Advertisement
Article Detail0/zeeodisha/odisha2770938
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-Odisha cm Delhi visit: ମୁଖ୍ୟମମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆଜି ନୀତି ଆୟୋଗ  ବୈଠକରେ ଯୋଗ ଦେବେ।  ଓଡି଼ଶାର ସ୍ବାର୍ଥ ସମ୍ବଳିକ ବିଭିନ୍ନ ପ୍ରସଙ୍ଗରେ  ସେ ବୌଠକରେ ଦାବି ଉପସ୍ଥାପନ କରିବେ। ୨୫ ତାରିଖରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦାନ କରିବେ।  ଏହାଛଡା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡି଼ଶା ସରକାରଙ୍କ ପ୍ରଥନ ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେବେ। 

2-India–Pakistan conflict: ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବାକୁ ବିଦେଶ ଗସ୍ତରେ ଆଉ ୪ସଂସଦୀୟ ପ୍ରତିନିଧି ଦଳ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳୀ ଆଜିଠୁ ଗସ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍ ପ୍ରଥମେ ବାହାରିନ୍ ଯାଇଛି। ପରେ କୁଏତ, ସାଉଦି ଆରବ ଓ ଆଲଜେରିଆ ଯିବ।

3-Plus Two Admission: ଆଜିଠୁ ଯୁକ୍ତ ୨ ନାମଲେଖା ଆବେଦନ । ଜୁନ୍ ୩୦ ଯାଏଁ ଅନଲାଇନ୍ ଆବେଦନ । SAMS ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। www.samsodisha.gov.in ରେ କରିବେ ଆବେଦନ। ଜୁଲାଇ ୭ରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଜୁଲାଇ ୮ରୁ ୧୪ ଯାଏଁ ହେବ ଆଡମିଶନ୍। ଏହାପରେ ଜୁଲାଇ ୨୪ ତାରିଖରୁ ହେବ ପାଠପଢ଼ା।

Add Zee News as a Preferred Source

4-Mining corruption: ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଖଣି ଦୁର୍ନୀତିର ହେବ ଭିଜିଲାନ୍ସ ତଦନ୍ତ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

5-Odisha Weather Report: ରାଜ୍ୟରେ ଜାରି ରହିଛି  କାଳବୈଶାଖି ଜନିତ ବର୍ଷା। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟରେ  କାଳବୈଶାଖି  ବର୍ଷା ହୋଇପାରେ।  ଆଜି ମୟୂରଭଞ୍ଜ, କେନ୍ଦୁଝର , ରାୟଗଡା, କୋରାପୁଟ୍  ଓ ମାଲକାନଗିରିରେ ଅଧିକ ବର୍ଷା  ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି। ଆସନ୍ତାକାଲି ଗଜପତି,ଗଞ୍ଜାମ, ରାୟଗଡା, କୋରାପୁଟ୍, ମାଲକାନଗିରି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଝାରସୁଗୁଡା ଓ ସମ୍ବଲପୁରରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବ।

6-BJD : ନେତାଙ୍କ ମୁହଁରେ ତୁଣ୍ଡି ବାନ୍ଧିବାକୁ ନବୀନଙ୍କ ପ୍ଲାନ୍ । ବିଜେଡିକୁ ନାକେଦମ କଲେଣି ଅମାନିଆ ନେତା।  ଦୀର୍ଘ ଦୁଇ ଦଶନ୍ଧି ପରେ ବିଜେଡ଼ି ଗଢିଲା ଶୃଙ୍ଖଳା କମିଟି। ବିଦ୍ରୋହୀଙ୍କୁ ସାବାଡ କରିବାକୁ ଶୃଙ୍ଖଳା କମିଟିର ନାଲି ଆଖି। 

