1.
ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ଫଳାଫଳ ପ୍ରକାଶ ବିଷୟରେ ଘୋଷଣା କରାଯିବ। ଏଥିଲାଗି ଉଦ୍ଦିଷ୍ଟ ଓ୍ୱେବ୍ସାଇଟ୍ ସନ୍ଧ୍ୟା ୬ଟାରେ ଉନ୍ମୋଚନ କରାଯିବ। ପରୀକ୍ଷାର୍ଥୀ ତଥା ଅଭିଭାବକ ଏହି ଓ୍ୱେବ୍ସାଇଟ୍
http://bseodisha.ac.in ମାଧ୍ୟମରେ ପରୀକ୍ଷାଫଳ ପାଇପାରିବେ। ପ୍ରାୟ ୫ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ମାର୍ଚ୍ଚରେ ପରୀକ୍ଷା ଶେଷ ହୋଇଥିଲା। ସେହିପରି ଆଜି ମଧ୍ୟ ପଶ୍ଚିମବଙ୍ଗ ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍ୟୁଲେସନ୍ ଫଳାଫଳ ପ୍ରକାଶ ପାଇବ।
2. ପୁଣିଥରେ ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କିଟ୍ ଇଞ୍ଜିନିୟରିଂ କଲେଜ ପରିସରରେ ଏହି ମୃତ୍ୟୁ ଘଟିଛି। ଛାତ୍ରୀଜଣଙ୍କ ନିଜକୁ ହତ୍ୟା କରିଥିବା ନେଇ ଭିଡିଓ ପ୍ରସାରଣ ଘଟିଛି। ଗତକାଲି ରାତି ପ୍ରାୟ ୮ଟା ୧୦ ମିନିଟରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏବେ ଏହାର ତଦନ୍ତ ଚାଲିଛି। ଫେବୃୟାରୀ ୧୬ ତାରିଖରେ ଏମିତି ଏକ ଘଟଣା ଘଟିଥିଲା, ଯାହାକୁ ନେଇ ସାରା ଭାରତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।
3. ସରକାରଙ୍କ ପକ୍ଷରୁ ମୃତଛାତ୍ରୀଙ୍କ ପରିବାର ସହ ଯୋଗାଯୋଗ କରାଯାଇ ସାନ୍ତ୍ୱନା ପ୍ରଦାନ କରାଯାଇଛି। ଏକ ପ୍ରେସ ରିଲିଜରେ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ଅଧିକାରୀ ତାଙ୍କ ପରିବାରବର୍ଗଙ୍କ ସହ ଏ ବାବଦରେ କଥା ହୋଇଛନ୍ତି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ପୁଲିସ କମିଶନର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଗତ ରାତିରେ ଫୋରେନ୍ସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
4. ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା ଯୋଜନା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ବୃଦ୍ଧି କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଏହା ସହ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ ଉପରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହିସବୁ କାର୍ଯ୍ୟ ଲାଗି ପୂର୍ତ୍ତ ବିଭାଗକୁ ନୋଡାଲ୍ ଏଜେନ୍ସୀ ଭାବେ ଦାୟିତ୍ୱ ଦିଆଯାଇଛି। ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ, ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ସତୀଭତା, ରାଇସୁଆଁ, ତୁଷରା, ଜମାଦାରପାଲୀ, ମାଲକାନଗିରି, ଅମର୍ଦ୍ଦା ରୋଡ ଏବଂ ଉତ୍କେଲା ସମେତ ରାଜ୍ୟର ପ୍ରମୁଖ ବିମାନବନ୍ଦରଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି।
