• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Reported ByZee Odisha Desk
Published: Feb 25, 2024, 08:07 AM IST|Updated: Feb 25, 2024, 08:07 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ପୂର୍ବତନ ବିଧାୟକଙ୍କ ଜ୍ୱାଇଁ ସବ୍ୟସାଚୀ ମିଶ୍ର ଗିରଫ

    ପୂର୍ବତନ ବିଧାୟକଙ୍କ ଜ୍ୱାଇଁ ସବ୍ୟସାଚୀ ମିଶ୍ର ଗିରଫ

    2

    Top 10 News: ଆଜି ଦିଲ୍ଲୀରେ UPSC ଚୟନ କମିଟି ବୈଠକ, ବର୍ଷା ନେଇ ଆଲର୍ଟ ଜାରି ଓ ଅନ୍ୟ ଖବର

    3

    ରାପିଡୋ ବାଇକ୍ ଟ୍ୟାକ୍ସି ସହିତ ଦୁର୍ଘଟଣା! ଚିକିତ୍ସା ପାଇଁ ମହିଳା ଖର୍ଚ୍ଚ କଲେ ୨୦ ଲକ୍ଷ...

    4

    ସଂରକ୍ଷଣ ଉପରେ ବଡ କଥା କହିଲେ ମୋହନ ଭାଗବତ

    5

    Cabinet Decision: ୨୩,୭୩୧ କୋଟି ଟଙ୍କା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

    1- Three criminal laws to be effective from July 1: ଦେଶରେ ୩ ନୂଆ ଅପରାଧିକ ଆଇନ୍  ଆସନ୍ତା ଜୁଲାଇ ପହିଲାରୁ କାର୍ଯ୍ୟକାରି ହେବ। ସେହି ଆଇନ୍ ଗୁଡିକ ହେଲା,  ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ।  ଏହି ତିନୋଟି ଯାକ ଆଇନ ଗତବର୍ଷ ଡିସେମ୍ବର ୨୧ରେ ସଂସଦ ଅନୁମୋଦନ ପ୍ରଦାନ କରିଥିଲା।

    2-Mahashivratri 2024: ପାଖେଇ ଆସୁଛି ଜାଗର। ଶ୍ରୀକ୍ଷେତ୍ର ଅଧିପତି  ପ୍ରଭୁ ଲୋକନାଥଙ୍କ (Lokanatha Temple) ଜାଗର ଯାତ୍ରାର ନୀତି (jagar jatra) ଚୂଡାନ୍ତ ହୋଇସାରିଛି। ଦିନରେ ଉପବାସ ରହି ରାତିରେ ଅଖଣ୍ତ ଦୀପ ଜାଳିବାକୁ ଲକ୍ଷାଧିକ ଭକ୍ତ ସେହି ପ୍ରତିକ୍ଷିତ ମୂହୁର୍ତ୍ତକୁ ଚାହିଁ ବସି ଥାଆନ୍ତି। ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ପାଇଁ ପଙ୍କୋଦ୍ଧାର ଏକାଦଶୀ ଠାରୁ ନେଇ କୃଷ୍ଣପକ୍ଷ ଚତୁଦ୍ଧର୍ଶୀ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ରାତି ୨ଟାରୁ ୩ ଟା ମଧ୍ୟରେ ଚତୁଦ୍ଧର୍ଶୀ ଧୂପ, ବଡ ସିଂହାର ବେଶ ନୀତି ଅନୁଷ୍ଠିତ ହେବ।  ଭୋର୍ ୪ଟା ପରେ ମହାଦୀପ ଉଠିବା ନେଇ  ନୀତି ନିର୍ଘଣ୍ଟ ହୋଇଛି। 

    3-Weather Update: ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ରାଜ୍ୟରେ ମେଘୁଆ ପାଗ ସହ ପାରଦ ତଳ ମୁହାଁ ହୋଇଛି।  ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ସହ  ତିନି ଦିନ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ( light rain ) ମଧ୍ୟମ ଧରଣର ବର୍ଷା  ନେଇ ଆଂଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ସୂଚନା ଦେଇଛି।  ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ ବାୟୁ ମଣ୍ତଳରେ ପ୍ରବେଶ କରୁଛି।  ତେଣୁ ୪ ଦିନ ରାଜ୍ୟରେ  ପାଗ ମେଘୁଆ (Cloudy) ରହିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

    4-PM Modi West Bengal Visit: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳ  ରଣନୀତି ପ୍ରସ୍ତୁତ  କରିବା ଆରମ୍ଭ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆସନ୍ତା ମାର୍ଚ୍ଚ ୬ ତାରିଖରେ ବାଂଲାକୁ ଆସୁଛନ୍ତି। ସନ୍ଦେଶଖାଲିରେ ଉତ୍ତେଜନାକୁ ନେଇ ଉତ୍ତର ୨୪ ପ୍ରାଗଣାରେ ବାରସାତରେ  ପ୍ରଧାନମନ୍ତ୍ରୀଙ୍କ ଏକ ସଭା କରିବାର କାର୍ଯ୍ୟକ୍ରମ ରହିଛି। 

