)
1-Bihar Election 2025: ଆଜି ଠାରୁ ବିହାରରେ ଜମିବ ନିର୍ବାଚନ ପ୍ରଚାର । ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ। ଆଜି,ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତିପୁର ଜିଲ୍ଲାର ଭାରତ ରତ୍ନ ଜନନାୟକ କର୍ପୁରୀ ଠାକୁରଙ୍କ ପୈତୃକ ଗାଁ କର୍ପୁରୀ ଗ୍ରାମକୁ ଯାଇ ସେଠାରୁ ପ୍ରଚାର ଆରମ୍ଭ କରିବେ। ଏହା ସହ ବେଗୁସରାଇରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି।
2-Rozgar Mela:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୭ତମ ରୋଜଗାର ମେଳାରେ ୫୧,୦୦୦ ରୁ ଅଧିକ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିବେ।ସେ ଭିଡିଓ କନଫରେନ୍ସ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରିବେ। ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ ବିଭାଗ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିବେ।
3-Weather News: ପୁଣି ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ତାମାନ୍ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି।ଆଜି(ଶୁକ୍ରବାର)କୁ ଦକ୍ଷିଣ ପୂର୍ବ ଓ ପାଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି।ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ସାମ୍ଭାବ୍ୟ ଲଘୁଚାପ ୨୬ ତାରିଖ ବେଳକୁ ଅବପାତ ରୂପ ନେଇପାରେ। ଯାହାର ପ୍ରଭାବରେ, ଅକ୍ଟୋବର ଶେଷ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
4-Midday Meal Scheme: ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଶାକାହାରୀ ବା ଅଣ୍ତା ଖାଉ ନଥିବା ଛାତ୍ରଛାତ୍ରୀଙ୍କୁ ଫଳ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହା କେତେକ ସ୍ଥାନରେ ପାଳନ ହେଉ ନଥିବା ଦେଖିବାକୁ ମିଳିଛି। ଏ-ନେଇ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ପିଏମ୍ ପୋଷଣ ରାଜ୍ୟ ନୋଡାଲ୍ ଅଧିକାରୀ।
5-Khadya Suraksha Yojana: ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ଅତିରିକ୍ତ ଚାଉଳ। ଚଳିତ ମାସରେ ରାଜ୍ୟ ସରକାର ୧୦ ଲକ୍ଷ ୫୭ ହଜାର ୧୧୨.୭୦ କୁଇଣ୍ଟାଲ୍ ଚାଉଳ ପ୍ରଦାନ କରିବେ। ପରିବାର ପିଛା ୫ କେଜି ଚାଉଳ ଅତିରିକ୍ତ ମିଳିବା ନେଇ ସରକାର ନିସ୍ପତ୍ତି ନେଇଛନ୍ତି।
6-Vedanta: ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍ର ଆଲୁମିନିୟମ ପ୍ଲାଣ୍ଟ ବେଦାନ୍ତ କରିବ ବୋଲି ସୂଚନା ମିଳିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷଙ୍କ ସୂଚନା ଦେଇଛନ୍ତି। ଫଳରେ ୩୦ରୁ ୪୦ ହଜାର ଲୋକେ କାମ ପାଇବେ ବୋଲି ସେ କହିଛନ୍ତି।
7-Kali Puja Bhasani: ଆଜି କଟକରେ କାଳୀପୂଜା ଭସାଣ ଉତ୍ସବ ଅନୁଷ୍ଠିତ ହେବ। ତାପୂର୍ବରୁ ସହରର ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ଗଳି କନ୍ଦିରେ ତନ୍ନତନ୍ନ କରି କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ। କେବଳ ସେତିକି ନୁହେଁ, ଦୁର୍ଗାପୂଜା ଭସାଣୀ ବେଳେ ଯେଉଁ ଅଶାନ୍ତି ଉପୁଜିଥିଲା। ତାହାର ଯେପରି ପୁନରାବୃତ୍ତି ନ ହୁଏ। ସେନେଇ ଦରଘା ବଜାର ଥାନା ସିଟି ହସ୍ପିଟାଲ ନିକଟରେ ହେବ ସାଇଲେନ୍ସ ଜୋନ୍।
8-Artificial Rain In Delhi: ପ୍ରଦୂଷଣ ପାଇଁ ରାଜଧାନୀ ନୂଆଦିଲ୍ଲୀରେ ହେଉଛି କୃତ୍ରିମ ବର୍ଷା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ରାଜଧାନୀ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।
9- Odisha News:ସୁବର୍ଣ୍ଣପୁରରେ NAC ମାନ୍ୟତା ଦାବିରେ ୧୨ ଘଣ୍ଟିଆ ସୁବଳୟା ବନ୍ଦ ପାଳନ କରାଯାଉଛି। ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୁବଳୟା ସହରରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି।
10- Sports News:ଖୁସି ଖବର, ମହିଳା କ୍ରିକେଟ୍ ବିଶ୍ବକପ୍ ସେମିଫାଇନାଲ୍ରେ ଭାରତ । ନ୍ୟୁଜିଲ୍ୟାଣ୍ଡକୁ ହରାଇ ସେମିରେ ପହଞ୍ଚିଲା ଭାରତ। ନ୍ୟୁଜିଲ୍ୟାଣ୍ଡକୁ ୫୩ ରନ୍ ରେ ହରାଇଲା ଭାରତ। ପ୍ରତିକା ରାଓ୍ଵଲ, ଜେମିମା ରୋଡ୍ରିଗ୍ସ ଓ ସ୍ମୃତି ମନ୍ଧାନାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଏହି ମ୍ୟାଚ୍ ଜିତି ପାରିଛି।