5. ପହଲଗାମରେ ଆକ୍ରମଣ କରିଥିବା ସମସ୍ତ ଆତଙ୍କବାଦୀଙ୍କୁ ଉଚିତ ଦଣ୍ଡ ମିଳିବ। ଏପ୍ରିଲ ୨୨ ତାରିଖ ଘଟଣା ପରେ ଗୃହମନ୍ତ୍ରୀ ଅମିତଶାହ ନିଜର ପ୍ରଥମ ଜନ ଉଦ୍ବୋଧନରେ ଏହା କହିଛନ୍ତି। ଭାରତ ଆତଙ୍କବାଦୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ବଜାୟ ରଖିଛି। ସମ୍ପୂର୍ଣ୍ଣ ଆତଙ୍କୀ ନିପାତ ହେବା ଯାଏ ଏହି ଯାତ୍ରା ଜାରି ରହିବ ବୋଲି ସେ କହିଛନ୍ତି।
6. ପହଲଗାମ୍ ଆକ୍ରମଣ ପରେ ଉଭୟ ଭାରତ ଓ ପାକିସ୍ତାନ ସହ ସମ୍ପର୍କରେ ରହିଛି ବୋଲି ଆମେରିକା ପ୍ରକାଶ କରିଛି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକା ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଘୋଷଣା କରିଛି। ଏହାପୂର୍ବରୁ ଚୀନ ପାକିସ୍ତାନକୁ ସମର୍ଥନ କରୁଥିବା କହିଛି।
7. ଇରାନ୍ ସହ ଆଣବିକ ଆଲୋଚନ ସ୍ଥଗିତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରୁ ତୈଳ ଏବଂ ତଥା ପେଟ୍ରୋକେମିକାଲ୍ସ କିଣୁଥିବା ଦେଶମାନଙ୍କୁ ସତର୍କ କରାଇଛନ୍ତି। ଏପରିକି ଏହି ଦେଶଗୁଡ଼ିକ ଉପରେ ଟ୍ରମ୍ପ ଶାସକ ଅର୍ଥନୀତିକ କଟକଣା ଲଗାଇପାରେ ବୋଲି ମଧ୍ୟ ଧମକ ଦେଇଛନ୍ତି। ଏପରିକି ଏହି ଦେଶମାନଙ୍କ ସହ ଆମେରିକା କୌଣସି ବ୍ୟବସାୟକ କରିବ ନାହିଁ ବୋଲି କହିଛନ୍ତି ଟ୍ରମ୍ପ।
8. ପାହାନ୍ତାରୁ ସମ୍ପୂର୍ଣ୍ଣ ଦିଲ୍ଲୀରେ ବର୍ଷା ଓ ଝଡ଼ତୋଫାନ ଦେଖିବାକୁ ମିଳିଛି। ଦିଲ୍ଲୀ, ନୋଇଡ଼ା, ଗାଜିଆବାଦ, ଏବଂ ଗୁରୁଗ୍ରାମ ଅଞ୍ଚଳ ଏଥିରେ ପ୍ରଭାବିତ ହୋଇଛି। ଏହାଫଳରେ ରାଜଧାନୀର କିଛଇ ଅଞ୍ଚଳ ଯେମିତି ମୋତିବାଗ, ଆରକେପୂରମ ଏବଂ ଦ୍ୱାରକା ଅଣ୍ଡରପାସରେ ପାଣି ଜମି ଯୋଗାଯୋଗ ବ୍ୟାହତ ହୋଇଛି ।
9. ପାକିସ୍ତାନ ଆକାଶମାର୍ଗ ବନ୍ଦ କରିବା ଦ୍ୱାରା ଭାରତର ଏୟାର ଇଣ୍ଡିଆ ପ୍ରାୟ ୬୦୦ ମିଲଲିଅନ ଡଲାର କ୍ଷତି ସହିବ। ଯେତେବଳେ ବି ପାକିସ୍ତାନ ଆକାଶମାର୍ଗ ବନ୍ଦ କରିଛି ସର୍ବଦା ଏହି ପରିମାଣର କ୍ଷତି ସହିଛି ଏୟାର ଇଣ୍ଡିଆ। ଏଣୁ ଏୟାର ଇଣ୍ଡିଆ ଭାରତ ସରକାରଙ୍କୁ ସହାୟତା ମାଗିଛି। ଏକ ଚିଠିରେ ଏହି କ୍ଷତି ଭରଣା କରିବାକୁ ସବ୍ସିଡି ମଡେଲ୍ ଗ୍ରହଣ କରାଇଁ ଏୟାର ଇଣ୍ଡିଆ ଦାବି କରିଛି।
10. ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ମୟୁରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅପରାହ୍ଣ ବେଳକୁ ବିଜୁଳି ଘଡ଼ଘଡ଼ ସହ କୁଆପଥର ମାଡ଼ ହେବାର ଆଶଙ୍କା ରହିଛି। ଏହାସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ଆଶଙ୍କା କରାଯାଇଛି। ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ କମଳା ରଙ୍ଗର ସତର୍କତା ଜାରି କରାଯାଇଛି।
Add Zee News as a Preferred Source