Advertisement
Article Detail0/zeeodisha/odisha2780299
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

 Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ତେଲଙ୍ଗାନାରେ ପାରିବାରିକ ରାଜନୈତିକ ହଲଚଲ ଦେଖାଦେଇଛି। ପାରିବାରିକ ବିବାଦ କାରଣରୁ ଭାରତ ରାଷ୍ଟ୍ର ସମିତି (BRS) ଦଳରେ ଫାଟ ଦେଖାଦେଇଛି। ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ସାଂସଦ କବିତାଙ୍କ ଗସ୍ତ ରାଜନୈତିକ ଆଲୋଡ଼ନକୁ ବୃଦ୍ଧି କରିଛି। କିଛି ଦିନ ପୂର୍ବରୁ ମେଢକ ଜିଲ୍ଲାର ଶାମିରପେଟ ଗସ୍ତ କରିବା ପରେ କବିତା ଶୁକ୍ରବାର ମଞ୍ଚିରୟାଲାରେ ପହଞ୍ଚିଥିଲେ। ତାଙ୍କ ଗସ୍ତକୁ ନେଇ ଏବେ ଦଳରେ ବହୁତ ଆଲୋଚନା ହେଉଛି। ବିଆରଏସରେ କେ କବିତାଙ୍କ ପ୍ରତି ବଢ଼ୁଥିବା ବିରୋଧ ମଧ୍ୟରେ ତାଙ୍କର ଜିଲ୍ଲାୱାରୀ ଗସ୍ତ ବିଷୟରେ ଅନେକ ପ୍ରଶ୍ନ ଉଠାଯାଉଛି। ଦଳର ଆଭ୍ୟନ୍ତରୀଣ ମହଲରେ ଆଲୋଚନା ହେଉଛି ଯେ କବିତା ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସମସ୍ତ ଜିଲ୍ଲା ଗସ୍ତ କରିବାର ରଣନୀତି ଉପରେ କାମ କରୁଛନ୍ତି। 

2-ବାଲୁଚ୍ ଲିବରେସନ୍ ଆର୍ମି ଏକ ବଡ଼ ଦାବି କରିଛି, ଯାହା ବହୁତ ଆଶ୍ଚର୍ଯ୍ୟଜନକ। ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଥିବା ବାଲୁଚ୍ ଲିବରେସନ୍ ଆର୍ମିର ମୁଖପାତ୍ର କହିଛନ୍ତି ଯେ ସେମାନେ ପାକିସ୍ତାନର ଏକ ସହରକୁ କବଜା କରିଛନ୍ତି। ବାଲୁଚ୍ ଆର୍ମି ଦାବି କରିଛି ଯେ ଏହା ବେଲୁଚିସ୍ତାନର କଳାଟ୍ ଡିଭିଜନରେ ଅବସ୍ଥିତ ସୁରବ ସହରକୁ କବଜା କରିଛି। ଶୁକ୍ରବାର ଦିନ ଜାରି ହୋଇଥିବା ଏକ ବିବୃତ୍ତିରେ BLA ମୁଖପାତ୍ର ଜିୟାନ୍ଦ ବାଲୋଚ୍ କହିଛନ୍ତି ଯେ ଗୋଷ୍ଠୀର ଯୋଦ୍ଧାମାନେ ସୁରାବର "ସମ୍ପୂର୍ଣ୍ଣ ନିୟନ୍ତ୍ରଣ" ନେଇଛନ୍ତି। ସୁରକ୍ଷା କର୍ମୀଙ୍କୁ ନିରସ୍ତ୍ର କରିଛନ୍ତି ଏବଂ ଏକ ବ୍ୟାଙ୍କ, ଲେଭି ଷ୍ଟେସନ ଏବଂ ପୋଲିସ ଷ୍ଟେସନ ସମେତ ପ୍ରମୁଖ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ କବଜା କରିଛନ୍ତି। BLA ଏହା ମଧ୍ୟ କହିଛି ଯେ ଖୁବ୍ ଶୀଘ୍ର ଏକ ବିବୃତ୍ତି ଜାରି କରାଯିବ।

3-ତୁର୍କୀକୁ ପୁଣି ଭାରତର ବଡ଼ ଝଟକା। ଅଗଷ୍ଟ ୩୧ ସୁଦ୍ଧା ତୁର୍କୀ ଏୟାରଲାଇନ୍ସ ସହ ଚୁକ୍ତି ସମାପ୍ତ କରିବା ପାଇଁ ଇଣ୍ଡିଗୋକୁ କେନ୍ଦ୍ର ସରକାରଙ୍କ ଚୂଡ଼ାନ୍ତ ଡେଡଲାଇନ୍। ଭାରତ-ପାକ୍ ଯୁଦ୍ଧ ସମୟରେ ପାକିସ୍ତାନକୁ ଅସ୍ତ୍ର ଯୋଗାଇଥିବା ଧୋକାବାଜ୍ ତୁର୍କୀକୁ ସାହାର୍ଯ୍ୟ କରୁଥିଲା।

Add Zee News as a Preferred Source

4-ଆସନ୍ତା ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ। ଉତ୍ତର ବାଂଲାଦେଶ ଓ ସଂଲଗ୍ନ ମେଘାଳୟ ଉପରେ ଥିବା ଏକ ଅବପାତ  ୧୨ ଘଣ୍ଚା ମଧ୍ୟରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ।  ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ରାଜ୍ୟର ଅଳ୍ପ କିଛି ସ୍ଥାନରେ  ଘଡ଼ଘଡି଼ ସହ ବର୍ଷା ହୋଇପାରେ। ସେହି ଜିଲ୍ଲା ଗୁଡିକ ହେଲା ନବରଙ୍ଗପୁର, ରାୟଗଡା, ସୁନ୍ଦରଗଡ, ମାଲକାନଗିରି , କୋରାପୁଟ୍,ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବଲାଙ୍ଗୀର, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। 

5-ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରକୁ ୩୫୬ ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ  ବିଭାଗ ପକ୍ଷରୁ ନିସ୍ପତ୍ତି ହୋଇଛି। 

6-ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଚାଲିବ ହଜାରେ ବସ୍। ଏଥିପାଇଁ  ଅନ୍ୟ ରୁଟ୍ ବସକୁ ପୁରୀ ପାଇଁ ସ୍ବତନ୍ତ୍ର ପରମିଟ୍ ଦିଆଯିବ।  ୭ ଶହରୁ  ୮ ଶହ ଘରୋଇ ବସ୍  ଏବଂ ବାକି ବସ୍ କ୍ରୁଟ ଓ ଓଏସଆରଟିସି ଯୋଗାଇ ଦେବ। 

7-ଭୁବନେଶ୍ବର ପରେ କଟକ ସହରରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪୪ ବର୍ଷିୟ ଯୁବକ ରହିଥିବା ବେଳେ ଆଉ ଜଣେ ୭୧ ବର୍ଷିୟ ବୃଦ୍ଧ ରହିଛନ୍ତି। ଉଭୟ ଚିକିତ୍ସାଧିନ ଅଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିଛି।  

8-ଶୁକ୍ରବାର ଦିନ ରାଜ୍ୟ ସରକାର ଓଡ଼ିଶା ପୋଲିସ ସେବା କ୍ୟାଡରର ମୋଟ ୧୬ ଜଣ ବରିଷ୍ଠ ଅଧିକାରୀଙ୍କୁ ପୋଲିସ ଅଧିକ୍ଷକ ପଦବୀକୁ ପଦୋନ୍ନତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏହି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତିରେ କୁହାଯାଇଛି,୧୬ ଜଣ OPS (SB) ଅଧିକାରୀ ଅର୍ଥାତ୍ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କୁ OPS (S) ଗ୍ରେଡକୁ ଅର୍ଥାତ୍ OPS କ୍ୟାଡରର ପୋଲିସ ଅଧୀକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି।

9-ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ଆମେରିକା ଭାରତ-ପାକ୍‌ ଯୁଦ୍ଧ ରୋକିଥିବା କହିଲେ ଟ୍ରମ୍ପ। ଏକ ପରମାଣୁ ବିପର୍ଯ୍ୟୟରେ ପରିଣତ ହେବାକୁ ଯାଉଥିଲା ଯୁଦ୍ଧ। ଭାରତ ଏବଂ ପାକିସ୍ତାନର ନେତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ପରସ୍ପର ଉପରେ ଗୁଳି ଚଳାଉଥିବା ଲୋକଙ୍କ ସହ ବାଣିଜ୍ୟ। 

10-ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏଥର ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଗସ୍ତରେ ଜମ୍ମୁ-କାଶ୍ମୀରରେ ପହଞ୍ଚି ସର୍ବପ୍ରଥମେ ଅମରନାଥ ଯାତ୍ରା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଯାତ୍ରା ସମ୍ପୂର୍ଣ୍ଣ ସୁଗମ ଏବଂ ସୁରକ୍ଷିତ ଭାବରେ ସମାପ୍ତ ହେବା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ ଗୃହମନ୍ତ୍ରୀ। ସେ ସୀମା ପାରରୁ ଅନୁପ୍ରବେଶ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନକୁ ଆହୁରି ତୀବ୍ର କରିବାକୁ ସୁରକ୍ଷା ବାହିନୀ ଏବଂ ପୋଲିସକୁ କୁହାଯାଇଛି।

 

About the Author