)
1-Odisha Assembly Session 2024: ଆସନ୍ତାକାଲିଠାରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭା ଅଧିବେଶନ। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଅଧିବେଶନ। ଏହି ଅଧିବେଶନ ୧୩ ତାରିଖ ପର୍ଯ୍ୟନ୍ତ ଚା ଚାଲିବ। ଏଥିରେ କାମଚଳା ବଜେଟ୍ ଉପସ୍ଥାପନ ହେବ।
2-All party Meeting: ବଜେଟ୍ ଅଧିବେଶନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଆଜି ସଂନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ବସିବ। ବିଧାନସଭା ଅଧିବେଶନ ନେଇ ବିଜେଡିର ବିଧାୟକ ଦଳ ବୈଠକ ଆଜି ଅପରାହ୍ନରେ ବସିବ। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ।
3-Odisha Govt: ନୂଆଦିଲ୍ଲୀ ଜବାହାରଲାଲ୍ ନେହେରୁ ବିଶ୍ବ ବିଦ୍ୟାଳୟରେ ଓଡି଼ଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଏବଂ ଜବାହାରଲାଲ୍ ନେହେରୁ ବିଶ୍ବ ବିଦ୍ୟାଳୟ (ନୂଆଦିଲ୍ଲୀ) ମଧ୍ୟରେ ବୁଝାବଣା ସ୍ମାରକ ପତ୍ର ଆଜି ସ୍ବାକ୍ଷରିତ ହେବ।
4-Matric Exam: ଆସନ୍ତା ଫେବୃୟାରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଶେଷ ହେବ। ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ବଜାଇ ରଖିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିଛି ।
5-Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। କେବେଳ ଶୀତ ନୁହେଁ, ଘନ କୁହୁଡି଼ (fog) ମଧ୍ୟ ଲାଗି ରହିଛି। ଶନିବାର ରାଉରକେଲା, ଢେଙ୍କାନାଳ, କୋରାପୁଟ, ଭୁବନେଶ୍ବର ଓ ଚାନ୍ଦବାଲିରେ ଘନ କୁହୁଡି଼ ଅନୂଭୁତ ହୋଇଛି। ଏଠାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ମଧ୍ୟରେ ରହିଛି। ରବିବାର ସକାଳେ ରାଜ୍ୟର ୬ ଜିଲ୍ଲାକୁ ଘନ କୁହୁଡି଼ ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଜାରି କରିଛି (Yellow warning issued for fog in 6 districts) ।
6-Train: ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦିର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ୩୦୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୧.୭ କିଲୋମିଟର ରେଳପଥକୁ ସମ୍ବଲପୁର ଆଇଆଇଏମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm narendra modi) ଭିଡିଓ କନଫରେସିଂ ଯୋଗେ ଲୋକାର୍ପଣ କରିଛନ୍ତି। ସେହିପରି ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ (puri-sonpur-puri weekly express) ଟ୍ରେନ୍ ର ମଧ୍ୟ ଆରମ୍ଭ କରିଛନ୍ତି। ଏହି ସମୟରେ ରାଜ୍ୟପାଳ ରଘୁବର ଦାସ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ।
7-Rahul Gandi Odisha visit: ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ କଂଗ୍ରେସ ସାଂସଦ । ସୋମବାର ଝାଡଖଣ୍ଡରୁ ଆସି ବୀରମିତ୍ରପୁର ରାମପାଳ ଛକ ଦେଇ ଓଡିଶାକୁ ପ୍ରବେଶ କରିବ ନ୍ୟାୟ ଯାତ୍ରା । ସେଠାରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ଶୁକ୍ରବାରଠୁ ରାଉରକେଲାରେ ଡେରା ପକାଇଛି ।
8-World Cancer Day 2024: World Cancer Day 2024: ଆଜି ବିଶ୍ୱ କର୍କଟ ଦିବସ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । ବିଶ୍ବରେ ପ୍ରତିବର୍ଷ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ଏହାର ଭୟାବହତା ପ୍ରତି ଲୋକଙ୍କୁ ସଚେତନ କରାଇବା ସହ ଚିକିତ୍ସା ଓ ନିରାକରଣ ଉଦ୍ଦେଶ୍ୟରେ ଆଜିର ଦିନକୁ ବିଶ୍ବ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ । କର୍କଟ ଜନିତ ମୃତ୍ୟୁ ଓ ପୀଡ଼ିତଙ୍କ ସଂଖ୍ୟା ହ୍ରାସ କରିବା ଏହି ଦିବସର ମୂଳ ଲକ୍ଷ୍ୟ ଅଟେ ।
9-Imran Khan: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପାଇଁ ସଙ୍କଟ ବଢ଼ିଛି। ପାକିସ୍ତାନର ଏକ ଅଦାଲତ ସାଧାରଣ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ‘ଅଣ-ଇସଲାମିକ ନିକାହ’ ମାମଲାରେ ଇମ୍ରାନ୍ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଫେବ୍ରୁଆରି ୮ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ଦଳର ପ୍ରତିଷ୍ଠାତାଙ୍କ ଇମ୍ରାନଙ୍କ ପାଇଁ ଅତି ଜଟିଳ ସ୍ଥିତି ଉପୁଜିଛି। ନିକଟରେ ଦୁଇଟି ମାମଲାରେ ତାଙ୍କୁ ଦଣ୍ଡାଦେଶ ହୋଇଛି। ୭୧ ବର୍ଷୀୟ ଇମ୍ରାନ୍ ଖାନ୍ ଏବେ ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯାଇଛି।
10-FIH Hockey Pro League: FIH ହକି ପ୍ରୋ ଲିଗର ଦ୍ୱିତୀୟ ମ୍ୟାଚରେ ଭାରତକୁ ହରାଇଲା ଚୀନ । 2-1 ଗୋଲରେ ଭାରତକୁ ହରାଇ ବିଜୟ ହୋଇଛି ଚୀନ । ସେପଟେ ଆମେରିକାକୁ ମଧ୍ୟ ହରାଇଛି ନେଦରଲାଣ୍ଡ । 7-0 ଗୋଲରେ ନେଦରଲଣ୍ଡ ଠାରୁ ପରାଜୟ ବରଣ କରିଛି ଆମେରିକା । ତେବେ ଗତକାଲି(ଶନିବାର) କଳିଙ୍ଗ ଷ୍ଟାଡ଼ିୟମରେ ମହିଳା ବର୍ଗର ପ୍ରୋ ଲିଗର ପ୍ରଥମ ମ୍ୟାଚ ଶେଷ ହୋଇଛି ।