙ୍କା ଦେଇ ସ୍ମାର୍ଟ କାର୍ଡ କିଣି ସେଥିରେ ୫୦୦ ଟଙ୍କା ରିଚାର୍ଜ କଲେ ୪୦ ପ୍ରତିଶତ ଅର୍ଥାତ ୨୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଯାତ୍ରା ମୂଲ୍ୟ ପାଇବେ। ପୁଣି ଯଦି ୧୦୦୦ ଟଙ୍କା ରିଚାର୍ଜ କରୁଛନ୍ତି ତେବେ ୫୦ ପ୍ରତିଶତ ଅତିରିକ୍ତ ଯାତ୍ରା ସୁବିଧା ପାଇପାରିବେ ବୋଲି କ୍ରୁଟ୍‍ ପକ୍ଷରୁ କୁହାଯାଇଛି। ଏହାସହ କ୍ରୁଟ୍‍ ଏକ ନୂଆ ମୋ ବସ୍‍ ଆପ୍‍ ମଧ୍ୟ ଆରମ୍ଭ କରିଛି। 

    4.ମୋଦୀ ସରକାରଙ୍କ ଶାସନ କାଳରେ ନକ୍ସଲ ଉଗ୍ରବାଦ ୫୨ ପ୍ରତିଶତ କମିଛି ବୋଲି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।  ଏହାସହ ୨୦୦୪-୨୦୧୪ ଏବଂ ୨୦୧୪ରୁ ୨୦୨୩ ଏହି ଦୁଇ ଦଶକକୁ ତୁଳନା କଲେ ନକସଲ ଉଗ୍ରବାଦ ଯୋଗୁ ମୃତ୍ୟୁ ହାର ୬୯ ପ୍ରତିଶତ କମିଥିବା ସେ କହିଛନ୍ତି।  ଆବଶ୍ୟକ ମୁକାବିଲା, ଅର୍ବାନ ନକ୍ସଲ ନିୟନ୍ତ୍ରଣ ଲାଗି ସେମାନଙ୍କୁ ମିଳୁଥିବା ପାଣ୍ଠି ଉପରେ ରୋକ ଏବଂ ଆଇନ ଗତ କାର୍ଯ୍ୟାନୁଷ୍ଠାନଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।  ଏହାସହ ମୋଦୀ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଏବଂ ସ୍ୱାସ୍ଥ୍ୟ କ୍ଷାତ୍ରରେ ସୁଧାର ଏପରି ବାମପନ୍ଥୀ ହିଂସାକୁ ଜବାବ ଦେଇପାରିଥିବା କହିଛନ୍ତି ଶ୍ରୀ ଶାହ। 

    5.ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ମନ୍ଦିରରୁ ଆୟ ଉପରେ ଅଧିକ ଟିକସ ଆଦାୟ ଲାଗି ରାଜ୍ୟ କଂଗ୍ରେସ ସରକାର ପାରିତ କରିଥିବା ବିଧେୟକକୁ ଝଟକା ଲାଗିଛି। ଦୁଇଦିନ ପରେ ବିଧାନସଭାରେ ପାରିତ ହୋଇଥିବା ଏହି ବିଧେୟକକୁ ବିଧାନ ପରିଷଦ ଖାରଜ କରିଛି। ବିଜେପି ଓ ଜେଡିଏସ୍‍ ମିଳିତ ଭାବେ ଏହାର ବିରୋଧ କରି ନିଜ ଶକ୍ତର ପରିଚୟ ଦେଇଛନ୍ତି।
     
    6.ଆସାମରେ  ମୁସଲମାନ ବିବାହ ଓ ବିଚ୍ଛେଦ ଆଇନ ୧୯୩୫ ପ୍ରତ୍ୟାହୃତ ହୋଇଛି। କ୍ୟାବିନେଟ୍‍ ନିଷ୍ପତ୍ତି ଆଧାରରେ ଏହା ଘୋଷଣା କରିଛନ୍ତି ଆସାମ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ। ଏହି ଆଇନକୁ କ୍ୟାବିନେଟ୍‍ ଉପନିବେଶବାଦର କଳା ଆଇନ ଭାବେ ଉଲ୍ଲଖ କରି ଏହାକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଏହି ଆଇନ ପ୍ରତ୍ୟାହାର ହେବା ଦ୍ୱାରା ରାଜ୍ୟରେ ଏକକ ଦେଓ୍ୱାନୀ ସଂହିତା (ୟୁସିସି) ଲାଗୁ ଲାଗି ବାଟ ଉନ୍ମୁକ୍ତ ହୋଇଛି। ପୂର୍ବରୁ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ଲାଗୁ କରିଛନ୍ତି। ଏବେ ଆସାମରେ ୩୪ ପ୍ରତିଶତ ମୁସଲ୍‍ମାନ ରହିଛନ୍ତି। 

