HL1-Odisha Matric result 2024: ଆଜି  ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ।  କଟକ ବଜ୍ରକବାଟି ରୋଡ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ ପରେ  ଦିନ ୧୧ଟା ୩୦ ରେ ବୋର୍ଡ଼ ଓ୍ବେବସାଇଟ୍ www.bseodisha.ac.in ରୁ ପରୀକ୍ଷାର୍ଥୀମାନେ  ଅନଲାଇନରେ ଫଳ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

HL2-plus two result 2024:ସେହିପରି ଅପରାହ୍ନ ୩ଟାରେ ଏକାସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଧାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.orissaresult.nic.inରେ ପରୀକ୍ଷା ରୋଲ୍ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ।  ଏଥିଲାଗି ଶିକ୍ଷାର୍ଥୀମାନେ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଇ-ସ୍ପେସ୍  ଏବଂ ଡିଜିଲକରରୁ ନିଜର ରେଜଲ୍ଟ  ଓ ମାର୍କସିଟ୍ କପି କରିପାରିବେ। ସୂଚନା ଯୋଗ୍ୟ ଚଳିତ ବର୍ଷ ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ। ଏଥିରୁ ୩ ଲକ୍ଷ ୮୨ ହଜାର ୬୦୦ ପିଲା ପରୀକ୍ଷା ଦେଇଛନ୍ତି। 


HL3-Weather Update: ବାତ୍ୟା ରେମାଲ୍ କୁ ନେଇ ଆସିଛି ବଡ଼଼ ଅପଡେଟ୍ ।  ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ରେମାଲ୍' । ଉତ୍ତର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  କେନ୍ଦ୍ରୀଭୂତ ଅବପାତ  ଶନିବାର ସଂନ୍ଧ୍ୟାରେ ବାତ୍ୟା ରୂପ ନେଇଛି।  ଏହା ଉତ୍ତର ଦିଗରେ ଅଗ୍ରସର  ହୋଇ ଆଜି ସକାଳୁ ଭୀଷଣ ବାତ୍ୟା ରୂପ ନେବ। ଆଜି (ରବିବାର) ମଧ୍ୟ ରାତ୍ରୀରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ  ସାଗର ଦ୍ବୀପ ଓ ଖେପୁପରା ମଝିରେ ଏହା ଲ୍ୟାଣ୍ତଫଲ୍ କରିବ ବୋଲି ଆଇଏମଡି଼ ପୂର୍ବାନୁମାନ କରିଛି।


HL4-Rajkot TRP Game Zone Fire: ଗୁଜୁରାଟର ରାଜକୋଟର ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଶନିବାର ଦିନ (ମେ ୨୫) ରେ ଘଟିଛି ଓ ରାଜକୋଟ ପୋଲିସ କମିଶନର କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ କ’ଣ ତାହା ଆମେ ତଦନ୍ତ କରୁଛୁ। ଏହା ସହିତ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ଏକ ବାର୍ତ୍ତା ଜାରି କରାଯାଇଛି ବୋଲି ସେ କହିଛନ୍ତି।


HL5- Naxalites surrender: ମାଓ ସଂଗଠନକୁ  ପୁଣି ଶକ୍ତ ଝଟକା ଲାଗିଛି। ସୀମାନ୍ତ ଛତିଶଗଡ ବିଜେପୁର ଜିଲ୍ଲା ପୋଲିସ୍ ନିକଟରେ ୩୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ସମସ୍ତ ନକ୍ସଲ  ବିଜାପୁର ଜିଲ୍ଲା ଗାଙ୍ଗୁଲୁର ଏରିୟା କମିଚିର ସଦସ୍ୟ ବୋଲି ଜଣାପଡିଛି।