    5-Lok Sabha Election 2024: ଆସନ୍ତା ମାସରେ ନିର୍ବାଚନ ଆୟୋଗ ଦ୍ୱାରା ଲୋକସଭା ନିର୍ବାଚନ ପାଇଁ ତାରୀଖ ଘୋଷଣା ହୋଇପାରେ। ଏହା ପୂର୍ବରୁ ବିଜେପି (Bharatiya Janata Party) ୧୦୦ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିପାରିବ। ସୂଚନାନୁସାରେ ଦଳର ଉଭୟ ଶକ୍ତିଶାଳୀ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଏବଂ ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଏହି ତାଲିକାରେ ସାମିଲ ହେବେ ବୋଲି ଆଶା କରାଯାଉଛି। 

    6-Rajesh Pravakar Patil appointed as New BMC Commissioner: ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର। ରାଜେଶ୍ ପ୍ରଭାକର ପାଟିଲ୍  ହେଲେ ବିଏମସିର କମିଶନର । ପୂର୍ବରୁ ବିଏମସିର କମିଶନର ଥିଲେ ବିଜୟ ଅମୃତା କୁଲାଙ୍ଗେ । ୨୦୦୫ ବ୍ୟାଚ୍‌ର ଆଇଏଏସ୍ ଅଫିସର ହେଉଛନ୍ତି ରାଜେଶ ପ୍ରଭାକର ପାଟିଲ। 

    7- State Government announces to create 34 new NAC: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ  ଏବଂ  ଚାରିଟି  ଜିଲାର  ପାଞ୍ଚ ଟି  ଏନଏସି  କୁ  ମୁନିସିପାଲିଟି କୁ  ଉନ୍ନୀତ  କରାଯିବା ବିଷୟ  ଘୋଷଣା କରିଛନ୍ତି।  ମୁଖ୍ୟମନ୍ତ୍ରୀ ଙ୍କ  ଘୋଷଣା  ଅନୁଯାୟୀ ବୌଦ୍ଧ  ଜିଲ୍ଲାର  ବୌଦ୍ଧଗଡ଼  ମୟୁରଭଞ୍ଜ ର  କରଞ୍ଜିଆ  ବଲାଙ୍ଗିର ର  କଣ୍ଟାବାଞ୍ଝି  ଓ  ଗଞ୍ଜାମ  ଜିଲ୍ଲାର  ଛତ୍ରପୁର ଓ  ଆସ୍କା  ଏନଏସି  କୁ  ମୁନିସିପାଲିଟି କୁ  ଉନ୍ନିତ  କରାଯାଇଛି  । 5T ଅଧ୍ୟକ୍ଷଙ୍କ  ଶ୍ରୀ  କାର୍ତ୍ତିକ  ପାଣ୍ଡିଆନ୍  ଙ୍କ  ବିଭିନ୍ନ ଜିଲ୍ଲା  ଗସ୍ତ  ଅବସରରେ  ଜନସାଧାରଣ ଙ୍କ   ପ୍ରସ୍ତାବ ଏବଂ  ବିକାଶ ର  ଆବଶ୍ୟକତା  କୁ  ଦୃଷ୍ଟିରେ  ରଖି  ମୁଖ୍ୟମନ୍ତ୍ରୀ  ଏହି  ନିଷ୍ପତ୍ତି  ନେଇଛନ୍ତି। 

    8-President Murmu odisha Visit: ପୁଣି ଓଡି଼ଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଭିଟାମାଟିରେ ଏହା ତାଙ୍କର ତୃତୀୟ ଗସ୍ତ ହେବ। ଫେବୃଆରୀ ୨୮ରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ କୀଚକେଶ୍ବରୀ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। 

    9-Yashasvi Jaiswal 600 Runs Against England: ଇଂଲଣ୍ଡ ସହ ଖେଳାଯାଉଥିବା ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ (Yashasvi Jaiswal) ବହୁତ ଭଲ ଫର୍ମରେ ଅଛନ୍ତି। ଏହି ସିରିଜରେ ଏପର୍ଯ୍ୟନ୍ତ ଜୈସୱାଲ ୨ଟି ଦ୍ୱି-ଶତକ ଶତକ ହାସଲ କରିଛନ୍ତି। ଯାହା ପରେ ବର୍ତ୍ତମାନ ଯଶସ୍ୱୀ ଜୈସୱାଲ ଟେଷ୍ଟ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଜୈସୱାଲ ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ (Don Bradman) ସ୍ୱତନ୍ତ୍ର କ୍ଲବରେ ଯୋଗ ଦେଇଛନ୍ତି।

    10-FIH Pro League: ବିର୍ଷା ମୁଣ୍ତା ଷ୍ଟାଡିୟମରେ ଚାଲିଥିବା ପୁରୁଷ ଏଫଆଇଏଚ୍ ପ୍ରୋଲିଗରେ ଭାରତ କ୍ରମାଗତ ଦ୍ବିତୀୟ ପରାଜୟ ଭୋଗିଛି।  ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ୨-୨ଗୋଲରେ ଅମୀମାଂସିତ ରଖିଥିଲେ ମଧ୍ୟ ୦-୩ରେ ସୁଟ୍ ଆଉଟ୍ ହୋଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଚଳିତ ପ୍ରୋ-ଲିଗରେ ଅପରାଜୟ ରହିଛି । 

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News