1. ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ଧାର୍ମିକ ଓ ଭାବାବେଗ ସହ ଜଡ଼ିତ ଶବ୍ଦକୁ ପ୍ୟାଟେଣ୍ଟ କରାଯିବ। ଏନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଶ୍ରୀମନ୍ଦିର ଚାରିକଡ଼ରେ ବଢ଼ୁଥିବା ସୁ ଉଚ୍ଚ ଅଟତ୍ଟାଳିକା ନିର୍ମାଣ ନେଇ ପୁରୀରେ ନୂଆ ଆଇନ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ ଶ୍ରୀମନ୍ଦିର ପ୍ରଶାସନ। ଏନେଇ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଦୀଘାରେ ଜଚଗନ୍ନାଥ ଧାମ ନାମକରଣ ଏବଂ ଇସ୍କନର ଅଦିନିଆ ରଥଯାତ୍ରାକୁ କ୍ଷାନ୍ତ କରିବା ଲାଗି ପ୍ରଶାସନ ପକ୍ଷରୁ ଏହି ଆଇନଗତ ପଦକ୍ଷେପ ନେବାକୁ ଚିନ୍ତା କରାଯାଇଛି।
2. ଆଜି ଲଘୁଚାପ ସୃଷ୍ଟି ହେବ। ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇ ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷିବ। ଏହାସହ ୨୯ରୁ ଜୁନ୍ ୧ ଯାଏ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି। ଏହି କାରଣରୁ ସମୁଦ୍ର ଅଶାନ୍ତ ରହିବ। ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନେଇ ବାରଣ କରାଯାଇଛି।
3. ବଢ଼ୁଛି କୋଭିଡ୍: ଦେଶରେ ବଢ଼ିବାରେ ଲାଗିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା। ଦେଶର କୋଗିଡ୍ ଡ୍ୟାଶ୍ବୋର୍ଡ ଅନୁସାରେ ଏହା ୧ ହଜାର ଟପିଛି। କେରଳରେ ସର୍ବାଧିକ ୪୩୦ ମାମଲା ଚିହ୍ନଟ କରାଯାଇଛି। ୧୯ତାରିଖରୁ ୨୬୬ ତାରିଖ ଭିତରେ ଏହି ସଂଖ୍ୟା ୩୩୫ ହୋଇଥିବା ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସଂଗ୍ରମଣ ଗୁରୁତ୍ର ନଥିବାରୁ ଚିନ୍ତାର କୌଣସି କାରଣ ନାହିଁ ବୋଲି ଆଇସିଏମ୍ଆର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ କହିଛନ୍ତି।
4. ପୁରୀରୁ ଆରମ୍ଭ ହେବ ବିକଶିତ କୃଷି ସଂକଳ୍ପ ଅଭିଯାନ। କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ସର୍ବଭାରତୀୟ ଅଭିଯାନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଆସନ୍ତା ୨୯ ତାରିଖରେ ଏହି ଅଭିଯାନକୁ ସେ ଭର୍ଚ୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ ପାଇଁ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
5. ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ନିର୍ମାଣାଧୀନ ଆଡ଼େଣୀଗଡ଼ ଟନେଲ୍ ଭୁଶୁଡ଼ି ପଡ଼ିଛି। ପ୍ରାୟ ୩୦ ମିଟର ଗର୍ତ୍ତ ସୃଷ୍ଟି ହେବାରୁ ନିର୍ମାଣ କାର୍ଯ୍ୟ ବାଧା ପାଇଛି। ତେବେ ଏହିସମୟରେ କୌଣସି ଶ୍ରମିକ ଉପସ୍ଥିତ ନଥିଲେ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।
6. ଜୁନ୍ ୧୯ରେ ହେବ ରାଜ୍ୟସଭା ନିର୍ବାଚନ। ଏଥିରେ ୮ଟି ଆସନ ଲାଗି ନିର୍ବାଚନ ହେବ। ଆସାମ ଓ ତାମିଲନାଡ଼ୁର ଏହି ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ୨ ମାସ ଭିତରେ ଶେଷ ହେବାକୁ ଯାଉଥିବାରୁ ନିର୍ବାଚନ କମିଶନ ଏହି ଆସନଗୁଡ଼ିକୁ ପୂରଣ କରିବା ଲାଗି ଭୋଟ୍ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
7. ଚଳିତ ବର୍ଷ ମହାରାଷ୍ଟ୍ରକୁ ଶୀଘ୍ର ମୌସୁମୀ ଛୁଇଁଛି। ଏହାର ପ୍ରଭାବରେ ମେ ମାସରେ ରେକର୍ଡ ଭଙ୍ଗ ବର୍ଷା ହୋଇଛି। ପ୍ରାୟ ୨୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତକାଲିର ପ୍ରବଳ ବର୍ଷା ୧୦୦ ବର୍ଷର ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।
8. ଜୁନ୍ ମାସରେ ମୌସୁମୀର ଅଗ୍ରଗତି ବେଗ କମିପାରେ। ଏହାର ପ୍ରଭାବରେ ବର୍ଷାବି କମିପାରେ ବୋଲି ଆକଳନ କରିଛି ଭାରତ ପାଣିପାଗ ବିଭାଗ। ଯଦିଓ କେରଳରେ ୫ ଦିନ ପୂର୍ବରୁ ମୌସୁମୀ ସ୍ପର୍ଶ କରିଛି ଏବଂ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳକୁ ଛୁଇଁଛି କିନ୍ତୁ ଜୁନ୍ ୨ ପରେ ମୌମୁମୀ ଧୀରେ ଗତି କରିବ ବୋଲି କୁହାଯାଇଛି। ଅର୍ଥାତ୍ ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିପାରେ।
9. ବଂଲାଦେଶର ସଚିବାଳୟରେ ପ୍ରବେଶ ରଦ୍ଦ କରାଯାଇଛି। ଭିନ୍ନ ଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଜନତା ତଥା ଅନ୍ୟ ଅଧିକାରୀଙ୍କ ପ୍ରବେଶକୁ ବାରଣ କରାଯାଇଥିବା ଏହାର ଜନସମ୍ପର୍କ ମନ୍ତ୍ରୀ କହିଛନ୍ତି। ହଠାତ୍ କୌଣସି କାରଣ ନ ଦର୍ଶାଇ ଏପରି ବାତିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ଦେଶରେ ବର୍ତ୍ତମାନ ନିର୍ବାଚନ କରିବା ଲାଗି ସମସ୍ତ ପାର୍ଟି ଓ ସେନା ମୁଖ୍ୟ ପରାମର୍ଶଦାତାଙ୍କ ଉପର ଚାପ ପକାଇଛନ୍ତି।
10. ଅପରରେସନ୍ ସିନ୍ଦୂରରେ ଭାରତୀୟ ସେନା ପ୍ରଥମଥର ପାଇଁ ରେଡ୍ ଟିମିଂ କରିଥିଲା। ଯୁଦ୍ଧ ଏବଂ ପ୍ରତିଦ୍ୱନ୍ଦ୍ୱୀର ମାନସିକତାକୁ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେବା ଲାଗି କିଛି ଯୁଦ୍ଧ ବିଶେଷଜ୍ଞଙ୍କ କମିଟିକୁ ରେଡ୍ ଟିମିଂ କୁହାଯାଇଥାଏ। ସୀମାପାର ଯୁଦ୍ଧକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ଉଦ୍ଦିଷ୍ଟ ଥିବା ଜଣାପଡ଼ିଛି।
Add Zee News as a Preferred Source