HL6-Naxalites: ସୁରକ୍ଷାକର୍ମୀଙ୍କ  ଏନକାଉଣ୍ଟରକୁ ବିରୋଧ କପି ପଡୋଶୀ ଛତିଶଗଡରେ ବନ୍ଧ ଡାକରା ଦେଇଛନ୍ତି ମାଓବାଦୀ । ଆଜି ବନ୍ଦ ପାଳନ କରିବାକୁ  ସମର୍ଥନ କରି ସାମିଲ୍ ହେବାକୁ ଆହ୍ବାନ ଦେଇଛନ୍ତି।  ଏଥିପାଇଁ ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି।


HL7-Puri News:ମହାପ୍ରଭୁ ଜଗନ୍ନାଥଙ୍କର ୧୨ ମାସରେ ୧୩ ପର୍ବ। ଏ ଅବସରରେ ଗତକାଲି ବାହାର ଚନ୍ଦନ ଯାତ୍ରାର ଷୋଡଶ ଦିବସରେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏଥିରେ ମହାପ୍ରଭୁଙ୍କ ବିଶେଷ ନୀତି ହୋଇଥିଲା।


HL8- EC: ଭୋଟ୍ ସଂଖ୍ୟାରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ଭାରତର ନିର୍ବାଚନ ଆୟୋଗ ଶନିବାର ଦିନ କହିଛନ୍ତି ଯେ ପ୍ରଥମ ରାଉଣ୍ଡର ମାତ୍ର ଏକ ମାସ ପରେ ଚାଲିଥିବା ସାଧାରଣ ନିର୍ବାଚନର ପ୍ରଥମ ପାଞ୍ଚଟି ପର୍ଯ୍ୟାୟରେ ଭୋଟ୍ ଦିଆଯାଇଥିବା ସଂପୂର୍ଣ୍ଣ ସଂଖ୍ୟାର ନିର୍ବାଚନମଣ୍ଡଳୀ ଅନୁଯାୟୀ ସବିଶେଷ ତଥ୍ୟ ପ୍ରକାଶ କରିଛି। ଆୟୋଗ କହିଛନ୍ତି ଯେ , ମତଦାନ ହୋଇଥିବା ଭୋଟ୍ ସଂଗ୍ରହ ତଥା ସଂରକ୍ଷଣ ପ୍ରକ୍ରିୟା କଠୋର, ସ୍ୱଚ୍ଛ ଏବଂ ଅଂଶଗ୍ରହଣକାରୀ ଏବଂ ଏହାର ଅଧିକାରୀମାନେ ବିଧାନସଭା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୋଟରଙ୍କ ତଥ୍ୟକୁ ଯଥା ସମ୍ଭବ ବିସ୍ତାର କରୁଛନ୍ତି।


HL9-CEO Odisha: ଶନିବାର ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ। ମତଦାନ ଶେଷରେ (ପୋଷ୍ଟାଲ ବାଲାଟକୁ ବାଦ ଦେଇ) ଓଡିଶା ତୃତୀୟ ପର୍ଯାୟ ସାଧାରଣ ନିର୍ବାଚନ ପାଇଁ ଆନୁମାନିକ ମତଦାନ ହାର ପ୍ରାୟ 71% ରହିଛି । ଫର୍ମ -17 C ରେ ରେକର୍ଡ ହୋଇଥିବା ବୁଥ୍ ଅନୁଯାୟୀ ଭୋଟ୍ ସଂଖ୍ୟା ରେକର୍ଡ ହେବା ପରେ ଚୂଡ଼ାନ୍ତ ମତଦାନ ହାର ନିଶ୍ଚିତ ହେବ ଏବଂ ଏହା ଏକ ନିରନ୍ତର ପ୍ରକ୍ରିୟା 


HL10-IPL Final Match:  ଆଜି ଆଇପିଏଲର ଫାଇନାଲ୍ ମ୍ୟାଚ୍। ଏହି ମ୍ୟାଚରେ  କେକେଆର୍ କୁ ଭେଟିବ  ସନରାଇଜର୍ସ ହାଇଦ୍ରାବାଦ୍। ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ ବୋଲି ସୂଚନା ମିଳିଛି।