• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Written ByZee Odisha Desk
Published: Feb 03, 2024, 09:24 AM IST|Updated: Feb 03, 2024, 09:24 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    'ରେଡ୍ ଆଲର୍ଟ' ମଧ୍ୟରେ ଇଣ୍ଡିଗୋ ଜାରି କଲା ଏହି ସୂଚନା

    'ରେଡ୍ ଆଲର୍ଟ' ମଧ୍ୟରେ ଇଣ୍ଡିଗୋ ଜାରି କଲା ଏହି ସୂଚନା

    Odia News1 hr ago
    2

    Raja Utsav: ବୁଢ଼ୀମା' ତୋଟାରେ ରଜର ମାହୋଲ; ପ୍ରମୁଖ ଆକର୍ଷଣ ସାଜିଲା ଦୋଳି

    Raja Utsav1 hr ago
    3

    Nursing Officer Job: ୫ହଜାରରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

    OSSSC Nursing Officer Recruitment 20261 hr ago
    4

    ୨୨ ବର୍ଷୀୟ 'କୁମକୁମ୍ ଭାଗ୍ୟ’ ଅଭିନେତ୍ରୀଙ୍କ ଅକାଳ ବିୟୋଗ, ହତ୍ୟା ନା ଆତ୍ମହତ୍ୟା? ପୋଲିସର ତଦନ୍ତ

    Sanchita Ugale2 hrs ago
    5

    ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    cm mohan charan majhi2 hrs ago

     

    1. ଆଜିଠୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‍ଘାଟନ କରିବେ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପରେ ଏହା ହେଉଛି ଏହିପ୍ରକାରେ ସର୍ବ ପ୍ରଥମ ଭାଷା ଅଧିବେଶନ। ଓଡ଼ଆା ଭାଷାକୁ କିପରି ବ୍ୟବହାରିକ ଭାଷାରେ ପରିଣତ କରାଯାଇପାରିବ ସେ ନେଇ ବିଶ୍ୱସ୍ତରରର ବିଭିନ୍ନ ଭାଷାବିତ୍‍ ତିନିଦିନ ଧରି ଆଲୋଚନା କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି। ଜନତା ମଇଦାନ ରେ ସକାଳ ୧୧ଟାରେ ଏହାର ଉଦ୍‍ଘାଟନୀ ସ୍ଥିର କରାଯାଇଛି। 

     

    2. ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ। ସମ୍ବଲପୁରଠାରେ ଆଇଆଇଏମ୍‍ ନୂତନ କୋଠାର ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ରାଜ୍ୟରେ କେନ୍ଦ୍ରୀୟ ସହାୟତାରେ ୧୮ଟି ପ୍ରକଳ୍ପ ଉଦ୍‍ଘାଟନ କରାଯାଇବ। ଏଥିପାଇଁ ୫୬୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହାସହ ପୁରୀରୁ ସୋନପୁର ଯାଏ ଏକ ସାପ୍ତାହିକ ଟ୍ରେନ ଚଳାଚଳ ମଧ୍ୟ ଆଜିଠାରୁ ଆରମ୍ଭ ହେବ। ଏହି ଉଦ୍‍ଘାଟନୀ ପର୍ବରେ ରାଜ୍ୟପାଳ,  ମୁଖ୍ୟମନ୍ତ୍ରୀ, ତିନି କେନ୍ଦ୍ରମନ୍ତ୍ରୀ, ଲୋକସଭା ସାଂସଦ ଏବଂ ସ୍ଥାନୀୟ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 

     

    3. ଓଡ଼ିଶା ହାଇକୋର୍ଟଙ୍କ ସ୍ଥାୟୀ ମୁଖ୍ୟ ବିଚାରପତି ଭାବେ ଚକ୍ରଧାରୀ ଶରଣସିଂହଙ୍କ ନାଁକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସ୍ୱିକୃତୀ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ କଲିଜିୟମ୍‍ ତାଙ୍କ ନାଁକୁ ସୁପାରିସ୍‍ କରିଥିଲେ। ଏହି ପଦବୀରେ ଏବେ ଜଷ୍ଟିସ୍‍ ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ସିଂ ବିହାର ହାଇକୋର୍ଟଙ୍କ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ। 

     

    4. ଆଜିଠାରୁ ଶ୍ରୀମନ୍ଦିରରର ତିନି ଦ୍ୱାରରେ କାନିକା, ଖଚୁଡ଼ି ମହାପ୍ରସାଦ ମାଗଣାରେ ଭକ୍ତଙ୍କୁ ବଣ୍ଟନ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‍ଘାଟନୀ ଉତ୍ସବକୁ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗାଁ ବୁଲିଥିବା ଅର୍ପଣ ରଥରେ ବିଭିନ୍ନ ସ୍ଥାନର ଶ୍ରଦ୍ଧାଳୁ ଚାଉଳ, ଗୁଆ ଓ ନଡ଼ିଆ ପ୍ରଦାନ କରିଥିଲେ। ଏହି ଚାଉଳ ଏବେ ଶ୍ରୀମନ୍ଦିର ପ୍ରଶାସନରେ ପହଞ୍ଚିବା ପରେ ଏଥିରେ ମହାପ୍ରସାଦ ତିଆରି ହୋଇ ଭକ୍ତଙ୍କୁ ମାଗଣାରେ ବାଣ୍ଟିବା ନିଷ୍ପତ୍ତି ହୋଇଛି।ପ୍ରତିଦିନ ପ୍ରାୟ ୨୦ ବସ୍ତା ଚାଉଳ ରନ୍ଧାଯିବାକୁ ସ୍ଥିର କରାଯାଇଛି। 