7-Indian-Pakistan: ଭାରତ ଶୁକ୍ରବାର ଦିନ ଜୁନ୍ ୨୩ ପର୍ଯ୍ୟନ୍ତ ପାକିସ୍ତାନରୁ ସମସ୍ତ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରତିବନ୍ଧକ ପାକିସ୍ତାନୀ ବିମାନ ଏବଂ ସାମରିକ ବିମାନ ପାଇଁ ଲାଗୁ କରାଯାଇଛି। ଭାରତ ଏପ୍ରିଲ ୩୦ ତାରିଖରେ ପାକିସ୍ତାନୀ ବିମାନ ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିଦେଇଥିଲା। ଅନ୍ୟପକ୍ଷରେ,ପାକିସ୍ତାନ ମଧ୍ୟ ଶୁକ୍ରବାର ଦିନ ଜୁନ୍ ୨୪ ପର୍ଯ୍ୟନ୍ତ ଭାରତୀୟ ବିମାନ ସେବା ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିଦେଇଥିଲା। ଏପ୍ରିଲ ୨୪ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଭାରତ ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି।

8-Flight Service: ଅଳ୍ପକେ ବର୍ତ୍ତିଲା କାନିମୋଝିଙ୍କ ବିମାନ। ଆକାଶରେ ବୁଲିଲା ମସ୍କୋ ଗସ୍ତରେ ଥିବା ସର୍ବଦଳୀୟ ଟିମ୍‌ର ବିମାନ। ୟୁକ୍ରେନର ଡ୍ରୋନ୍‌ ଆଟାକ୍‌ ପାଇଁ ସାମୟିକ ବନ୍ଦ ରହିଲା ମସ୍କୋ ବିମାନବନ୍ଦର। ବିମାନବନ୍ଦର ବନ୍ଦ ଯୋଗୁଁ ଆକାଶରେ ଚକର କାଟିଲା ବିମାନ। ଦୀର୍ଘ ସମୟ ପରେ ପାଇଲଟ ବିମାନକୁ ଅବତରଣ କରାଇଲେ। ଡିଏମ୍‌କେ ସାଂସଦ କାନିମୋଝୀଙ୍କ ନେତୃତ୍ବରେ ମସ୍କୋ ଗସ୍ତରେ ରହିଛି ଟିମ୍‌। ଅପରେସନ ସିନ୍ଦୂରକୁ ନେଇ ବିଦେଶ ଗସ୍ତରେ ରହିଛି ସର୍ବଦଳୀୟ ଟିମ୍‌। 

9-Corona: ଦେଶରେ କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହା ମୁମ୍ବାଇରୁ ପ୍ରଥମେ ଆରମ୍ଭ ହୋଇଥିଲା,ବର୍ଷ ଆରମ୍ଭରୁ ହିଁ କୋରୋନା ରୋଗୀଙ୍କ ଚିହ୍ନଟ ହେବା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ମାମଲା ମେ ୨୪ ସକାଳ ୬ଟା ସୁଦ୍ଧା, ୩୧୨ ଜଣ କରୋନା ମାମଲା ପଞ୍ଜିକୃତ ହୋଇଛି। ତଥାପି, ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ଏହି ସଂଖ୍ୟା ବହୁତ କମ୍ ରହିଛି। କିନ୍ତୁ ସଂକ୍ରମଣକୁ ଏଡାଇବା ପାଇଁ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକତା ରହିଛି। କରୋନା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା  ମିଳିଛି।

10-IPL 2025: ଚଳିତ ଆଇପିଏଲ୍ର ୬୬ ତମ ଲିଗ୍ ମ୍ୟାଚରେ ଆଜି ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ ପରପ୍ପରକୁ ଭେଟିବେ।  ଶ୍ରଷ୍ଠ ୨ ମଧ୍ୟରେ ସ୍ଥାନ ବଜାୟୀ ରଖିବାକୁ ପଞ୍ଜାବର ମୂଳ ଲକ୍ଷ। ପିବିକେଏସ୍ ସବୁ ଶକ୍ତି ଖଟାଇ  ମ୍ୟାଚ୍ ଜିତିବାକୁ ଗୁରୁତ୍ବ ଦେବ।  ଦିଲ୍ଲୀ କ୍ୟାପିଟାଲ୍ ପ୍ଲେ ଅପ୍ ରେସରୁ ବାଦ ପଡିସାରିଛି। ଏହି ମ୍ୟାଚ୍ ଦଳ ଲାଗି ସେଭଳି ଗୁରୁତ୍ବ ରଖୁ ନାହିଁ। 

About the Author