ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
)
1-ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍। ସରକାରଙ୍କୁ ଘେରିବାକୁ ବିଜେଡିର ରଣନୀତି। ବିପର୍ଯସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, ବଜେଟ ଅର୍ଥ ଖର୍ଚ୍ଚ ନହେବା, ସୁଭ୍ରଦା ଯୋଜନାରେ ମୋହନ ସରକାର ଓଡ଼ିଶାର ମହିଳାମାନଙ୍କୁ ପ୍ରତାରଣା ଦେଇଥିବା କଥା ଉଠାଇବା ସହ ମହିଳାଙ୍କ ଅସୁରକ୍ଷିତ ଓ SC,St,OBC ପାଇଁ ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି ।
2-ପୁଣି ତାତି ଫେରିଲା, ରାଜ୍ୟରେ ବଢ଼ିଲା ଗ୍ରୀଷ୍ମ ପ୍ରବାହ ଚିନ୍ତା। ଦୁଇ ଦିନ ଅସମ୍ଭାଳ ତାତି ନେଇ ପାଣିପାଗ ବିଭାଗର ଆକଳନ, ୬ ଜିଲ୍ଲାକୁ ହିଟ୍ ୱେଭ ୟେଲୋ ୱାର୍ଣ୍ଣିଂ।
3-ଶୁକ୍ରବାର ଦିନ ମିଆଁମାର ଭୂମିକଂପରେ ବଢୁଛି ମୃତ୍ୟୁସଂଖ୍ୟା । ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ। ମୃତ୍ୟୁସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେର ଆଶଙ୍କା । ମୃତ୍ୟୁସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେର ଆଶଙ୍କା ରହିଛି।
4 ଶୁକ୍ରବାର ସ୍ଥାନୀୟ ସମୟ ରାତି ୧୧:୫୬ ସମୟରେ ମିଆଁମାରରେ ୪.୨ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି Xରେ ଏକ ପୋଷ୍ଟରେ କହିଛି ଯେ ଭୂମିକମ୍ପର ତୀବ୍ରତା 4.2 ଥିଲା। ଏହା 10 କିଲୋମିଟର ଗଭୀରତାରେ ଆସିଥିଲା। ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଅନୁମାନ ଏହି ଘଟଣାରୁ କରାଯାଇପାରେ ଯେ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ୩୦ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଯେଉଁଥିରେ 43 ଜଣ ଶ୍ରମିକ ଫସି ରହିଛନ୍ତି।
5-ଭୂମିକମ୍ପ ପରେ ବ୍ୟାଙ୍କକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ମିଆଁମାରକୁ ସାହାଯ୍ୟ କରିବା ପାଇଁ ଭାରତ C-130J ବିମାନ ମାଧ୍ୟମରେ ପ୍ରାୟ ୧୫ ଟନ୍ ରିଲିଫ୍ ସାମଗ୍ରୀ ମିଆଁମାରକୁ ପଠାଇଛି। ସେଥିରେ ଟେଣ୍ଟ୍, ସ୍ଲିପିଂ ବ୍ୟାଗ୍, ବ୍ଲାଙ୍କେଟ, ସୋଲାର ଲ୍ୟାମ୍ପ ପଠାଇଲା।
ଆବଶ୍ୟକୀୟ ଔଷଧ ସହ ଜେନେରେଟର ସେଟ୍ ପଠାଇଲା।
6-ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଓଡ଼ିଶା ଶକ୍ତି ବିଭାଗ ତାଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି।
6-ଆଜି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ। ଚୈତ୍ର ଅମାବାସ୍ୟା ତିଥିରେ ଏହି ଖଣ୍ତଗ୍ରାସ ସୂର୍ଯ୍ୟ ପରାଗ ହେବ। ଏହା ଆମ ଦେଶ କିମ୍ବା ରାଜ୍ୟକୁ ଦେଖାଯିବ ନାହିଁ। ଉତ୍ତର ଆମେରିକା,ଗ୍ରୀନ୍ ଲ୍ୟାଣ୍ତ, ଉତ୍ତର ପଶ୍ଚିମ ଋଷିଆରେ ଏହା ଦେଖାଯିବ।
7-ପାଣ୍ଡିଆନଙ୍କ ସହ ତାମିଲନାଡ଼ୁରେ ନବୀନ। ଉଭୟ ନବୀନ ଓ ପାଣ୍ଡିଆନ୍ ତାମିଲନାଡୁର କୋଏମ୍ବାଟୁର ବିମାନ ବନ୍ଦରକୁ ପ୍ରବେଶ କରୁଥିବାବେଳେ ତାଙ୍କୁ ଦେଖି ଜଣେ ଓଡ଼ିଆ ବ୍ୟକ୍ତି ମୋବାଇଲ୍ ରେ ଭିଡିଓ ଉତ୍ତୋଳନ କରି ଓଟିଭିକୁ ସେୟାର କରିଛନ୍ତି ।
8- ଶୁକ୍ରବାର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କୁ ଗୁଜୁରାଟ ହାଇକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି । କୋର୍ଟ ଆଶାରାମଙ୍କୁ ତିନିମାସ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ ଇଲେଶ ବୋରାଙ୍କ ମତାମତକୁ ଜଷ୍ଟିସ ଏଏସ୍ ସୁପିହିୟା ସମର୍ଥନ କରିଥିଲେ ।
9- ଓଡି଼ଶାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଇଛି।
10- ଶୁ୍କ୍ରବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସ (CSK)ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) IPL 2025 ର ୮ମ ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚ୍ ରେ ବାଙ୍ଗଲୁରୁ ବିଜୟୀ ହୋଇଥିଲା।