     

    5. ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ବୈଠକ ସ୍ଥିର କରାଯାଇଛି। ବିଧାନସଭାର ବଜେଟ୍‍ ଅଧିବେଶନ ଆସନ୍ନ ହୋଇଥିବାରୁ ଆବଶ୍ୟକ କାମଚଳା ବଜେଟ୍‍ର ଚିଠାକୁ ଏଥିରେ ଅନୁମୋଦନ ଦିଆଯାଇପାରେ। ଏହାସହ ନିର୍ବାଚନକୁ ଆଖିରେ ରଖି କିଛି ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଘୋଷଣା ମଧ୍ୟ କରାଯାଇପାରେ। 

     

    6. ଜାତୀୟ ପରୀକ୍ଷା ସଂସ୍ଥା ( ଏନ୍‍ଟିଏ) ଦ୍ୱାରା  ପରିଚାଳିତ ସିୟୁଇଟି ପିଜି ଆଡ୍‍ମିଶନ ଲାଗି ଆବେଦନ ତାରିଖକୁ ଫେବୃୟାରୀ ୬ ତାରିଖ ଯାଏ ବଢ଼ାଇଦିଆଯାଇଛି।  ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ  ନାମଲେଖାଇବା ପାଇଁ ଏହି ପରୀକ୍ଷାକୁ ଏକକ ପ୍ରବେଶିକା ପରୀକ୍ଷା ଭାବେ ଗ୍ରହଣ କରାଯାଉଛି। ଅନ୍‍ଲାଇନ୍ ମାଧ୍ୟମରେ ଏହି ଆବେଦନ କରାଯାଇପାରିବ। ୧୩ଟି ପାଠ୍ୟକ୍ରମ ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହେଉଛି।

     

    7. ଆଜିଠାରୁ ହକି ମହାସଂଘ ପକ୍ଷରୁ ଆୟୋଜିତ ପ୍ରୋ-ଲିଗ୍‍ ଟୁର୍ଣ୍ଣମେଣ୍ଟ ଆରମ୍ଭ ହେବ। ୨୩ ତାରିଖ ଯାଏ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୭ଟି ଦଳ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଏବଂ ରାଉରକେଲା ହକି ଷ୍ଟାଡିୟମରେ ଏହି ଖେଳ ଆୟୋଜନ କରାଯାଇଛି। ଏଥିରେ ଅଷ୍ଟ୍ରେଲିଆ, ଚୀନ, ଭାରତ, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍ପେନ୍‍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 

     

    8. ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ( ଓଏସ୍‍ଏସ୍‍ସି) ପକ୍ଷରୁ  ପରିଚାଳିତ  ୫ଟି  ନିଯୁକ୍ତି ପରୀକ୍ଷା ଆସନ୍ତା ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଯାଉଛି। ୪ ତାରିଖରେ କନିଷ୍ଠ ଷ୍ଟେନୋଗ୍ରାଫର, କନିଷତ୍ଠ ଟାଇପିଷ୍ଟ, କନିଷ୍ଠ ଗ୍ରଡ୍‍ ଟାଇପିଷ୍ଟ, କନିଷ୍ଠ କିରାଣୀ, ଟାଇପିଷ୍ଟ କମ୍‍ କପିଷ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟର ପାଇଁ ଏହି ପରୀକ୍ଷା ହେବ। ସେହିପରି ୧୩, ୧୫ ଏବଂ ୨୩ ତାରିଖରେ ଅନ୍ୟ ପରୀକ୍ଷା ପାଇଁ ତାରିଖ ସ୍ଥିର କରାଯାଇଛି। 

     

    9. ଝାଡଖଣ୍ଡରେ ରାଜନୀତିକ ଘୋଡ଼ାବେପାର ଆଶଙ୍କା କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ଙ୍କ ଗିରଫତାରୀ ପରେ ତାଙ୍କର ସବୁଠାରୁ ନିର୍ଭରଶୀଳ ଚମ୍ପାଇ ସୋରେନ୍‍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଆସ୍ଥା ପ୍ରଦର୍ଶନ କରିବା ପାଇଁ ନିର୍ଘଣ୍ଟ ଥିବାରୁ ଜେଏମ୍‍ଏମ୍‍ ଏହାର ୪୩ ବିଧାୟକଙ୍କୁ ତେଲେଙ୍ଗାନା ପଠାଇଥିବା ସୂଚନା ମିଳିଛି। ରାଜ୍ୟରେ ବିେରାଧୀ ଦଳ ଏହାର ବିଧାୟକଙ୍କୁ କିଣିବା ରାଜନୀତିକ ପରିସ୍ଥିତିକୁ ବଦଳାଇବା ତଥା କ୍ଷମତା ଅଧିଗ୍ରହଣ କାପି: ଚେଷ୍ଟା କରୁଥିବା ସୂଚନା ମିଳିଛି। 

     

    10. ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣର ଜବାବ ଦେଇଛି ଆମେରିକା।  ସିରିଆ ଏବଂ ଇରାକରେ ଇରାନ ସମର୍ଥିତ ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍‍ କରି ଶୁକ୍ରବାର ରାତିରେ ୮୫ଟି ସ୍ଥାନ ଉପରେ ବୋମା ପକାଇଛି। ଏହାଦ୍ୱାରା ୬ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ତିନିଜଣ ଅଣ-ସିରିଆ ବାସିନ୍ଦା ବୋଲି ଜଣାପଡ଼ିଛି।  ଗତ ସପ୍ତାହରେ ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣରେ ଆମେରିକାର ତିନିଜଣ ସେନାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଥିଲେ।

     

     

     

     

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News