)
1-ଆଜି ନବରାତ୍ରୀର ଚତୁର୍ଥ ଦିନ। ଆଜିକା ଦିନରେ ମାଆ କୁସ୍ମାଣ୍ତାଙ୍କୁ ପୂଜା କରାଯାଏ। ତେବେ ମାଆ କୁସ୍ମାଣ୍ତାଙ୍କୁ ପୂଜା କରିବା ଦ୍ବାରା ସମସ୍ତ ଦୁଃଖ ଓ ଦାରିଦ୍ରତା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। କୁସ୍ମାଣ୍ତା ଏକ ସଂସ୍କୃତ ଶଦ୍ଧ। ଯାହାର ଅର୍ଥ କଖାରୁ ବଳୀ। ତେବେ, ଏହି ଦେବୀଙ୍କର ଆଠଟି ବାହୁ ରହିବା ସହିତ ସିଂହ ତାଙ୍କ ବାହନ।
2-ବୁଧବାର ଶେଷ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ନିର୍ଦ୍ଧାରିତ ୭ ଦିନ ବି ଏହି ଅଧିବେଶନ ଚାଲି ପାରି ନାହିଁ। ପାଞ୍ଚ ଦିନ ନିରନ୍ତର ଭାବେ ହୋ ହଲ୍ଲା, ବିରୋଧୀଙ୍କ ଅସହଯୋଗ, ପ୍ଲାକାର୍ଡ ପ୍ରଦର୍ଶନ ପରେ ବାଚସ୍ପତି ଷଷ୍ଠ ଦିନରେ ବିଧାନସଭାର ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।
3-ଆସନ୍ତାବର୍ଷ ଫେବୃଆରୀ ୧୭ରୁ ସିବିଏସଇର ଦଶମ ଓ ଦ୍ବାଦଶ ବୋର୍ଡ଼ ପରୀକ୍ଷା ହେବ। ଏନେଇ ବୁଧବାର ସିବିଏସଇ ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଫେବ୍ରୃଆରୀ ୧୫ରୁ ଆରମ୍ଭ ହୋଇ ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ। ଦଶମ ପରୀକ୍ଷା ଦୁଇଥର ହେବ।
4-ରାଜ୍ୟରେ ଆଗାମୀ ୪ ଦିନ ପ୍ରବଳ ବର୍ଷିବ। ଉତ୍ତର ପଶ୍ଚିମ -ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ଉତ୍ତରର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି। ଆଗାମୀ ୨୪ ଘଣ୍ଟାରେ ଦୁର୍ବଳ ହେବ। ଏହାସହ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧିରେ ଧିରେ ପଶ୍ଚିମ ଆଡ଼କୁ ଗତି କରିବ। ପ୍ରଭାବରେ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।
5-କେନ୍ଦ୍ର ସରକାର ଚିପ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଅନୀଲ୍ ଚୌହାନ୍ ଙ୍କ କାର୍ଯ୍ୟକାଳ ବଢାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଂଜୁରୀ ଦେଇଛନ୍ତି। ଏବେ ସେ ୨୦୨୬ ମେ ୩୦ ପର୍ଯ୍ୟନ୍ତ ବା ପରବର୍ତ୍ତୀ ଆଦେଶ ଯାଏଁ ସିଡିଏସ୍ ଏବଂ ସୈନ୍ୟ ମାମଲା ସମ୍ପର୍କିତ ବିଭାଗ ର ସଚିବ ପଦରେ ରହିବେ।
6-ଓଡ଼ିଶାରୁ ଗୁଜୁରାଟ୍ କୁ ଗଡିବ ଅମୃତ ଭାରତ ଏକ୍ସପ୍ରେସ୍ । ବ୍ରହ୍ମପୁର ଓ ସୁରାଟ୍ ମଧ୍ୟରେ ଏହା ଯାତାୟତ କରିବ ବୋଲି ଭାରତୀୟ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି। ୨୭ ତାରିଖ ଦିନ ମୋଦୀ ଏହି ଟ୍ରେନ୍ କୁ ଭିଡିଓ କନଫରେସିଂରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଶୁଭାରମ୍ଭ କରିବେ।
7-ନିର୍ବାଚନ କମିଶନ ବୁଧବାର ଜମ୍ମୁ-କାଶ୍ମୀରର୪ ଏ ପଞ୍ଜାବର ଗୋଟିଏ ରାଜ୍ୟସଭା ଆସନ ଲାଗି ନିର୍ବାଚନ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଆସନ ଗୁ଼ଡିକରେ ୨୪ ରେ ଭୋଟିଂ ହେବ। ଏଥିଲାଗି ଅକ୍ଟୋବର ୬ରେ ବିଜ୍ଞପ୍ତି ପ୍ରକାଶ ହେବ।
8- ଆଜି ସାରା ଦେଶରେ ଅନ୍ତ୍ୟୋଦୟ ଦିବସ ପାଳନ କରାଯାଉଛି। ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନକୁ ଅନ୍ତ୍ୟୋଦୟ ଦିବସ ଭାବରେ ପାଳନ କରାଯାଉଛି। ଅନ୍ତ୍ୟୋଦୟ ଦିବସ ପ୍ରଥମେ ୨୦୧୪ ମସିହାରେ ପାଳନ କରାଯାଇଥିଲା। ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନକୁ ଅନ୍ତ୍ୟୋଦୟ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ସର୍ବଦା ଅବହେଳିତଙ୍କ ଉନ୍ନତି ପାଇଁ ସମର୍ଥନ କରୁଥିଲେ।
9- ଦିଲ୍ଲୀର ଶ୍ରୀ ସାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ତିଆନ ମ୍ୟାନେଜମେଣ୍ଟର ପୂର୍ବତନ ମୁଖ୍ୟ ତଥା ସାଉଥଦିଲ୍ଲୀର ବସନ୍ତକୁଂଜରେ ଥିବା ଏକ ପ୍ରମୁଖ ଆଶ୍ରମର ପ୍ରମୁଖ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ୧୭ ଜଣ ଛାତ୍ରୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ଲୁକଆଉଟ୍ ସର୍କୁଲାର ଜାରି କରିଛି।
10-ଦୁବାଇ ଷ୍ଟାଡିୟମରେ ବୁଧବାର ଦିନ, ଭାରତୀୟ କ୍ରିକେଟ୍ ଦଳ ଏକ ଜବରଦସ୍ତ ସୁପର ଫୋର୍ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରି ୨୦୨୫ ଟି-୨୦ ଏସିଆ କପ୍ ଫାଇନାଲରେ ସ୍ଥାନ ପକ୍କା କରିଛି। ଭାରତ ପାଇଁ ଅଭିଷେକ ଶର୍ମା ଏବଂ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ।