• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Published: May 03, 2025, 08:22 AM IST|Updated: May 03, 2025, 08:22 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Trending

  • News
  • Photos
  • Videos
Top 10 News: ଆଜି ପୁଣି କାଳବୈଶାଖୀ, କଟକ ଚଣ୍ଡୀ ମନ୍ଦିରରେ ବଜ୍ରପାତ ଓ ଅନ୍ୟ ଖବର

Top 10 News: ଆଜି ପୁଣି କାଳବୈଶାଖୀ, କଟକ ଚଣ୍ଡୀ ମନ୍ଦିରରେ ବଜ୍ରପାତ ଓ ଅନ୍ୟ ଖବର

top 10 news today4:23 PM IST
2

Cycle Day 2026: ବିଶ୍ୱ ସାଇକେଲ ଦିବସ, ''ସଣ୍ଡେ ରେ ସାଇକେଲ'' ୬୬ ସାଇକେଲ ରାଲି ଆୟୋଜନ

World bicycle day3:40 PM IST
3

ବୁର୍ଲାରେ ଅଘଟଣ, ପାୱାର ଚେନାଲରେ ବୁଡିଗଲେ ଛାତ୍ର

Odia News3:30 PM IST
4

Free UPSC Coaching: ଓଡ଼ିଶା ସରକାରଙ୍କ ମାଗଣା ଆବାସିକ UPSC କୋଚିଂ କାର୍ଯ୍ୟକ୍ରମ, ଆବେଦନ ପ୍ରକ୍

Free UPSC Coaching2:58 PM IST
5

ରେଳ ଫାଟକରେ ଦୁର୍ଘଟଣା, ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍‌

Odia News2:49 PM IST

1-ଆଜି ହେବ ଶବ ବ୍ୟବଚ୍ଛେଦ ।  କିଟ୍‌ରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ। ଛାତ୍ରୀଙ୍କ ମୃତଦେହ ଏବେ ଭୁବନେଶ୍ବର ଏମ୍ସରେ ରହିଛି। 

2-କିଟ୍ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ ଫ୍ୟାକ୍ଟ ଫାଇଣ୍ଡିଂ କମିଟି । ଏହି କମିଟି ଗଠନ କଲା UGC। ‘ଇଗ୍ନୋ’ର ପୂର୍ବତନ ଭିସି ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଅଧ୍ୟକ୍ଷଙ୍କ ସହ ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ ୩ ଜଣ ସଦସ୍ୟ ରହିଛନ୍ତି।

3-କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ NHRCର ନୋଟିସ୍। ତୁରନ୍ତ ଏତଲା ଦାଏର କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ। ଆସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।

4-କାଳବୈଶାଖି ପ୍ରଭାବ ଯୋଗୁଁ ରାଜ୍ୟରେ କମିଛି ତାପମାତ୍ରା। ଶୁକ୍ରବାର  ରାଜ୍ୟ ତମାମ୍  ତାପମାତ୍ରା ୪୦ ଡିଗ୍ରୀ ତାପମାତ୍ରା ତଳେ ଥିଲା। ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି, ରାଜ୍ୟରେ ବର୍ତ୍ତମାନ କାଳବୈଶାଖିର ପ୍ରଭାବ ଜାରି ରହିବ। ୬ ତାରିଖ ପର୍ଯ୍ୟନ୍ତ ବିସ୍ତୁତ ଅଞ୍ଚଳରେ ବର୍ଷା ହେବ। ଏହାସହ ପବନ ହେବାର ସମ୍ଭାବନା ରହିଛି।  ମାତ୍ର ଆସନ୍ତା ୪ ଦିନ ପରେ, କାଳବୈଶାଖି ପ୍ରଭାବ କମିବା ସହ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍  ବୃଦ୍ଧି ପାଇବାର ସମ୍ଭାବନା ରହିଛି। 

5-ଆସନ୍ତା ୧୦ ତାରିଖରେ  ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁରୀ, ସମ୍ବଲପୁର ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ଏ-ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

6-ସୀମା ଟପିଗଲେ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ।  ପୁରୀରୁ ବଳକା ଦାରୁ ନେଇ ଦୀଘା ମନ୍ଦିରରେ ପ୍ରତିଷ୍ଠା କଲେ ଜଗନ୍ନାଥଙ୍କ ପ୍ରତିମା । ଖବର ପରେ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ।  ତଦନ୍ତ ପାଇଁ ଶ୍ରୀମନ୍ଦିରକୁ ନିର୍ଦ୍ଦେଶ  ଦିଆଯାଇଛି। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ କରାଯିବ ଦଣ୍ଡବିଧାନ ।

7-ମଣିପୁରରେ ଆଜି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ।  ରାଜ୍ୟର ଜାତିଗତ ହିଂସା ଆରମ୍ଭର ଦ୍ବିତୀୟ ବାର୍ଷିକୀ ପାଳନ ଲାଗି ଦୁଇଟି କୁକି-ଜୋମି ଛାତ୍ର ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି । ଜୁମି ଛାତ୍ର ସଂଘ ବା ଜେଡଏସଏଫ ଓ କୁକି ଛାତ୍ର ସଂଗଠନ ବା କେଏସଓ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।  ୨୦୨୩ ମେ ୩ ରୁ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ଏବେ ସୁଧା ୨୫୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି।  

8-ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଟାର୍ଗେଟରେ ହାଫିଜ୍ ସଇଦ୍। ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ନେବେ ପ୍ରତିଶୋଧ। ପାକିସ୍ତାନକୁ ଖୁଲମ ଖୋଲା ଧମକ ଦେଲେ ଭାରତୀୟ ଡନ୍ ।

9-ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲା । ଏହି ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି,ରାହୁଲ ଗାନ୍ଧି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ମେ ୮ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

10-ଘରୋଇ ଗ୍ରାଉଣ୍ଡରେ ଜଲଓ୍ବା ଦେଖାଇଲା ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୫୧ ନମ୍ବର ମ୍ୟାଚରେ ହାଇଦ୍ରାବାଦ ସନରାଇର୍ଜସକୁ ୩୮ ରନରେ ହରାଇଲା ଗୁଜୁରାଟ । ହାଇଦ୍ରାବାଦ ଆଗରେ ଥିଲା ୨୨୫ ରନର ଟାର୍ଗେଟ । ଟାର୍ଗେଟକୁ ପିଛା କରି ୬ ୱିକେଟରେ ୧୮୬ ରନ କରିବାରେ ସକ୍ଷମ ହୋଇଥିଲା । 

 

Add Zee News as a Preferred Source
TAGS:
top 10 news today
Top 10 News Headlines
morning news
Latest News
Latest Morning Top Headlines
Odia News