)
1-ଦୁର୍ଗା ପୂଜା ଭସାଣ ଲଙ୍କାକାଣ୍ତ। ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି। କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।
2-ଆଉ ସହାନୁଭୁତି ନୁହେଁ, ଆତଙ୍କୀ ହାମଲା କଲେ ପାକିସ୍ତାନ ହଜିଯିବ ଭୂଗୋଳରୁ। ଏଭଳି ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବି-ବେଦୀ। Operation Sindoor 2.0 ନେଇ ସଙ୍କେତ୍ ଦେଲା ପରେ ବଢିଲା ଚର୍ଚ୍ଚା।
3-ଆସନ୍ତା ଅକ୍ଟୋବର ୬ରୁ ସୁରତ (ଉଧନା)କୁ ଟ୍ରେନ୍ ସେବା ଆରମ୍ଭ ହେବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ଅକ୍ଟୋବର ୬ରୁ ପ୍ରତି ସୋମବାର ରାତି ୧୧ଟା ୪୫ରେ ବ୍ରହ୍ମପୁରରୁ ଛାଡ଼ିବ। ଏଣିକି ସୁରତକୁ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସର ନିୟମିତ ସେବା ହେବା କଥା ଶୁଣି ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।
4-ବାତ୍ୟା ଶକ୍ତିକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି। ଆରବ ସାଗରରେ ସୃଷ୍ଟି ହୋଇଛ ବାତ୍ୟା 'ଶକ୍ତି'। ଆଜି ଅଧିକ ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଯାହାର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ।
5-ସେପଟେ, ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
6-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ବଡ଼ ତତ୍ପରତା। ଶିଶୁଙ୍କୁ କଫ୍ ସିରପ୍ ଦେବା ନେଇ କେନ୍ଦ୍ର ପକ୍ଷରୁ ଆଡ୍ଭାଇଜରି ଜାରି ହୋଇଛି। ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଔଷଧ ଦିଆଯାଇପାରିବ ନାହିଁ ବୋଲି ଆଡଭାଇଜରିରେ କୁହାଯାଇଛି।
7-ପ୍ରଥମଥର ପାଇଁ ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ଐିତିହ୍ୟ ବ୍ରିଟିଶ୍ ସଂସଦରେ ପ୍ରଦର୍ଶିତ ହେବ। ବ୍ରିଟେନ୍ ଓ ଓଡ଼ିଶାର ନୌ ବାଣିଜ୍ୟ ସମ୍ପର୍କକୁ ଏଥିରେ ପ୍ରଦର୍ଶିତ କରାଯିବ। ଏହା ଦୁଇଦିନ ଧରି ଚାଲିବ। ନଭେମ୍ବର ୧୪ ତାରିଖରେ ଏହା ବ୍ରିଟିଶ୍ ପାର୍ଲାମେଣ୍ଟର ଉଚ୍ଚ ସଦନ ହାଉସ୍ ଅଫ୍ ଲର୍ଡସରେ ଉଦ୍ଘାଟନ ହେବ। ‘ସତତ ଭବିଷ୍ୟତ ଲାଗି ଗୌରବମୟ ପ୍ରାଚୀନ ନୌବାଣିଜ୍ୟ’ ବିଷୟବସ୍ତୁକୁ ନେଇ ଏହି ପ୍ରଦର୍ଶନୀ ଆୟୋଜନ କରାଯାଉଛି।
8- ବୈଷ୍ଣୈଦେବୀ ଭକ୍ତଙ୍କ ପାଇଁ ବଡ଼ ଖବର। ପାଗ ଖରାପ ଓ ପ୍ରବଳ ବର୍ଷା ହେତୁ ବୈଷ୍ଣୈଦେବୀ ଯାତ୍ରା ବନ୍ଦ ଚଳିତ ମାସ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ୭ ତାରିଖ ପରେ ପୁଣି ଯାତ୍ରା ଆରମ୍ଭ ହେବ।
9-ଆଜି ଅଷ୍ଟ୍ରେଲିଆ ଗସ୍ତ ପାଇଁ ହୋଇପାରେ ଦଳ ଘୋଷଣା। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଉଭୟ ତାରକା ଏହି ମ୍ୟାଚ୍ ରେ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଛି।
10-ଖୁସି ଖବର। ବିଶ୍ବ ପାରା ଆଥଲେଟିକ୍ସ-ଚାମ୍ପିୟନସିପରେ ଭାରତକୁ ଆଉ ୨ ସ୍ବର୍ଣ୍ଣ ମିଳିଛି। ହାଇଜମ୍ପର ନିଶାଦ କୁମାର ଏବଂ ସ୍ପ୍ରିଣ୍ଟର ସିମରନ ସିଂଙ୍କୁ ସ୍ବର୍ଣ୍ଣ ପଦକ ହାସଲ୍ କରିଛନ୍ତି।