Advertisement
Article Detail0/zeeodisha/odisha2776105
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
1. ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରି ପରିଷଦର ବୈଠକ ନିର୍ଦ୍ଧାରଣ କରାଯାଇଛି। ବର୍ଷ ପୂର୍ତ୍ତି ହେବାକୁ ଆଉ ଅଳ୍ପଦିନ ଥିବାରୁ ଏହି ବୈଠକର ଗୁରୁତ୍ୱ ବଢ଼ିଛି। ପୁଣି ଏହି ବୈଠକରେ ସଚିବ ନୁହେଁ ମନ୍ତ୍ରୀମାନଙ୍କୁ ପ୍ରସ୍ତାବ ଆଣିବା ସହ ସେ ବାବଦରେବ ବ୍ୟାଖ୍ୟା କରିବାକୁ ସୁଯୋଗ ମିଳିବ। ପୂର୍ବରୁ ସଚିବମାନେ ଏହି ଦାୟିତ୍ୱ ନିର୍ବାହ କରୁଥିବା ଅଭିଯୋଗ ହୁଏ। ଆଜି ଅପରାହ୍ଣ ୫ଟାରେ ଏହି ବୈଠକ ହେବ। 
 
2. ବିଜେପି ନେତୃତ୍ୱଧୀନ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତିକୁ ଜୋରଦାର ପାଳନ କରିବାଲାଗି ସରକାରୀ କଳ ତତ୍ପର ହୋଇଛି। ଏଥିଲାଗି ଜନତା ମୈଦାନରେ ଏହିଦିନ ଏକ ବୈଠକ ଅନୁଷ୍ଠିତ ହେବ ସେଠାରେ ୩୬୫ ପ୍ରକଳ୍ପକୁ ଉଦ୍‍ଘାଟନ କରାଯିବା ସହ ୩୬୫ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ସବୁ ବର୍ଗଙ୍କ ଲାଗି ଏଠାରେ ଯୋଜନା ଘୋଷଣା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। 
 
3. ଆଜିଠାରୁ ଯୁକ୍ତ ଦୁଇ ଇନ୍‍ଷ୍ଟାଣ୍ଟ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ। ଜୁନ୍‍ ୨ ତାରିଖ ଯାଏ ଏହା ଚାଲିବ। ସିଏଚ୍‍ଏସ୍‍ଇ ଦ୍ୱାରା ପରିଚାଳିତ ୨୦୨୪-୨୫ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପାଇଁ ପୁଣିଥରେ ପରୀକ୍ଷା ଦେବାର ଏହା ଆଉ ଏକ ସୁଯୋଗ ହେବ। 
 
 
4. ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମ କୋର୍ଟ।  ଆଜି ସୁପ୍ରିମକୋର୍ଟଙ୍କ କଲିଜିୟମ୍‍ ନିଷ୍ପତ୍ତିକ୍ରମେ ମାନସ ରଞ୍ଜନ ପାଠକଙ୍କୁ ଗୌହାଟି କୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ଏହାଙ୍କ ସହ ୨୧ଜଣ ଜଜ୍‍ଙ୍କ ବଦଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମେକାର୍ଟ। ମାନସଙ୍କ ନିଯୁକ୍ତି ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ ହେବ। 
 
5. ପୁରୀ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପ୍ରବେଶନେଇ ଆଜି ସନ୍ଧ୍ୟାରେ ବାରଣ ରହିବ। ସନ୍ଧ୍ୟା ୭ଟାରୁ ରାତି ୧୧ଟା ଯାଏ ଶ୍ରୀଜିଉଙ୍କ ଗୁପ୍ତ ନୀତି ପାଳନ କରାଯିବ। ଏହିକ୍ରମରେ ବିଗ୍ରହମାନଙ୍କ ବନକଲାଗି ସ୍ଥିର ହୋଇଥିବାରୁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। 
 
 
6. ଆଜିର ଦିନଟିକୁ ବିଶ୍ୱରେ ଋତୁଶ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ମହିଳାମାାନଙ୍କ କ୍ଷେତ୍ରରେ ଏହି ସମୟରେ ସ୍ୱଚ୍ଛତା ରକ୍ଷା ଓ ବୈଜ୍ଞାନିକ ଢାଞ୍ଚା ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏହାସହ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରଜନନ ସ୍ୱସ୍ଥ୍ୟ ସମ୍ପର୍କରେ ସ୍ୱଚ୍ଛତା ସଚେତନତା ଲାଗି ଏହି ଦିନଟିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଏ। 
7. ମେ’ ୨୮, ୧୯୬୫ରେ ଭାରତର କୋଇଲା ଖନନ ଇତିହାସରେ ଏକ କଳା ଦିବସ ଭାବେ ଗ୍ରହଣ କରାଯାଏ। ଏହିଦିନ ଧାନବାଦଠାରୁ ଅଳ୍ପ ଦୂରରେ ତତ୍‍କାଳୀନ ବିହାରର ହଜାରୀବାଗ ଜିଲ୍ଲାରେ ଥିବା ଧୋରି କୋଲିଆରିଠାରେ ଏକ ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ସାଢ଼େ୧ଟାରେ ଘଟିଥିବା ବିସ୍ଫୋରଣରେ କୋଇଲା ଖଣିରେ ହଠାତ୍‍ ନିଆଁ ଲାଗ ଯାଇଥିଲା। ଚାହୁଁ ଚାହୁଁ ସମଗ୍ର କୋଇଲା ଖଣି ଜଳିଲା ଆଉ ଏଥିରେ ୨୬୮ ଜଣ ଖନନକାରୀଙ୍କ ଜୀବନ ଯାଇଥିଲା। 
 
8. ଦେଶରେ ବଢ଼ୁଥିବା କୋଭିଡ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଆଜି ଦେଶର ପ୍ରତି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ। ଏଥିପାଇଁ ସତର୍କ ରହିବା ଆବଶ୍ୟକ ବ୍ୟବସ୍ଥା ଉପଲବ୍ଧ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଏବେ ଦେଶରେ ୧୦୦୦ରୁ ଅଧିକ ସକ୍ରି୍ର କରୋନା ସଂକ୍ରମିତ ରହିଛନ୍ତି। ସେମାନଙ୍କ ଭିତରୁ ସର୍ବାଧିକ କେରଳରେ ରହିଥିବା ସୂଚନା ମିଳିଛି। ଓଡ଼ିଶାରେ ଜଣେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 
 
9. ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଲାଗି ରହିଛି। ୩୧ ଯାଏ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ସ୍ୱତନ୍ତ୍ର ରିଲିଫ୍‍ କମିଶନଙ୍କ ପକ୍ଷରୁ ସତର୍କ ରହିବାକୁ ନୋଟିସ ଜାରି କରାଯାଇଛି। 
 
 
10. ଆସନ୍ତା ତିନି ଦିନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏବର୍ଷ ଅଧିକ ବର୍ଷା ହେବ ବୋଲି ଆଇଏମ୍‍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
Add Zee News as a Preferred Source
About the Author