    7.ଗୃହକର୍ତ୍ତୀ ପତ୍ନୀ ତଥା ଅନ୍ୟ ରୋଜଗାରରେ ଲିପ୍ତ ନଥିବା ପ୍ତନୀଙ୍କ ନାଁରେ କିଣାଯାଇଥିବା ସମ୍ପତ୍ତି ପରିବାରର ସମ୍ପତ୍ତି ଭାବେ ଗ୍ରହଣ କରାଯିବ। ଆଲ୍ଲାହାବାଦ ହାଇକୋର୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ବିଚାର କରି କୋର୍ଟ କହିଛନ୍ତି ହିନ୍ଦୁ ପରିବାରରେ ପତ୍ନୀଙ୍କ ନାଁରେ ଘର କିଣାଯିବା ଏକ ସ୍ୱଭାବିକ ଘଟଣା। ବାପା ଚାଲିଗଲା ପରେ ଜଣେ ପୁତ୍ର ମା’ଙ୍କ ନାଁରେ କିଣାଯାଇଥିବା ଘର ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମା’ ଏହି ସମ୍ପତ୍ତିକୁ ତୃତୀୟ ପକ୍ଷକୁ ବିକ୍ରି କରିବାକୁ ଯାଉଥିବାରୁ ପୁଅ କୋର୍ଟଙ୍କ ଦ୍ୱାସ୍ଥ ହୋଇ ଏହା ଉପରେ ରୋକ୍‍ ଲାଗିଥବୁ ନିବେଦନ କରିଥିଲେ। 

    8.ଢେଙ୍କାନାଳର ଗଜମରାଠାରେ ଏକ ଉଡ଼ାଜାହାଜ ଉପକରଣ ନିର୍ମାଣ ଉଦ୍ୟୋଗ ସ୍ଥାପନ ଲାଗି କଲ୍ୟାଣୀ ଷ୍ଟିଲ୍‍ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ୱାକ୍ଷର ହୋଇଥିବା ଏହି ବୁଝାମଣାପତ୍ର ଅନୁସାରେ ଏହି କାରଖାନା ପ୍ରତିଷ୍ଠା ଲାଗି ୧୧୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ରାଜ୍ୟରେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କାରଖାନା ପକ୍ଷରୁ କୁହାଯାଇଛି। 

    9.ରାଜ୍ୟର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକରୁଥିବା ମେକାନିକ୍‍ଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।  ଫଳରେ ସେମାନେ ଏବେ ମାସିକ  ୬୫୦୦ ଟଙ୍କା ପାରିଶ୍ରମିକ ପାଇବେ। ପୂର୍ବରୁ ଏହା  ୪୦୦୦ ଟଙ୍କା ରହିଥିଲା।  ଏହି ବୃଦ୍ଧି ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁମୋଦନ ଦ୍ୱାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।

    10. ଆସନ୍ତା ୨୯ ତାରିଖ ଯାଏ ଦିଲ୍ଲୀ ସୀମାରେ ବସିବେ ଚାଷୀ। ପରବର୍ତ୍ତୀ ଆଲୋଚନା ଓ ନିଷ୍ପତ୍ତି ନହେବା ଯାଏ ଏହିଠାରେ ସେମାନେ ବିକ୍ଷୋଭ ଓ ଶୋଭାଯାତ୍ରା ପ୍ରଦର୍ଶନ କରିବେ।  ଆଜି ସନ୍ଧ୍ୟାରେ କ୍ୟାଣ୍ଡଲ୍‍ ଶୋଭାଯାତ୍ରାରେ ବାହାରିବାର ସମ୍ଭାବନା ରହିଛି। ଏହାସହ ସେମାନଙ୍କ ଦାବିକୁ ଶୁଣିବା ଲାଗି ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କୃଷକ ନେତା।

     

     

     

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News